ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସେଲ୍‌ କଲୋନୀରେ ଘର ଖାଲି ଦେଖି କବାଟ ଭାଙ୍ଗି ଲୁଟ୍‌ ଚୋରି ମାମଲାରେ ଯୁବକ ଗିରଫ, ସୁନା-ରୁପା ଗହଣା ସହ ୩ ମୋବାଇଲ ଜବତ

ସେଲ୍‌ କଲୋନୀରେ ଘର ଖାଲି ଦେଖି କବାଟ ଭାଙ୍ଗି ଲୁଟ୍‌

ଚୋରି ମାମଲାରେ ଯୁବକ ଗିରଫ, ସୁନା-ରୁପା ଗହଣା ସହ ୩ ମୋବାଇଲ ଜବତ

ଯୋଡ଼ା, ୩୧/୮/୨୦୨୬: କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ସେଲ୍‌ କଲୋନୀରେ ଘର ଖାଲି ଥିବାର ସୁଯୋଗ ନେଇ କବାଟ ଭାଙ୍ଗି ଚୋରି କରିଥିବା ଅଭିଯୋଗରେ ବଲାଣି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବଲାଣି ଅଞ୍ଚଳର ମଣ୍ଟୁ ମୁଣ୍ଡା (୨୦)।

ପୁଲିସ ସୂଚନା ଅନୁଯାୟୀ, ଗତ ୨୮ ଅଗଷ୍ଟରେ ସେଲ୍‌ କଲୋନୀର କ୍ୱାଟର ନମ୍ବର ଡବ୍ଲ୍ୟୁ/୪୨୨ରେ ରହୁଥିବା ଦୀପକ କୁମାର ଜେନା ପରିବାର ସହ ଘଟଗାଁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ମଣ୍ଟୁ କବାଟ ଭାଙ୍ଗି ଘରେ ପ୍ରବେଶ କରିଥିଲା। ସେଠାରୁ ନଗଦ ୨୧ ହଜାର ଟଙ୍କା ସମେତ ସୁନା ଓ ରୁପା ଗହଣା ଚୋରି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।

ସେହିପରି, ଗତ ୨୯ ଅଗଷ୍ଟରେ ସେଲ୍‌ କଲୋନୀର ଡବ୍ଲ୍ୟୁ/୬୮ ନମ୍ବର କ୍ୱାଟରରେ ରହୁଥିବା ଲିଙ୍ଗରାଜ ମହାନ୍ତ ପରିବାର ସହ ଗାଁକୁ ଯାଇଥିବା ସମୟରେ ଅଭିଯୁକ୍ତ ସମାନ ଢଙ୍ଗରେ କବାଟ ଭାଙ୍ଗି ଘରେ ପଶିଥିଲା। ଘରୁ ସୁନା ମଙ୍ଗଳସୂତ୍ର, କାନଫୁଲ ଓ ରୁପା ଗହଣା ଚୋରି କରି ସେ ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା।

ଘଟଣା ସମ୍ପର୍କରେ ଦୀପକ ଏବଂ ଲିଙ୍ଗରାଜ ପୃଥକ ଭାବେ ବଲାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କେସ୍‌ ନମ୍ବର ୧୩୧/୨୬ ଓ ୧୩୩/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଚୋରି ଘଟଣାର ଦୁଇ ଦିନ ମଧ୍ୟରେ ପୁଲିସ ଅଭିଯୁକ୍ତଙ୍କ ପରିଚୟ ଓ ଠିକଣା ସମ୍ପର୍କରେ ସୁରାଖ ପାଇଥିଲା।

ସୋମବାର ପୁଲିସ ମଣ୍ଟୁ ମୁଣ୍ଡାକୁ କାବୁ କରିବା ସହ ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ, ଗୋଟିଏ ସୁନା କାନଫୁଲ, ଗୋଟିଏ ସୁନା ମଙ୍ଗଳସୂତ୍ର, ୩ଟି ରୁପା ପାଉଁଜି, ୪ଟି ରୁପା ମୁଦି ଓ ୨ଟି ରୁପା ମୁଦ୍ରା ଜବତ କରିଛି।

ବଲାଣି ଥାନା ଅଧିକାରୀ ଜୋସକେତନ ଭୋଇଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ବିରୋଧରେ ବି.ଏନ୍‌.ଏସ୍‌. ଧାରା ୩୩୧(୩), ୩୩୧(୪) ଓ ୩୦୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପରେ ତାଙ୍କୁ ଅଦାଲତ ଚାଲାଣ କରାଯାଇଛି।

ଅଳ୍ପ ସମୟ ମଧ୍ୟରେ ଚୋରି ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଥିବାରୁ ବଲାଣି ପୁଲିସର ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ବେକରେ ରସି ଲଗାଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

masiha

ଅବକାରୀ ଚଢାଉ: ୬୩ ଲିଟର ମଦ ଜବତ

masiha

ଜୁଆଖେଳ କୁ ବିରୋଧ କରି ସୈନିକ ଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ,ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ 

masiha

Leave a Comment

error: Content is protected !!