ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କିଷାନ୍ କଂଗ୍ରେସ ଵୈଠକ ଅନୁଷ୍ଟିତ 

କିଷାନ୍ କଂଗ୍ରେସ ଵୈଠକ ଅନୁଷ୍ଟିତ 

ନବରଙ୍ଗପୁର:(୧୮|୭)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନ ଠାରେ କିଷାନ୍ କଂଗ୍ରେସ ଵୈଠକ ଅନୁଷ୍ଟିତ ହୋଇଯାଇଛି lଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ସୁଶ୍ରୀ ଲୀପିକା ମାଝୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରାଜ୍ୟ କିଷାନ୍ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଅଭୟ କୁମାର ସାହୁ,ସମ୍ମାନୀତ ଅତିଥି ଭାବେ ଉପସଭାପତି ଡ. ବରାଳ, ଡାବୁଗାଁ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଭୂଜବାଲ ମାଝୀ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ଶ୍ରୀ ମୁନା ତ୍ରିପାଠୀ ,ନବରଙ୍ଗପୁର ଜିଲ୍ଲା କିଷାନ୍ କଂଗ୍ରେସ ସଭାପତି ଡ଼. ସନରାଜ ଗଣ୍ଡ , କୋରାପୁଟ ଜିଲ୍ଲା କିଷାନ୍ କଂଗ୍ରେସ ସଭାପତି ଶ୍ରୀ ଭବାନି ଶଙ୍କର ରଥ , ମାଲକାନଗିରି ଜିଲ୍ଲା କିଷାନ୍ କଂଗ୍ରେସ ସଭାପତି ଶ୍ରୀ ଦଶରଥ ଭାଇ , କିଷାନ୍ କଂଗ୍ରେସ ରାଜ୍ୟ ଉସଭାପତି ଶ୍ରୀ ବୃନ୍ଦାବନ ତ୍ରିପାଠୀଙ୍କ ସହ ନବରଙ୍ଗପୁର ଜିଲ୍ଲାର ୧୦ଗୋଟି ବ୍ଲକ ସଭାପତି ସମେତ ଅନେକ ବରିଷ୍ଟ କଂଗ୍ରେସ ନେତା ଯୋଗଦେଇ ଥିଲେ ।ସାଙ୍ଗଠନିକ କାର୍ଯ୍ୟ ଉପରେ ବ୍ୟାପକ ଆଲୋଚନା ହୋଇଥିବା ବେଳେ କିଶାନ ମାନଙ୍କର ଚାଷ କାର୍ଯ୍ୟ ସମୟରେ ସାରର ଅଭାବୀ ବିକ୍ରୀ ଯୋଗୁଁ ମକା ଚାଷରେ ଚାଷୀ କ୍ଷତିଗ୍ରସ୍ତ ହେଲେ ନବରଙ୍ଗପୁର ଜିଲ୍ଲାର ମକା ଚାଷ ଏସିଆ ମହାଦେଶରେ ନମ୍ବର ୱାନ ମକା ଚାଷ ହୋଇପାରିବ ନାହିଁ l ତେବେ ମକା ଚାଷରେ ନମ୍ବର ୱାନ ନାମକୁ ଏ ସରକାର ତଳକୁ ଦେବେ, ସେଥିନେଇ କଂଗ୍ରେସ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଥିଲା l ମକା ନିମନ୍ତେ ମକା ପ୍ରୋସେସିଂ ପ୍ଲାଣ୍ଟ ଟିଏ ହେଲେ ଏଠାକାର ଚାଷୀ ଉଚିତ୍ ମୂଲ୍ୟ ପାଇ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇ ପାରନ୍ତା, ସେ ଦିଗରେ ଏବର ଡବଲ ଇଞ୍ଜିନ୍ ସରକାର ଥାଇ ଜନହିତକର କାର୍ଯ୍ୟରେ କୌଣସି ପଦକ୍ଷେପ ନେଉ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା l ଚାଷୀମାନଙ୍କୁ ଚାଷ ସମୟରେ ଏଭଳି ଅସୁବିଧା କରାଉଥିବା ସରକାର କାହା ସ୍ବାର୍ଥରେ ବୋଲି କର୍ମୀମାନେ ମତ ପ୍ରକାଶ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଣ୍ଟାବାଞ୍ଜିରେ ବିଜେଡିର ବୁଥ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

ଆସିକା ବିଧାୟକଙ୍କ ବାସଭବନରେ ବିଜୟ ଉତ୍ସବ ପାଳିତ

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି 

masiha

Leave a Comment

error: Content is protected !!