ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଉତ୍ତର ବାଲେଶ୍ୱର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା କମିଟି ଘୋଷିତ 

ଉତ୍ତର ବାଲେଶ୍ୱର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା କମିଟି ଘୋଷିତ 

ଜଳେଶ୍ଵର,୧୭/୭(ମନିସ)-,ଉତ୍ତର ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଡ.ପ୍ରଦୀପ କୁମାର ପଣ୍ଡାଙ୍କ ଅନୁମୋଦନ କ୍ରମେ ଜିଲ୍ଲା କୃଷକ ମୋର୍ଚ୍ଚା କମିଟି ସଭାପତି ଖଗେନ୍ଦ୍ର କୁମାର ନାୟକଙ୍କ ଦ୍ୱାରା ଆଜି ଘୋଷଣା କରାଯାଇଛି।ନୂତନ କମିଟିର ଉପସଭାପତି ରୂପେ ଶିବ ଶଙ୍କର ପ୍ରଧାନ,ହରିଶ ଚନ୍ଦ୍ର ପରିଡ଼ା, ପ୍ରଦୀପ କୁମାର କର,ତରଣୀ କାନ୍ତ ସେନାପତି, କିଣାରାମ ମହାପାତ୍ର ଓ ରାଧା ବଲ୍ଲଭ ମଣ୍ଡଳ,ସାଧାରଣ ସମ୍ପାଦକ ରୂପେ ବରେନ୍ଦ୍ର ପାତ୍ର ଓ ଦୀନକୃଷ୍ଣ କୁଣ୍ଡୁ,ସମ୍ପାଦକ ରୂପେ ତୁଷାର ରଞ୍ଜନ ଦାସ,ବିଶ୍ୱରୂପ ଦାସ,ଆରତୀ ନାୟକ,କମଲ ଲୋଚନ ପାଲ,ଜଗନ୍ନାଥ ପାଇକରାୟ ଓ ଚାରୁ ଚନ୍ଦ୍ର ନନ୍ଦୀ, କୋଷାଧ୍ୟକ୍ଷ ରୂପେ ପ୍ରଦୀପ ମହାନ୍ତି,ସାମାଜିକ ଗଣମାଧ୍ୟମ ଦାୟିତ୍ୱ ପାଇଁ ଚିନ୍ମୟ ପ୍ରମାଣିକ,ଆଇ.ଟି.ସେଲ୍ ଦାୟିତ୍ୱ ପାଇଁ ଯୋଷବନ୍ତ ପ୍ରଧାନ,ମିଡିଆ ସେଲ୍ ଦାୟିତ୍ୱ ପାଇଁ ଦିବାକର ଖଟୁଆଙ୍କୁ ମନୋନୀତ କରାଯାଇଛି।ସେହିପରି ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରୂପେ ୧୫ ଜଣ ଓ ୧୯ ଟି ମଣ୍ଡଳ ସଭାପତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।ଏହି ନୂତନ ଜିଲ୍ଲା କମିଟି ଗଠନ ପାଇଁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ନାୟକ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ଉତ୍ତର ବାଲେଶ୍ୱର ଜିଲ୍ଲା ସଭାପତି ଡ.ପ୍ରଦୀପ କୁମାର ପଣ୍ଡା,ଜଳେଶ୍ଵର ବିଜେପି ନେତା ବ୍ରଜ ମୋହନ ପ୍ରଧାନ,ବସ୍ତା ବିଜେପି ନେତା ରବୀନ୍ଦ୍ର ପଣ୍ଡା ଓ ଭୋଗରାଇ ବିଜେପି ନେତା ଆଶିଷ ପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ମହିଳା ସଂରକ୍ଷଣ ବିଲ୍‌ କାଟ୍ ଖାଇବା ପ୍ରସଙ୍ଗରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବେ ମହିଳା ,୨୪ ଓ ୨୫ରେ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମହିଳା ଆକ୍ରୋଶ ସମ୍ମିଳନୀ : ଡା.ଐଶ୍ଚର୍ଯ୍ୟା ବିଶ୍ଵାଳ

Sunil Chandra Nayak

ଓଡ଼ିଶା ଜନତା କଂଗ୍ରେସ ପାର୍ଟି ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଭାରତୀୟ ଜନତା ପାର୍ଟି ଧର୍ମଗଡ ଉପଖଣ୍ଡ ଶାଖା ପକ୍ଷରୁ ମଦ ମାଫିଆ ଙ୍କ କୁଶପୁତ୍ତଳା ଦାହ

masiha

Leave a Comment

error: Content is protected !!