ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ମlତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୬୧ ତମ ଅବ୍ୟକ୍ତ ସ୍ମୃତି ଦିବସ 

ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ମlତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୬୧ ତମ ଅବ୍ୟକ୍ତ ସ୍ମୃତି ଦିବସ 

ଆସିକା, ୨୫/୬/୨୬ (ଶିବ ଶଙ୍କର ମିଶ୍ର ) ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ପ୍ରଥମ ମୁଖ୍ୟ ପ୍ରଶାସିକା ମlତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୬୧ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଶାନ୍ତି ଶକ୍ତି ଭବନର ସଭାଗୃହରେ ଏହି ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା l ଉକ୍ତ ସଭାକୁ ସମ୍ବୋଧିତ କରିବା ଅବସରରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ମାତେଶ୍ୱରୀଜୀ ଥିଲେ ଜ୍ଞାନ, ଯୋଗ, ପବିତ୍ରତା ଓ ସେବାର ଜୀବନ୍ତ ପ୍ରତିମୂର୍ତ୍ତି। ଅତ୍ୟନ୍ତ କମ୍ ବୟସରେ ସେ ପରମାତ୍ମ ଜ୍ଞାନକୁ ଆତ୍ମସାତ କରି ନିଜ ଜୀବନକୁ ଈଶ୍ୱରୀୟ ସେବା ପାଇଁ ସମର୍ପିତ କରିଥିଲେ। ବ୍ରହ୍ମାବାବାଙ୍କ ପାଳନl ଓ ପରମାତ୍ମା ଶିବ ପିତାଙ୍କ ଶ୍ରୀମତରେ ଗଢ଼ିଉଠିଥିବା ମାତେଶ୍ୱରୀଜୀ ନିଜର ଗଭୀର ଆଧ୍ୟାତ୍ମିକ ଅନୁଭୂତି, ସରଳତା, ମଧୁରତା ଓ ନିଷ୍କାମ ସେବା ଭାବନା ଦ୍ୱାରା ଲକ୍ଷ ଲକ୍ଷ ଆତ୍ମାଙ୍କୁ ପ୍ରେରଣା ଦେଇଥିଲେ। ଯଜ୍ଞର ଆଦି କାଳରେ ଅନେକ ପ୍ରତିକୂଳ ପରିସ୍ଥିତି, ବିରୋଧ ଓ ସଂଘର୍ଷ ମଧ୍ୟରେ ମାତେଶ୍ୱରୀଜୀ ଅସାଧାରଣ ଧୈର୍ଯ୍ୟ, ସହନଶୀଳତା ଏବଂ ଦୃଢ଼ ବିଶ୍ୱାସର ପରିଚୟ ଦେଇଥିଲେ। ସେ ଯଜ୍ଞର ମର୍ଯ୍ୟାଦା, ଏକତା ଏବଂ ପବିତ୍ରତାକୁ ସୁରକ୍ଷିତ ରଖିବାରେ ଅଗ୍ରଣୀ ଭୂମିକା ନିଭାଇଥିଲେ। କାର୍ଯ୍ୟକ୍ରମରେ ଆସିକା ସୁଗାର ଇଣ୍ଡଷ୍ଟ୍ରୀ ର ମ୍ୟାନେଜିଂ ଡାଇରେକ୍ଟର ଡାଃ ସୁଶାନ୍ତ କୁମାର ପଣ୍ଡା, ଆସିକା ହେଡ ପୋଷ୍ଟ ଅଫିସର ଭାରପ୍ରାପ୍ତ ପୋଷ୍ଟମାଷ୍ଟର ଜୟ ପ୍ରକାଶ ବିଶୋୟୀ, ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା ଅତିଥି ରୂପେ ଯୋଗଦେଇ ମlତେଶ୍ୱରୀଜୀ ଙ୍କ ସ୍ମୃତି ଚାରଣ କରିବା ସହିତ ମlତେଶ୍ୱରୀ ଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ lବ୍ରହ୍ମାକୁମାର ସତ୍ୟପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାର ବୁଲୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଭାଗ୍ୟଲତା ,ସୁଜ୍ଞାନୀ, ଲୀଲାବତୀ, ନିଶି ଓ ବ୍ରହ୍ମାକୁମାର ସୁନୀଲ,ନିରଞ୍ଜନ, ଲଡୁ କିଶୋର, ସରୋଜ, ରମେଶ, ପଞ୍ଚାୟତି, କlଳୁ, ମଙ୍ଗଳୁ, ରାମ ପ୍ରସାଦ, ସଂଗ୍ରାମ ଆଦି ସହ ଯୋଗ କରିଥଲେ l କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ଉପ ସେବା କେନ୍ଦ୍ର, ଧରାକୋଟ ଉପ ସେବା କେନ୍ଦ୍ର, ପାଟ ପୁର ଉପ ସେବା କେନ୍ଦ୍ରର ଶତାଧିକ ଭଉଣୀ ଭାଇ ଯୋଗ ଦେଇଥିଲେ l

Related posts

ଜଳପ୍ରପାତରେ ବୁଡ଼ିଗଲେ ଯୁବକ: ଏକ ମାସରେ ଦ୍ୱିତୀୟ ଅଘଟଣ, ପର୍ଯ୍ୟଟନ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

Sunil Chandra Nayak

ମଫସଲି ଝିଅ ସ୍ଵାଗତିକାର ଓଡିଶା ପ୍ରାଶାସନିକ ସେବା ପରିକ୍ଷା-୨୦୨୩ କୃତିତ୍ଵ ଯୋଗୁଁ ଜଗତସିଂହପୁର ଜିଲ୍ଲା ସହ ନବରଙ୍ଗପୁର ଜିଲ୍ଲା ଗର୍ବିତ

Sunil Chandra Nayak

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!