ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଭାଇବ୍ରାଣ୍ଟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାଉରକେଲା ଭାଇବ୍ରାଣ୍ଟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନ୍ଆଇଟି ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ସହ ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇ ବୃକ୍ଷ ର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ବୃକ୍ଷରୋପଣ ଉପରେ ଏକ ନାଟକ ପରିବେଷଣ କରି ସଚେତନତା ବାର୍ତ୍ତା ବଣ୍ଟନ କରାଯାଇଥିଲା। ଭାଇବ୍ରାଣ୍ଟର ସଭାପତି ରୋଟାରିଆନ ଡ ସଞ୍ଜୁକ୍ତା ପତି ଙ୍କ ଅଧ୍ୟକ୍ଷତା ଓ ସମ୍ପାଦିକା ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭାପତି ରୋଟାରିଆନ ଡ ମୀନତି ପଣ୍ଡା, ସମସ୍ତ ରୋଟାରିଆନ ସର୍ବଶ୍ରୀ ଅଜିତ ମୋହନ ପୁଜାରୀ, ଅଞ୍ଜଳି ହୋତା, ବସନ୍ତ କୁମାର ତନ୍ତୀ, ନିରୁପମା ପତି, ଶ୍ରୀଧର ମଲ୍ଲିକ,ସୋମା ମହାପାତ୍ର, ଅନିତା ନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ବେହେରା,ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମଦ ଦୋକାନରେ ଚାବି ମାରି ମଦ ବିକ୍ରି ବନ୍ଦ କରିଦେଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା 

masiha

ଜୁନାଗଡ଼ ଏନ.ଏ.ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

masiha

ଶୁଣିଲାନି ପ୍ରଶାସନ ଶେଷରେ ଅଣ୍ଟା ଭିଡିଲେ ଗ୍ରାମବାସୀ, ନିଜସ୍ୱ ଉଦ୍ୟମରେ ନାଳରେ ଉପରେ ନିର୍ମାଣ କଲେ ଏକ ଅସ୍ଥାୟୀ କାଠ ପୋଲ

masiha

Leave a Comment

error: Content is protected !!