ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯାମଦା ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

ଯାମଦା ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

ରାଇରଙ୍ଗପୁର – ୩୦/୦୮ ସନ୍ଥ ଶିରୋମଣୀ ଶ୍ରୀ ଗୁରୁ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ଅବସରରେ ଯାମଦା ବ୍ଳକ ପଡିଆରେ ‘ ସମରସତା ସଙ୍କଳ୍ପ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ମୁଖ୍ୟ ବକ୍ତା କବି ବିଷ୍ଣୁ ଶତପଥି, ସ୍ବାମି ଶିବାନନ୍ଦଜୀ, ଵିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବିନ ରାମ, ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ, ସାଂସଦ ପ୍ରତିନିଧି ବିଜୁ ଗୋପାଲ ଗୋପ,ସାମନ୍ତ ଚନ୍ଦ୍ର ଶେଖର ଗିରି, ଭିମ ଚରଣ ପୂର୍ତ୍ତି,ପରମାନନ୍ଦ ପାତ୍ର,ବିଶ୍ବନାଥ ସେଠି, କିଶୋର ଦଳେଇ,ଏସି ସେଲ ଜିଲ୍ଲା ସଭାପତି ସୁବାସ ଵେହେରା , ମିଥିଳା ଟୁଡୁ, ମାଳତି ଆଳଦା,ଇନ୍ଦୁମତି ପାତ୍ର,ରାଣି ମଣ୍ଡଳ,ଯଜ୍ଞସିନୀ ବେହେରା, ରାଣି ମଣ୍ଡଳ,ରଞ୍ଜିତା ମହାନ୍ତ,ମଂଜୁଲତା ଗିରି,ନିରୁପମା ଟୁଡୁ, ସମେତ ବହୁ ଦଳୀୟ ନେତୃବୃନ୍ଦ ଓ କର୍ମୀ ସାମିଲ ହୋଇଥିଲେ ।ଏହି ଅବସରରେ କାଶୀରୁ ଅଣାଯାଇଥିବା ପବିତ୍ର ମାଟିକୁ କଳଶରେ ଧାରଣ କରି ଭଜନ ଓ ସଙ୍କୀର୍ତ୍ତନ ସହ ଏକ ସୁସଜ୍ଜିତ ରଥରେ ସନ୍ଥ ଶିରୋମଣି ରବି ଦାସଙ୍କ ଫଟୋକୁ ରଖାଯାଇ ସାଧାରଣଙ୍କ ଦର୍ଶାନାର୍ଥେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା ‌ ।ପରେ ଆୟୋଜିତ ସଭାରେ ସନ୍ଥ ଶିରୋମଣି ରଵିଦାସଙ୍କ ଜୀବନୀ, ଆଦର୍ଶ ଓ ମାନବ ସମାଜ କଲ୍ୟାଣ ପାଇଁ ତାଙ୍କର ଅବଦାନ ଉପରେ ଆଲୋକପାତ କରାଯାଇଥିଲା ।ସମାଜରେ ସମାନତା,, ଭାଇଚାରା, ସାମାଜିକ ସମରସତା ଓ ମାନବୀୟ ମୂଲ୍ୟବୋଧ ପ୍ରତିଷ୍ଠା କରିବା ଦିଗରେ ଗୁରୁ ରବି ଦାସଙ୍କଦର୍ଶନ ଆଜି ପାଇଁ ପ୍ରେରଣା ଦାୟୀ ବୋଲି ମତ ପ୍ରକାଶ ପାଇଥିଲା ।କାର୍ଯ୍ୟକ୍ରମରେ ସମସ୍ତ ଅଞ୍ଚଳରୁ ଆସିଥିବା ସାଧୁ, ସନ୍ଥ,, ଧାର୍ମିକ, ଓ ସାମାଜିକ କାର୍ଯ୍ଯକର୍ତାଙ୍କ ସମେତ ବହୁ ସଂଖ୍ୟକ ଲୋକେ ଯୋଗ ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

କଂଗ୍ରେସ ପ୍ରଭାରୀଙ୍କୁ ମଟର ସାଇକେଲ ଶୋଭାଯାତ୍ରାରେ ସ୍ଵାଗତ: ଓଡିଶା ର ଅସ୍ମିତା କୁ ନେଇ କଲେ ପ୍ରଶ୍ନ କଲେ :ଅଜୟ କୁମାର 

masiha

ସରଗଡା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

କଂଗ୍ରେସ ଦଳର ପ୍ରଚାର ପ୍ରସାର ଦେଖି ଅନ୍ୟ ଦଳ ଛାନିଆ

masiha

Leave a Comment

error: Content is protected !!