ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ,  ରେଲମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଆରମ୍ଭ

ନୂଆପଡା: ଖରିଆର ରୋଡ଼ ଠାରେ ଆରମ୍ଭ କେନ୍ଦ୍ର ସରକାର ଙ୍କ ରେଲମନ୍ତ୍ରଣାଳୟ ଏବଂ ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଖରିଆରଭରୋଡ଼ ଠାରେ ଆରମ୍ଭ ହୋଇଯାଇଅଛି। ଏହି ସେବାକୁ ଖରିଆର ରୋଡ଼ ନଗରପାଳ ସୋନିଆ ଅଗ୍ରୱାଲ ଯୋଗ ଦେଇ ଉଦଘାଟନ କରିଛନ୍ତି। ଆସନ୍ତା ୧ ଜୁନ ପର୍ଯ୍ୟନ୍ତ ୧୬ ଦିନ ଧରି ଖରିଆର ରୋଡ଼ ରେଳଷ୍ଟେସନ ଠାରେ ଚିକିତ୍ସା ଏବଂ ଅସ୍ତ୍ରୋପଚାର କରାଯିବ। ଏହି ରେଳ ଲାଇଫ ଲାଇନ ଏକ୍ସପ୍ରେସ ଗୋଟିଏ ସୁପର ସ୍ପେସାଲିଷ୍ଟ ସ୍ବାସ୍ଥ୍ୟ କେନ୍ଦ୍ରବର ସୁବିଧା ରହିଅଛି। ଆଜକୁ ୩୦ ବର୍ଷ ପୂର୍ବେ ଏହି ସେବା ଆରମ୍ଭ ହୋଇ ବିଶ୍ଵରେ ପ୍ରଥମ ହୋଇଅଛି। ପରେ ଏହା ଚାଇନା ରେ ୪ ଗୋଟି ଏବଂ ୟୁରୋପ ରେ ସେବା ଆରମ୍ଭ କରିଛନ୍ତି। ଏହି ସେବା ଆରମ୍ଭ କରିବା ମୁଖ୍ୟ ଉଦ୍ଧେଶ୍ୟ ଆଦିବାସୀ ଏବଂ ଆକାଂକ୍ଷା ଜିଲ୍ଲା ଏବଂ ଅଞ୍ଚଳ କୁ ରେଳ ଲାଇଫ ଲାଇନ ଏକ୍ସପ୍ରେସ ଯାଇ ସେଠାରେ ସୁବିଧା ପାଉନଥିବା ଅଞ୍ଚଳ ବାସୀଙ୍କୁ ଅସ୍ତ୍ରୋପଚାର କରି ସେବା ପ୍ରଦାନ ଏକମାତ୍ର ଲକ୍ଷ ବୋଲି ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ ଟ୍ରଷ୍ଟି ପକ୍ଷରୁ ପ୍ରକାଶ କରିଛନ୍ତି।ଅକ୍ଷମ ବ୍ୟକ୍ତିଙ୍କୁ ସୁବିଧା ହେବ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉମାକାନ୍ତ ଦାସ ଙ୍କ କବିତା ନୀଳାଚଳ ଧାମ

Sunil Chandra Nayak

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

Sunil Chandra Nayak

ଭବାନୀପାଟଣା ଠାରେ ୭୬ତମ ସ୍ବାଧିନତା ଦିବସ ୨୦୨୨ ପାଳିତ

Sunil Chandra Nayak

Leave a Comment

error: Content is protected !!