ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ସମାଜସେବୀ ଡ଼ା. ପି.ସି. ସାହୁ ଓ ପତ୍ନୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ସ୍ଵନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ସମାଜସେବୀ ଡ଼ା. ପି.ସି. ସାହୁ ଓ ପତ୍ନୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, 17/6 : ଭାରତ ବର୍ଷର ସ୍ଵନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ଜଣେ ଜଣାଶୁଣା ସମାଜସେବୀ ଡ଼ା. ପି.ସି. ସାହୁ ଓ ପତ୍ନୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ହିଲପାଟଣାସ୍ଥିତ ସିଦ୍ଧ ବିନାୟକ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ସାହୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏଠାରେ ଉଲ୍ଳେଖ କରାଯାଇପାରେ, ସ୍ଵର୍ଗତ ସାହୁଙ୍କ ମୃତୁ୍ୟ ପରେ ତାଙ୍କ ପାର୍ଥବ ଶରୀରକୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଦାନ କରାଯାଇଥିଲା । ଏଭଳି ବ୍ୟକ୍ତି ଜଣେ ସମାଜରେ ବିରଳ ବୋଲି କୁହାଯାଇଥିଲା । ତାଙ୍କ ଦୁଇ ପୁଅ ଇଂ. ଲଲାଟେନ୍ଦୁ ସାହୁ ଓ ଡ଼ା. ବିଭୁଦେନ୍ଦୁ ସାହୁ ଓ ପରିବାର ବର୍ଗଙ୍କ ସମେତ ବରିଷ୍ଠ ଡ଼ାକ୍ତର ରବି ଶତପଥୀ, ଡ଼ା. ସୁରେଶ ମିଶ୍ର, ଦୈନିକଆଶାର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ, ଡ଼ା. ମିହିର ଦାସ, ଡ଼ା. ଅମୂଲ୍ୟ ମିଶ୍ର, ଡ଼ା. ଭାରତୀ ମିଶ୍ର, ପ୍ରଫେସର ମଦନ ମିଶ୍ର, ପ୍ରବୀଣ ରଥ, ହରେକୃଷ୍ଣ ଦଳେଇ, ବିଏନଆର ସୁବୁଦ୍ଧି, ସୁର କିଶୋର ମିଶ୍ର, କମଳାକାନ୍ତ ପାଣିଗ୍ରାହୀ, ବରିଷ୍ଠ ଅଧିକାରୀ ଈଶ୍ଵର ସାହୁ, ସଦାଶିବ ସାହୁଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ସମାଜସେବା କ୍ଷେତ୍ରରେ ସ୍ଵର୍ଗତ ସାହୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related posts

ହୋଲି ପାଳନ ନେଇ ଆମ ପୁଲିସ ର ବୈଠକ 

masiha

ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ

masiha

ଆଦିବାସୀ ଙ୍କ ନିର୍ବାଚନ ବିଚାର ବିମର୍ସ ସଭା ଅନୁଷ୍ଠିତ

masiha

Leave a Comment

error: Content is protected !!