ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବହୁପୁରାତନ ବାଉଁଶରାଣୀ ଖେଳ 

ବହୁପୁରାତନ ବାଉଁଶରାଣୀ ଖେଳ 

ଢେ଼ଙ୍କାନାଳ – ବହୁପୁରାତନ ବାଉଁଶରାଣୀ ଖେଳ ଏମିତି ଏକ ଖେଳ ଯାହା ଅନ୍ୟ ମାନଙ୍କ ପାଇଁ ମନୋରଞ୍ଜନ । ହେଲେ ଖେଳାଳିଙ୍କ ପାଇଁ ବାସ୍ତବରେ ଜୀବନ ମରଣର ଖେଳ । ଦୁଇଖଣ୍ଡ ବାଉଁଶ ଓ ଖଣ୍ଡିଏ ଦଉଡିରେ ଚାଲିଛି ସାହସିକତାର ଖେଳ । ହାତରେ ବାଉଁଶ ଓ ମୁଣ୍ଡରେ କଳସୀ ଧରି ଆଗକୁ ବଢୁଛି କଅଁଳ ପାଦ,ଟିକେ ଏପଟ ସେପଟ ହେଲେ କଥା ସରିଲା । ତଥାପି ଜୀବନକୁ ପାଣିଛଡେଇ ଖେଳ ଦେଖାଉଛି ଝିଅଟି । ପେଟ ପାଇଁ ପିଢ଼ି ପରେ ପୀଢ଼ି ଧରି ଚାଲିଛି ଏହି ଖେଳ । ଲୋକଙ୍କ ପାଇଁ ମନୋରଞ୍ଜନ କରୁଥିବା ଏହି ପରିବାର ଆସିଛନ୍ତି ପଡୋଶୀ ଛତିଶଗଡରୁ ଦିନ ତମାମ ଖେଳ ଦେଖାଉଥିଲା ବେଳେ ୪୦୦ ରୁ ୫୦୦ ଟଙ୍କା ଆଉ ସେତିକିରେ ଚଳେ ତାଙ୍କରି ପରିବାର । କିଏ ଟଙ୍କା ଦିଏ,କିଏ ଦିଏନି ହେଲେ ଖେଳ ବନ୍ଦ ହୁଏନି । ଇଏ ଏମିତି ଏକ ଖେଳ,ଯାହା ଦେଖିବା ଲୋକଙ୍କୁ ମନୋରଞ୍ଜନ କରାଏ ଆଉ ବେଳେ ବେଳେ ଡରାଏ ବି । ହେଲେ ଦଉଡ଼ି ଉପରେ ଅଦ୍ୟମ ସାହସ ଦେଖାଉ ଥିବା ଏହି ଝିଅଟି ପାଇଁ ଏହା ଏକ ଖେଳ ମାତ୍ର । ଯେଉଁଥି ପାଇଁ ତାକୁ ଟଙ୍କା ମିଳେ ଆଉ ଦର୍ଶକଙ୍କ ତାଳିବି । ଏହି ବାଉଁଶରାଣୀ ଖେଳ ଢେ଼ଙ୍କାନାଳ ଜିଲ୍ଲାର ସହର ବଜାର ଓ ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ବିଶେଷ କରି ଯାନୀଯାତ୍ରା,ମେଳା ମହୋତ୍ସବ ମାନଙ୍କରେ ଏହି ବାଉଁଶରାଣୀ ଖେଳ ପ୍ରଦର୍ଶିତ ହେଉଥିବା ଥିବାର ଦୃଶ୍ୟ ଦେଖିବାକୁ ମିଳେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କର୍ଲାପଡା ଠାରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ

Sunil Chandra Nayak

ଶ୍ରୀ ଶ୍ରୀ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତଯୋଗିତା ଗୋଲାମୁଣ୍ଡା ଏକାଦଶ କୁ ହରାଇ ସିନାପାଲି ଚମ୍ପିୟାନ

masiha

କଳାହାଣ୍ଡି ଉତ୍ସଵ ବ୍ଲକ ସ୍ତରୀୟ ଫୁଟବଲ ଫାଇନାଲରେ ଫୁପଗାଁ ଟିମ ଚାମ୍ପିୟାନ

Sunil Chandra Nayak

Leave a Comment

error: Content is protected !!