ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଦୂଷଣ ନିୟମ ଉଲ୍ଲଂଘନ :  ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି

ପ୍ରଦୂଷଣ ନିୟମ ଉଲ୍ଲଂଘନ : 

ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି

       ରାଉରକେଲା: କଠିନ ଆବର୍ଜନା ଓ ଫ୍ଲାଏ ଆସ୍ ର ଅବୈଧ ଡମ୍ପିଂ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଓ ସଂସ୍ଥା ଙ୍କ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧.୮୦ କୋଟି ଟଙ୍କା ପରିବେଶଗତ କ୍ଷତିପୂରଣ ଆଦାୟ କରିଛି। ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରାଜଗାଙ୍ଗପୁରସ୍ଥିତ ଅଗ୍ରସେନ ସ୍ପଞ୍ଜର ୩ଟି ୟୁନିଟକୁ ସିଲ୍ କରାଯାଇଛି। ଏସପିସିବି ର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼ ଅନୁପ କୁମାର ମଲ୍ଲିକ ଙ୍କ ନିର୍ଦ୍ଦେଶରେ , କାରଖାନା ପରିସର ମଧ୍ୟରେ ୩ଟି ସ୍ଥାନରେ ଏକସଙ୍ଗେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ସେଗୁଡ଼ିକ ହେଲା ପିଏଲସି କଣ୍ଟ୍ରୋଲ ରୁମ୍, କଞ୍ଚାମାଲ ଫିଡିଂ ପଏଣ୍ଟ ଏବଂ ୩୩ କେଭି ବିଦ୍ୟୁତ ସଂଯୋଗ ସ୍ଥଳ।

ଏସପିସିବି ରାଉରକେଲା ପକ୍ଷରୁ କୁହାଯାଇଛି ଯେ ବାୟୁ ଏବଂ ଜଳ ଆଇନ ଅନୁଯାୟୀ ଦିଆଯାଇଥିବା ସର୍ତ୍ତାବଳୀ ଉଲ୍ଲଂଘନ କରି କାରଖାନା ଚାଲୁଥିଲା। ବାରମ୍ବାର ନିୟମ ଅଣଦେଖା ଏବଂ ନିର୍ଦ୍ଧାରିତ ପରିବେଶ ମାନଦଣ୍ଡ ପୂରଣ ନକରିବା ଯୋଗୁଁ ବିଭିନ୍ନ ଶିଳ୍ପ କାରଖାନା ରେ ଏହି ସିଲ୍ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।ଏସପିସିବି ରାଉରକେଲାର ଏକ ଟିମ୍, ସ୍ଥାନୀୟ ପ୍ରଶାସନ, ଟିପିଡବ୍ଲୁଓଡି ଏବଂ ପୋଲିସ ଉପସ୍ଥିତିରେ ସିଲ୍ କାର୍ଯ୍ୟ ସମ୍ପନ୍ନ କରିଛି। ସିଲ୍ ହୋଇଥିବା ସ୍ଥାନରେ ନୋଟିସ୍ ମଧ୍ୟ ଲଗାଯାଇଛି ଯେ ବୋର୍ଡର ପରବର୍ତ୍ତୀ ଅନୁମତି ନମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରାଯାଇପାରିବ ନାହିଁ।

ଉଲ୍ଲଂଘନକୁ ସୁଧାରି ଅନୁପାଳନ ରିପୋର୍ଟ ଦାଖଲ କରିବା ପରେ ହିଁ କାରଖାନା ପରିଚାଳନାକୁ ଡି-ସିଲ୍ ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୋର୍ଡ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ଓ ଚଳିତ ଏପ୍ରିଲରୁ ଏବେ ପର୍ଯ୍ୟନ୍ତ ଆରଓ ଏସପିସିବି, ରାଉରକେଲା ଦ୍ୱାରା ନିୟମ ଉଲ୍ଲଂଘନକାରୀ ଶିଳ୍ପଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।୨୦୨୫-୨୬ରେ ଓଏସପିସିବି, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୪୧ ଟି ଶିଳ୍ପ କୁ ବନ୍ଦ କରିବା ନିର୍ଦ୍ଦେଶ ନୋଟିସ୍ ଜାରି କରାଯାଇଛି l 

୩୧ଟି ଶିଳ୍ପ ସଂସ୍ଥା କୁ ସିଲ୍ କରାଯାଇଥିବା ବେଳେ ୧୦୦ ଟି ଶିଳ୍ପ କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି l ସେହିପରି ୭ଟି ଶିଳ୍ପ କାରଖାନା କୁ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ, ପରିବେଶ ସୁରକ୍ଷା ଆଇନ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନୁମତି ସର୍ତ୍ତ ଉଲ୍ଲଂଘନ କରି କଠିନ ଆବର୍ଜନା, ଫ୍ଲାଏ ଆସ୍ ଏବଂ ଅନ୍ୟାନ୍ୟ ବିପଜ୍ଜନକ ପଦାର୍ଥ ଡମ୍ପ କରୁଥିବା ଶିଳ୍ପଗୁଡ଼ିକ ଉପରେ ମୁଖ୍ୟ ଧ୍ୟାନ ଦିଆଯାଉଛି। ବୋର୍ଡ ପକ୍ଷରୁ ରାଉରକେଲା, ରାଜଗାଙ୍ଗପୁର, କୁଆଁରମୁଣ୍ଡା, କଳୁଙ୍ଗା, ବଣାଇ ଭଳି ଶିଳ୍ପ କାରଖାନା ରେ ଯାଞ୍ଚ ତୀବ୍ର କରାଯାଇଛି। ଏସପିସିବି ର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ମଲ୍ଲିକ କହିଛନ୍ତି ଯେ , ନିର୍ଦ୍ଧାରିତ ସମୟ ମଧ୍ୟରେ ଶିଳ୍ପ କାରଖାନା ଗୁଡିକ ତ୍ରୁଟି ସୁଧାର ନକଲେ ଆଗାମୀ ଦିନରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି ବେଦାନ୍ତ 

masiha

୫୭ ନମ୍ବର ରାଜ୍ୟ ରାଜପଥର ତାଳବଣୀଆ ନିକଟରେ ପିକ୍ ଅପ ଭ୍ୟାନ ଓଲଟି ୧ ମୃତ,୭ ଗୁରୁତର ଓ ୧୫ ରୁ ଉର୍ଦ୍ଧ୍ବ ଆହତ 

Sunil Chandra Nayak

Youth Icon of India:Ashirbad Mahapatra(Anup).

Sunil Chandra Nayak

Leave a Comment

error: Content is protected !!