ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ଘର୍ ତ୍ରିରଙ୍ଗାର ଗୌରବ ବାର୍ତ୍ତା ନେଇ ଜୁନାଗଡ଼ରେ ବ୍ଲକସ୍ତରୀୟ ରାଲି 

ଘର ଘର୍ ତ୍ରିରଙ୍ଗାର ଗୌରବ ବାର୍ତ୍ତା ନେଇ ଜୁନାଗଡ଼ରେ ବ୍ଲକସ୍ତରୀୟ ରାଲି 

ଜୁନାଗଡ଼,୧୨/୮(ମନୀ ସ).:ଜୁନାଗଡ଼ ଠାରେ ବ୍ଲକସ୍ତରୀୟ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବୁଧବାର ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଦେଶପ୍ରେମ ଓ ଜାତୀୟତାର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକର ବିଭିନ୍ନ କର୍ମଚାରୀ ଉତ୍ସାହର ସହ ସାମିଲ ହୋଇଥିଲେ,ଜୁନାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଥମେ ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରୁ ତ୍ରିରଙ୍ଗା ପତାକା ଧରି ଏକ ସଚେତନତା ରାଲି ବାହାରିଥିଲା। ରାଲିରେ ବ୍ଲକର ସମସ୍ତ କର୍ମଚାରୀ ଉତ୍ସାହର ସହ ଯୋଗଦେଇ ଦେଶର ଏକତା, ଅଖଣ୍ଡତା ଓ ଦେଶପ୍ରେମର ବାର୍ତ୍ତା ପ୍ରଚାର କରିଥିଲେ। ଏହି ରାଲି ବ୍ଲକ କାର୍ଯ୍ୟାଳୟରୁ ବାହାରି ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ରାସ୍ତାରେ କର୍ମଚାରୀମାନେ ହାତରେ ତ୍ରିରଙ୍ଗା ପତାକା ଧରି ଘର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତଙ୍କୁ ସାମିଲ ହେବା ପାଇଁ ବାର୍ତ୍ତା ଦେଇଥିଲେ। ଦେଶର ଜାତୀୟ ପତାକା ପ୍ରତି ସମ୍ମାନ ଓ ନାଗରିକଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଥିଲା।ବ୍ଲକସ୍ତରରେ ଆୟୋଜିତ ଏହି ତ୍ରିରଙ୍ଗା ରାଲି ଓ କାର୍ଯ୍ୟକ୍ରମକୁ ବ୍ଲକ କର୍ମଚାରୀମାନଙ୍କ ସକ୍ରିୟ ସହଯୋଗରେ ସଫଳତାର ସହ ସମ୍ପନ୍ନ କରାଯାଇଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଡମ୍ବବସା ଆମ୍ବ ତୋଟାରେ ଶୀତଳ ଷଷ୍ଠୀ ଯାତ୍ରା

Sunil Chandra Nayak

ପୋଷ୍ଟକାର୍ଡ ମାଧ୍ୟମରେ କନିଷ୍ଠ ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ଉଛେଦ ଦାବୀ

Sunil Chandra Nayak

ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!