ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳର ଗୁପ୍ତପୀଠ ଗଣେଶ ଖୋଲ ଆଶ୍ରମ

ଢେ଼ଙ୍କାନାଳର ଗୁପ୍ତପୀଠ ଗଣେଶ ଖୋଲ ଆଶ୍ରମ

ଢେ଼ଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କରମୂଳ ପଞ୍ଚାୟତର ଘଞ୍ଚ ଜଙ୍ଗଲ ପାହାଡ ଭିତରେ ୧୫୩୧ ଖ୍ରୀଷ୍ଟାବ୍ଦରେ ଢେ଼ଙ୍କାନାଳର ରାଜା ହରି ସିଂହ ବିଦ୍ୟାଧର ଏହି ଗଣେଶଙ୍କର ମୃର୍ତ୍ତୀକୁ ପ୍ରତିଷ୍ଠା କରିଥିଲେ। ଆମ ଢେ଼ଙ୍କାନାଳର ଇତିହାସରେ ବର୍ଣ୍ଣିତ। ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ମୃର୍ତ୍ତୀଟି ରଖାଯାଇଛି। ସେଥି ପାଇଁ ଏହାର ନାଁ ହେଉଛି ଗଣେଶ ଖୋଲ । ସେତେବେଳେ ରାଜାଙ୍କର ଏଠି ନଅର ଥିଲା। ଏହି ମୃର୍ତ୍ତୀଟି ହେଉଛି କଳା ମୁଗୁନିପଥରର ମୃର୍ତ୍ତୀ। ସେତେବେଳେ କରମୂଳ ଗୋଟିଏ ଗଡ ଥିଲା। ରାଜାଙ୍କର ଇଷ୍ଟ ଭଳିଆ ଗଣେଶଙ୍କୁ ରଖିଥିଲେ। ରାଜା ଯେତେବେଳେ ଯୁଆଡେ ଯାଆନ୍ତି ବା ପାରିଧି କରିବାକୁ ଯାଆନ୍ତି ଗଣେଶଙ୍କୁ ତାଙ୍କର ପୂଜା ସେବାକରି ଯାଆନ୍ତି ବୋଲି କିମ୍ବଦନ୍ତୀ ରହିଛି। ରାମନାଥ ସାଧୁ ଅବସ୍ଥାନ କରି କି ସେ ଗଣେଶଙ୍କ ପୂଜା କରୁଥିଲେ। ବିଭିନ୍ନ ପ୍ରକାରର ଘନ ଅରଣ୍ୟ ମଧ୍ୟରେ ଯେଉଁ ଆଡ଼େ ଚାହିଁବ ଔଷଧବୃକ୍ଷ ଭରପୁର ଏବଂ ଶାନ୍ତ ପରିବେଶ ଓ ତପସ୍ୟାର ସାଧନ ସ୍ଥଳର ଏଇ କ୍ଷେତ୍ର। ବାଘ,ବନ୍ୟଜନ୍ତୁଙ୍କର ବର୍ତ୍ତମାନ ଆବାସ ସ୍ଥଳ ଅଛି। ସାଧୁ ଶ୍ରୀ ଶ୍ରୀ ୧୦୮ଶ୍ରୀ ଗୋବର୍ଦ୍ଧନ ଦାସ ଏହି ଆଶ୍ରମ ପ୍ରତିଷ୍ଠା କରିଥିଲେ। ଏହି ଆଶ୍ରମରେ ଛୋଟ ଡ୍ୟାମରୁ ଝରଣାଟିଏ ବହି ଯାଇଛି,ସୀତାରାମ ମନ୍ଦିର,ହନୁମାନ ମନ୍ଦିର,ଶିବ ମନ୍ଦିର,ଏଠାରେ ରହସ୍ୟମୟ ବଡକୂଅ ଟିଏ ଅଛି। ଯଜ୍ଞ ମଣ୍ଡପ,ଧୂନି ମନ୍ଦିର ଏସବୁ ନୂଆ ପ୍ରତିଷ୍ଠା ହୋଇଛି। ଏହି ଗଣେଶ ଖୋଲ ଆଶ୍ରମରେ ମକର ସଂକ୍ରାନ୍ତି ପର୍ବ ବେଶ ଧୁମଧାମର ସହିତ ପାଳିନ କରାଯାଏ। ଏହି ଗଣେଶ ଖୋଲ ଆଶ୍ରମଟି ଢେଙ୍କାନାଳର ବିଶ୍ବପ୍ରସିଦ୍ଧ ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ଉତ୍ତର ଦିଗ ବ୍ରାହ୍ମଣୀ ନଦୀକୂଳ ନିକଟରେ ଅବସ୍ଥିତ। ସବୁଜିମା ଗଣେଶ ଖୋଲ,ଯେ କେହି ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଲେ ଏତେ ମାତ୍ରାରେ ଆନନ୍ଦ ବିଭୋର ହୋଇ ଯାଆନ୍ତି। କହିଲେ ନସରେ ଏବଂ ସୁନ୍ଦର ମନୋରମ ପରିବେଶ ସାଙ୍ଗକୁ ଛୋଟ ଝରଣାର କୁଳୁକୁଳୁ ନାଦ,ପାହାଡ଼,ଜଙ୍ଗଲ,ବନ୍ୟପ୍ରାଣୀ,ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ସମସ୍ତଙ୍କୁ ବାନ୍ଧି ଦେଇଥାଏ ଏଠାରେ। ଏହି ଆଶ୍ରମଟି ଯଦି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଏ ସେହି ସ୍ଥାନର ସମୃଦ୍ଧି ହେବା ସହିତ ସରକାରଙ୍କର ରାଜସ୍ବ ମଧ୍ୟ ବୃଦ୍ଧି ହେବ ସେଥିଯୋଗୁଁ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇବା ସହିତ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇବାର ସମସ୍ତ ଗୁଣ ରହିଛି ଏଇ ଗଣେଶ ଖୋଲରେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମପୁରରେ ନାରୀ ଶକ୍ତି ବନ୍ଦନ, ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ଜିଲ୍ଲାର ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ 

Sunil Chandra Nayak

ରାୟଗଡା କଳିଙ୍ଗ ବୈଶ୍ୟ ସଂଘ ର ନୂତନ କର୍ମକର୍ତ୍ତା ଚୟନ ସଭାପତି ଅମରନାଥ, ସମ୍ପାଦକ ଜୟରାମ

masiha

କନ୍ଦରପୁର କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!