ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମମତାର ମଧୁମତୀ 

ମମତାର ମଧୁମତୀ 

  ବେଣୁଧର ସୂତାର

 

ଆକାଶ ନୀଳିମା ତଳେ

ବିମୁଗ୍ଧ ଧରଣୀ କୋଳେ

ସବୁଜ ମାୟାର ସେଇ 

ମିଠା ମିଠା ମଧୁଭରା

                     ମୁଗ୍ଧ ଅନୁଭୂତି

କେତେ ହୀରା ମୋତି ଝରା

ସ୍ବପ୍ନିଳ ଆବେଗ ଭରା

ଅନୁପମ ସୃଷ୍ଟିର ଏ

କମନୀୟ ପ୍ରାଣମୟ

            ଜୀବନ ଜ୍ୟାମିତି ।।

ରମଣୀୟ ରୂପସାର

ସୃଷ୍ଟି ସୁଧା ସମଷ୍ଟିର

ବିପୁଳ ପୃଥିବୀ ଅଙ୍ଗେ 

ମାୟା ମୁଗ୍ଧ ବୈଭବର

             ସ୍ବପ୍ନ ଚାରୁଚିତ୍ର

ପ୍ରକୃତିର ଅଭିଯାନ

ଜୀବନର ଉପାଦାନ

ପବିତ୍ର ଶାଶ୍ବତ ଶାନ୍ତ

କମନୀୟ ସୌନ୍ଦର୍ଯ୍ୟର

           କମନୀୟ ଗାତ୍ର ।।

ଶୀତଳ ଅମିୟ ବାତେ

ବସନ୍ତର ପଦପାତେ

ଭିଜା ଭିଜା ନୀଳସ୍ବପ୍ନ 

ମୃଦୁ ଛନ୍ଦାୟିତ ଏଇ

                ମହୀ ମହୀୟସୀ

ଝରା ବଉଳର ବାସେ

କୁସୁମର ମଧୁ ହାସେ

ମାୟାବିନୀ ନିଶିଥିନୀ 

ଚାରୁ ଚନ୍ଦ୍ରହାସୀ ସେଇ

                 ନୀଳାକ୍ଷି ରୂପସୀ ।।

ଏସୃଷ୍ଟିର ରୂପକାର

ନୈସର୍ଗୀକ ସୁଷମାର

ଭୂମି ଠାରୁ ବ୍ୟାପି ଭୂମା 

ଏଧରଣୀ ମନୋରମା           

             ପ୍ରତ୍ୟୁଷ ପ୍ରଦୋଷ

ଯା ବକ୍ଷ ଅମୃତ ଧାରା

ମମତା ମଧୁରେ ଭରା

ଚିରନ୍ତନୀ ବସୁନ୍ଧରା

ପ୍ରକୃତି ତା କରୁଣାର

                 ଅମୃତ କଳସ ।।

ସରିତ ମୃଦୁ ଗାମିନୀ

ବନାନୀ ଚାରୁ ହାସିନୀ

ବିମୁଗ୍ଧ ଜ୍ୟୋତ୍ସ୍ନା ଯାମିନୀ

ସ୍ନିଗ୍ଧ ସୁଷମା ଶୋଭିନୀ

ଶୁଭ୍ର ଶାରଦୀୟ ଏଇ       

                  ମହା ମହୋତ୍ସବ

ନୀଳ ଶ୍ୟାମଜ୍ଜଳ ଦ୍ୟୁତି

ଏ ଧରଣୀ ମଧୁମତୀ

ଚନ୍ଦ୍ରିକା ଚନ୍ଦନ ଧାରା

ମାଧୁର୍ଯ୍ୟର ମଧୁକ୍ଷରା

ମମତା ପୁରିତ ଧରା

                  ଦିବ୍ୟ ବଇଭବ ।।

ଶୌର୍ଯ୍ୟ ସୁଧା ଐଶ୍ବର୍ଯ୍ୟର

ଅଙ୍କିତ ଓଁକାର ସୁର

ରୂପସୀ ପ୍ରକୃତି ଶୋଭା

ରୋମାଞ୍ଚିତ ମନଲୋଭା

ପ୍ରକୃତିର ଶୋଭା ନେଇ

ଧରା ଦିଶେ ଜ୍ୟୋତିର୍ମୟୀ

                ମୃଦୁଳ ମଞ୍ଜୁଳ

 ଏ ସୃଷ୍ଟିର କଳ୍ପ ଧାରା

ପ୍ରାଣ ପୀୟୂଷରେ ଭରା 

ମମତା ପଣତ ତଳେ

ବାନ୍ଧି ଅଛି ସ୍ନେହ ଭୋଳେ

ବିତରି ପରମ ପ୍ରୀତି

ହସୁଥାଉ ବସୁମତୀ

                   ଅବା ଚିରକାଳ ।।

କେଶଦୁରାପାଳ କେନ୍ଦୁଝର

 

Related posts

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଡା. ଦେବୀ ପ୍ରସାଦ ମିଶ୍ର ଙ୍କ କବିତା ଗୋଟିଏ ସନେଟ : ଆମ ପ୍ରିୟ ଓଡ଼ିଆ ଭାଷା ପାଇଁ

Sunil Chandra Nayak

Leave a Comment

error: Content is protected !!