ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ଓ ଗୋଟିଏ ସ୍କିଲ ଏକାଡେମୀ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ମାଇନିଂ କର୍ପୋରେସନ (ଓଏମସି)ର ୬୭ତମ ପ୍ରତିଷ୍ଠା ଦିବସ ଅବସରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଲୋକ ସେବା ଭବନର କନଭେନସନ ସେଣ୍ଟରରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ଅବସରରେ ଓଏମସି ପକ୍ଷରୁ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନେକ ପ୍ରୋଜେକ୍ଟ ଲଞ୍ଚ କରାଯାଇଥିଲା ।ରାଜ୍ୟରେ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବ । ଏଥିପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଓ ଓଏମସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସେହପରି ଆଇଟିଆଇ, କୋଇରାଠାରେ ଗୋଟିଏ ସ୍କିଲ ଏକାଡେମୀ ପ୍ରତିଷ୍ଠା ପାଇଁ ବୈଷୟିକ ଶିକ୍ଷା ଓ ତାଲିମ୍ ବିଭାଗ ସହ ବୁଝାମଣା ହୋଇଥିଲା । ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବାର୍ଷିକ ୩୦ କୋଟି ଭାବେ ଓଏମସି ୨୦୮ କୋଟି ଟଙ୍କା ବ୍ୟୟ କରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ଓଏମସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ । ଏହାଦ୍ୱାରା ରାଜ୍ୟର ଅନେକ ବିକାଶ ସାଧନ ହେବା ସହ କିଛି ପରବର୍ତ୍ତନ ଦେଖିବାକୁ ମିଳିବ । ଦ୍ରୁତ ବିକାଶ କରିବା କ୍ଷେତ୍ରରେ ଓଏମସି ଦେଶର ସର୍ବବୃହତ କମ୍ପାନୀ । ଗତ ଆର୍ଥିକ ବର୍ଷରେ ଓଏମସି ୩୦ ମିଲିଅନ ଟନ ଓର ଉତ୍ପାଦନ କରି ୧୭ ହଜାର କୋଟିର ବ୍ୟବସାୟ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶିକ୍ଷୟତ୍ରୀଙ୍କୁ ଲୁହ ଭରା ଆଖିରେ ଅବସର କାଳୀନ ବିଦାୟ ଦେଲେ ଛାତ୍ରୀ ଛାତ୍ର ସହ ଅଭିଭାବକ

Sunil Chandra Nayak

କବିତା – ଡର

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ତୁମ୍ଭେ ହିଁ ସହାୟ ହୁଅ

Sunil Chandra Nayak

Leave a Comment

error: Content is protected !!