ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲେଶ୍ୱର ସାଂସଦଙ୍କ ଦ୍ୱାରା ନାମ୍ପୋ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ବାଲେଶ୍ୱର ସାଂସଦଙ୍କ ଦ୍ୱାରା ନାମ୍ପୋ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଜଳେଶ୍ଵର,୧୬/୮(ମନିସ)-ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନାମ୍ପୋ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।ଶ୍ରୀ ଷଡ଼ଙ୍ଗୀ ନାମ୍ପୋ ପରିଡ଼ା ପୋଲ ସମେତ ଅସୁରାଡି ଠାରୁ ନୟନଯୋଡ଼ି ଗୁଡିକର ଅବରୋଧ ଓ ଜଳ ନିଷ୍କାସନ ସମ୍ପର୍କରେ ଜଳେଶ୍ୱର ତହସିଲଦାର ସତ୍ୟଜିତ୍ ମହାନ୍ତିଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ତୁରନ୍ତ ବେଆଇନ ଭାବେ ସରକାରୀ ଜାଗାକୁ ଜବର ଦଖଲ କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।କିପରି ବର୍ଷା ଜଳ ଜମି ରହିଥିବା ଜାଗା ଗୁଡିକରୁ ପାଣି ନିଷ୍କାସନ ହୋଇ ପାରିବ,ସେ ସମ୍ପର୍କରେ ଡ୍ରେନେଜ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇ. ଇରାକ୍ କୁମାର ବେହେରା ଓ ବିଜେପି ପଞ୍ଚାୟତ ସଭାପତି ଜଗଦୀଶ ପ୍ରଧାନ, ବଂହିମାନ ଦାସ,ଆଇନଜୀବୀ ବିଷ୍ଣୁ ଦାସମହାପାତ୍ରଙ୍କ ସହିତ ଆଲୋଚନା କରିଥିଲେ।ପରେ ଶ୍ରୀ ଷଡ଼ଙ୍ଗୀ ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ୨୬୦ ଜଣ କ୍ଷତିଗ୍ରସ୍ତ ଲୋକ ମାନଙ୍କ ପାଖକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ସମର୍କରେ ସରପଞ୍ଚ ଲୋପାମୁଦ୍ରା ରାଉଳ, ନାଏବ ସରପଞ୍ଚ କଳ୍ପନା ଜେନା,ଭାରତୀ ଧଳ,ସତ୍ୟ ରଞ୍ଜନ ରଣା,ଅରୁଣ କୁମାର ରାଉଳ,ସୁଧୀର ଜେନା,ସାଗର ଦାଶ,ବିମଳ ଲୋଚନ ଭୁୟାଁ,ସ୍ୱରୂପ ସିଂ, ସତ୍ୟଭାମା ରଣା ,ପୁଷ୍ପ ଲତା ରଣା ପ୍ରମୁଖଙ୍କୁ ପଚାରି ବୁଝିଥିଲେ।ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜେପି ନେତା ଗୋପାଳ ଦତ୍ତ ଓ କଂଗ୍ରେସ ଯୁବ ନେତା ଗୋପାଳ କୃଷ୍ଣ ଜେନା ମାନ୍ୟବର ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସାଂସଦଙ୍କ ସହିତ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜ ମୋହନ ପ୍ରଧାନ,ଉତ୍ତର ବାଲେଶ୍ୱର ଜିଲ୍ଲା ସଭାପତି ଡ.ପ୍ରଦୀପ କୁମାର ପଣ୍ଡା,ସାଧାରଣ ସମ୍ପାଦିକା ସୁମତି ରାଣୀ ଦେ,ସମ୍ପାଦକ କାଳୀ ଚରଣ ଦାସ,ନଗର ସଭାପତି ଶିବ ନାରାୟଣ ମହାପାତ୍ର,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଫାଲଗୁନି ପାଣିଗ୍ରାହୀ,ରାଜେଶ ଖଟୁଆ, ରାସ ବିହାରୀ ରଣା,ସତ୍ୟବ୍ରତ ପଣ୍ଡା ପ୍ରମୁଖ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଆଳତୁମା ହାଇସ୍କୁଲ 2000 ମାଟ୍ରିକ ବ୍ୟାଚର ସିଲଭର ଜୁବଲି ପାଳିତ

masiha

ଡାବୁଗାଁ ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କେବଳ ପ୍ରହସନ ମାତ୍ର:କାହା ପାଇଁ ହେଲା ଏ ମେଳା

Sunil Chandra Nayak

ସରପଞ୍ଚଙ୍କ ଖାତାକୁ ମନରେଗା ଟଙ୍କା? ଚିଚିଆ ପଞ୍ଚାୟତରେ ଉଠିଲା ପ୍ରଶ୍ନ 

Leave a Comment

error: Content is protected !!