ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଠେଲକୋମୁଣ୍ଡା ଠାରେ ଭକ୍ତିମୟ ପରିବେଶ ମଧ୍ୟରେ ମହାଭାରତ ପାରାୟଣ ଉଦଯାପିତ

କୋକସରା-୧୬/୦୫( ମ ନି ସ) ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତ ଠେଲକୋମୁଣ୍ଡା ଗ୍ରାମରେ ରହିଥିବା ଆମ୍ବ ବଗିଚା ରେ ଗତ ୧୭/୦୪ ରୁ ଆରମ୍ଭ ହୋଇଥିବା ମହାଭାରତ ପାରାୟଣ ଏକ ମାସ ଧରି ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି ଧାର୍ମିକ ମହାଭାରତ ପାରାୟଣ ରେ ପୁଜାକର୍ତ୍ତା ଭାବେ ଭାସ୍କର ବାଗ ସପତ୍ନୀକ ତୁଳସୀ ବାଗ ପୂଜାର୍ଚ୍ଚନା ର ସମସ୍ତ ବିଧି ତୁଲାଇଥିଲେ। ମହାଭାରତ ମୁଖ୍ୟ ପୁରାଣ ପଣ୍ଡା ଈଶ୍ୱରୀ ପ୍ରସାଦ ମୁଣ୍ଡ ଙ୍କ ସହ ସହଯୋଗୀ ଭାବେ ବଳଭଦ୍ର ପ୍ରସାଦ ବାଗ, ଖଗେଶ୍ବର ନାଏକ, ରତ୍ନାକର ଶବର ପ୍ରମୁଖ ପୁରାଣ ପଠନ ରେ ସହଯୋଗୀ ରହିଥିଲେ। ଦୀର୍ଘ ଏକ ମାସ ଧରି ଚାଲିଥିବା ମହାଭାରତ ପାରାୟଣ ରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ମହାଭାରତ ପାରାୟଣ ରେ ଭାଗ ନେଇଥିଲେ । ମହାଭାରତ ପାରାୟଣ ଉଦଯୋଗି ଭାବେ ଉମାଶାଙ୍କର ବାଗ, ସନାତନ ବାଗ, ଶ୍ରୀଧର ନାଏକ, ମହେନ୍ଦ୍ର ନାଏକ, ପ୍ରସନ୍ନ କୁମାର,ସୁରେନ୍ଦ୍ର ପଟ୍ଟନାୟକ, ଭୁକଚନ ବାଗ, ନିରଞ୍ଜନ ବାଗ ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗ କ୍ରମେ ମହାଭାରତ ପାରାୟଣ ଏକ ମାସ ଧରି ଭକ୍ତି ଓ ଭାବ ର ସହ ଉଦଯାପିତ ହୋଇଯାଇଛି। ସୋମବାର ଉଦଯାପିତ କାର୍ଯ୍ୟକ୍ରମ ରେ ଭାଲୁବୁଟ୍ରା ଗ୍ରାମର ମହିଳା ସଂକୀର୍ତ୍ତନ ଦଳ ଯୋଗ ଦେଇଥିବା ବେଳେ ମହାଭାରତ ରେ ବ୍ରତୀ ରହିଥିବା ଶ୍ରଦ୍ଧାଳୁ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ଭକ୍ତିମୟ ପରିବେଶ ମଧ୍ୟରେ ମହାଭାରତ ଉଦଯାପନି ର ଯବନିକା ପଡିଛି।

Related posts

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

ଜାମଦା ଥାନା! ବୃଦ୍ଧାଙ୍କୁ ଡାହାଣୀ ଜନିତ ହତ୍ୟା ସନ୍ଦେହ

Sunil Chandra Nayak

ବୋରଗୁଡ଼ାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!