ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, ୨୧/୦୭/୨୬: ଆଜି ସଦଭାବନା ଭବନ ଠାରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ସମ୍ବଲପୁର ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ସମସ୍ତ ରାଜନୈତିକ ଦଳ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ବୈଠକରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଜିଲ୍ଲାରେ ଚାଲିଥିବା ଏସ ଆଇ ଆର୍ ପ୍ରକ୍ରିୟା ଅର୍ନ୍ତଗତ ବିଭିନ୍ନ କାର୍ଯ୍ୟକଳାପ ଗୁଡ଼ିକ ଉପରେ ପି ପି ଟି ମାଧ୍ୟମରେ ଉପସ୍ଥାପନ କରିଥିଲେ । 

ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ମହାପାତ୍ର ଜିଲ୍ଲା ରେ ଚାଲିଥିବା ଏସ ଆଇ ଆର୍ ପ୍ରକ୍ରିୟା ଉପରେ ନିଜର ସନ୍ତୋଷ ପ୍ରକଟ କରିଥିଲେ ଏବଂ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ କ୍ଷେତ୍ର ସ୍ତରୀୟ କୌଣସି ସମନ୍ୱୟ ର ଅଭାବ କିମ୍ବା ଅନ୍ୟ କୌଣସି ଅସୁବିଧା ରହିଥିଲେ ତାହା ଜଣାଇବାକୁ , ଯାହା ଦ୍ଵାରା କି ସେହି ସମସ୍ୟା ଗୁଡ଼ିକ ସମୟ ମଧ୍ୟରେ ସମାଧାନ ବା ସଂଶୋଧନ କରାଯାଇ ପାରିବ ବୋଲି କହିଥିଲେ।

ସେହିଭଳି ଯଦି ଅବଶିଷ୍ଟ ୭ ପ୍ରତିଶତ ଅନୁପସ୍ଥିତ, ସ୍ଥାନାନ୍ତର ମୃତ ତାଲିକା (ASD ତାଲିକା) ମଧ୍ୟରେ କୌଣସି ଯୋଗ୍ୟ ଭୋଟର ଥାଆନ୍ତି, ତେବେ ତାଙ୍କୁ ତୁରନ୍ତ ଚିହ୍ନଟ କରି ଭୋଟର ତାଲିକାରେ ସାମିଲ କରିବାରେ ସହଯୋଗ କରିବାକୁ ସମସ୍ତ ରାଜନୈତିକ ଦଳ ମାନଙ୍କୁ ପ୍ରସାଶନ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିରେ ସମସ୍ତ ରାଜନୈତିକ ଦଳ ମାନେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ ।

  ଏହି ଅବସରରେ ଭୋଟର ତାଲିକା କୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଶ୍ରୀ ଅଭିମନ୍ୟୁ ମାଝୀ , ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା, ଡେପୁଟି କଲେକ୍ଟର ( ନିର୍ବାଚନ) ସୁଶ୍ରୀ ପ୍ରଧାନ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଭାରତୀୟ ଜନତା ପାର୍ଟି ରୁ ଶ୍ରୀମତୀ କୁସୁମ ଟେଟେ , ଶ୍ରୀ ଭେଷଜ ରଥ, ଶ୍ରୀ କୁଲଦୀପ ସିଂ, ଶ୍ରୀ ସୁରେନ୍ଦ୍ର ଦେହୁରୀ, ବିଜୁ ଜନତା ଦଳରୁ ଶ୍ରୀ ଜୟ ନାରାୟଣ ତ୍ରିପାଠୀ ଏବଂ ଶ୍ରୀ ଅମୀୟ କୁମାର ପ୍ରଧାନ ଏବଂ କଂଗ୍ରେସ ପକ୍ଷରୁ ଶ୍ରୀ ଅଜିତ ପ୍ରସାଦ ଓ ଶ୍ରୀ ପର୍ଶୁରାମ ସରାଫ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୋଖରୀରେ ବୁଡି ଦୁଇ ଭାଇ ମୃତ୍ୟୁ

ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ର ଆଭାସି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଶୁଭ ଉଦଘାଟନ

masiha

Leave a Comment

error: Content is protected !!