ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ପୌରପରିଷଦରେ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଆଡ଼ମ୍ବର ସହକାରେ ପାଳିତ

ରାୟଗଡ଼ ପୌରପରିଷଦରେ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଆଡ଼ମ୍ବର ସହକାରେ ପାଳିତ

ରାୟଗଡ଼: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପତ୍ର ସଂଖ୍ୟା ୨୪୨୩୭ ତାରିଖ:୨୫.୦୮.୨୦୨୬ ର ନିର୍ଦ୍ଦେଶକ୍ରମେ, ରାୟଗଡ଼ ପୌରପରିଷଦ ଅଡିଟୋରିୟମ୍ ପରିସରରେ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଗୌରବର ସହିତ ଅନୁଷ୍ଠିତ ହୋଇଯାଇଛି। 

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀ କାଡ୍ରାକା ଆପାଲା ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାୟଗଡ଼ ଜିଲ୍ଲାର ଅତିରିକ୍ତ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ରବୀନ୍ଦ୍ରନାଥ କହଁର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହିତ ପୌରପରିଷଦର ପୌରାଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ, ପୌରପରିଷଦର ସମସ୍ତ କାଉନସିଲରବୃନ୍ଦ, ତଥା ଜିଲ୍ଲାସ୍ତରୀୟ ବରିଷ୍ଠ ପଦାଧିକାରୀଗଣ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। 

ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଅଡିଟୋରିୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହର ସିଧା ପ୍ରସାରଣକୁ ରାୟଗଡ଼ ପୌରପରିଷଦ ଅଡିଟୋରିୟମରେ ଏଲ୍.ଇ.ଡି ସ୍କ୍ରିନ୍ ମାଧ୍ୟମରେ ସଫଳତାର ସହ ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ଜନସାଧାରଣ, ପୌର କର୍ମଚାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ସିଧା ପ୍ରସାରଣକୁ ଉପଭୋଗ କରିବା ସହ ସହରାଞ୍ଚଳ ବିକାଶର ନୂତନ ଦିଗ୍‌ଦର୍ଶନ ସମ୍ପର୍କରେ ଅବଗତ ହୋଇଥିଲେ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ ଅଧିନରେ ଯୋଗ୍ୟ ବିବେଚିତ ହିତାଧିକାରି ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇ ଥିଲା । ଏହା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉପସ୍ଥିତ ଜନସାଧାରଣ , ପୌର କର୍ମଚାରି ଏବଂ ଅତିଥି ମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 

ସହରର ସାମଗ୍ରିକ ବିକାଶ, ପରିମଳ ବ୍ୟବସ୍ଥାର ଉନ୍ନତିକରଣ ଏବଂ ସହରାଞ୍ଚଳ ନାଗରିକମାନଙ୍କୁ ଉନ୍ନତମାନର ମୌଳିକ ସୁବିଧା ଯୋଗାଇଦେବା ଦିଗରେ ପୌରପରିଷଦ ନିରନ୍ତର କାର୍ଯ୍ୟ କରୁଛି ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସମାରୋହରେ ଶୃଙ୍ଖଳା, ପରିମଳ ତଥା ଜଳଯୋଗାଣର ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ପୌର ପରିଷଦର କାର୍ଯ୍ୟ ନିର୍ଵାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମଟି ସମସ୍ତଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସମାପ୍ତ ହୋଇଥିଲା ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

Sunil Chandra Nayak

ପିଠାକୁଟୁଣୀ ଗ୍ରାମରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ଆନୁକୁଲ୍ୟରେ ସଚେତନତା ଶିବିର

masiha

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ -୨୦୨୫ ପାଳିତ

masiha

Leave a Comment

error: Content is protected !!