ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ

ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍‌ ଦର: ଘରୋଇ ‘ଏଲ୍‌ପିଜି’ ସିଲିଣ୍ଡର୍‌ ପିଛା ଟ. ୩.୫୦ ବୃଦ୍ଧି

  ଖାଉଟିଙ୍କୁ ଆଜି ସକାଳ ଆଉ ଏକ ଝଟକା ଲାଗିଛି । ଚଳିତ ମାସରେ ଦ୍ୱିତୀୟ ଥର ଲାଗି ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୩ଟଙ୍କା ୫୦ ପଇସା ବଢିଛି । ସେହିଭଳି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୮ ଟଙ୍କା ବଢିଛି । ଏହି ବୃଦ୍ଧି ପରେ ଘରୋଇ ସିଲିଣ୍ଡରର ଦର ଭୁବନେଶ୍ୱରରେ ୧୦୨୬ ଟଙ୍କାରୁ ବଢି ୧୦୨୯ ଟଙ୍କା ହୋଇଛି ।

ଚଳିତ ମାସରେ ଏହା ହେଉଛି ରନ୍ଧନ ଗ୍ୟାସ୍‌ର ଦ୍ବିତୀୟ ଥର ମୂଲ୍ୟବୃଦ୍ଧି। ଆଜିର ଦର ବୃଦ୍ଧି ପରେ ଦେଶର ପ୍ରାୟ ସମସ୍ତ ସହରରେ ଘରୋଇ ସିଲିଣ୍ଡର୍‌ ଦର ଟ. ୧୦୦୦/- ଟପିଯାଇଛି।

ତେଣୁ ଆଜିଠାରୁ ଦିଲ୍ଲୀ ଓ ମୁମ୍ବାଇରେ ଘରୋଇ ବ୍ୟବହାର ନିମନ୍ତେ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ଟ. ୧୦୦୩/-, କୋଲ୍‌କାତାରେ ଟ. ୧୦୨୯/- ଏବଂ ଚେନ୍ନାଇରେ ଟ. ୧୦୧୮.୫/-ରେ ବିକ୍ରି ହେଉଛି।ସ୍ମରଣଯୋଗ୍ୟ, ମେ ୭ ତାରିଖରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ଟ. ୫୦/- ବୃଦ୍ଧି ପାଇଥିଲା।କ୍ରମାଗତ ଦର ବୃଦ୍ଧି ଫଳରେ ଉଭୟ ଘରୋଇ ଏବଂ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହୃତ ଇନ୍ଧନ ଗ୍ୟାସ୍‌ ବ୍ୟୟବହୁଳ ହୋଇଯାଇଛି |

ସେହିଭଳି କଟକରେ ଏହି ଦର ୧୦୨୬ ଟଙ୍କା ୫୦ ପଇସାରୁ ବଢି ୧୦୨୯ ଟଙ୍କା ୫୦ ପଇସା ହୋଇଛି । ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ହଜାରେ ଟଙ୍କା ପାର କରିଛି । ଚଳିତ ମାସ ୭ ତାରିଖରେ ଗ୍ୟାସ ଦର ସିଲିଣ୍ଡର ପିଛା ୫୦ ଟଙ୍କା ବଢିଥିଲା । ଗତ ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ପ୍ରାୟ ୨୦୦ଟଙ୍କା ବଢ଼ି ୮୦୦ରୁ ହଜାରେ ଟଙ୍କା ଅତିକ୍ରମ କରିଛି

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମଧୁବାବୁ ଯୋଜନାରେ ପ୍ରଥମ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଜୀବନ ଧନ

Sunil Chandra Nayak

Leave a Comment

error: Content is protected !!