ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବଦଳକୁ ବିରୋଧ

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବଦଳକୁ ବିରୋଧ

ସାମ୍ବାଦିକଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଯୋଜନାରେ ପରିବର୍ତ୍ତନ କରିବା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛି ଓଡ଼ିଶା ସାମ୍ବାଦିକ ସଂଘ। ଏହାକୁ ନେଇ ଓଜେୟୁ କଳାହାଣ୍ଡି ଜିଲ୍ଲା ୟୁନିଟ୍ ପକ୍ଷରୁ ଭବାନୀପାଟଣାରେ ପ୍ରତିବାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଛି। ଆମ ରାଜ୍ୟ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ହିତ ଦୃଷ୍ଟିରୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଚଳିତ ରହିଛି। ତେବେ ବର୍ତ୍ତମାନ ଏହି ଯୋଜନାକୁ ବଦଳାଇ ଆୟୁଷ୍ମାନ ଯୋଜନାରେ ସାମିଲ କରିବାକୁ ରାଜ୍ୟ ସରକାର ମସୁଧା କରୁଥିବା ଅଭିଯୋଗ ହୋଇଛି।

ଏହାକୁ ବିରୋଧ କରି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) କଳାହାଣ୍ଡି ଜିଲ୍ଲା ୟୁନିଟ୍ ପକ୍ଷରୁ ଭବାନୀପାଟଣାରେ ପ୍ରତିବାଦ କରାଯାଇଥିଲା। ଜିଲ୍ଲା ୟୁନିଟ୍ ସଭାପତି ନିରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଥିଲା। କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଏହି ପ୍ରତିବାଦ ପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନ, ଅଭିରାମ ପ୍ରସାଦ ପଟ୍ଟନାୟକ, ବିକାଶ ରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

ସାମ୍ବାଦିକଙ୍କ ପାଇଁ ପୂର୍ବରୁ ରହିଥିବା ସ୍ୱାସ୍ଥ୍ୟ ବୀମା ସୁବିଧାକୁ ଅବ୍ୟାହତ ରଖିବା ସହ ଏହାକୁ ଅଧିକ ସୁଦୃଢ଼ କରିବାକୁ ଓଜେୟୁ ପକ୍ଷରୁ ଦାବି କରାଯାଇଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ, ରାଇରଙ୍ଗପୁରରେ ରକ୍ଷା ବନ୍ଧନ ମହୋତ୍ସବ; ବ୍ରହ୍ମ କୁମାରୀ ଭାଇ ଭଉଣୀଙ୍କ ସହ ରକ୍ଷାବନ୍ଧନ ପାଳିଲେ ସାଂସାଦ, ସାମ୍ବାଦିକ 

masiha

କ୍ୟାନସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କଲେ ସାଇଜ୍ଯୋତ୍ସା

masiha

ଓଡିଶା ରତ୍ନ ଜାତୀୟ ସମ୍ମାନ ପାଇଲେ ଧରାକୋଟ ର ଚନ୍ଦ୍ରମଣି 

Sunil Chandra Nayak

Leave a Comment

error: Content is protected !!