ଶତାଧିକ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ
ନବରଙ୍ଗପୁର: (୩୦|୮)(ରବି ନାରାୟଣ ମହାନ୍ତି)ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାରା ଦେଶରେ କ୍ରୀଡ଼ାବିତ୍ ଓ ଖେଳପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ସ୍ଥାନୀୟ ଏମ୍ପିଏସ୍ ଏକାଡେମୀ ପକ୍ଷରୁ ଦୁଇଦିନିଆ ଜାତୀୟ କ୍ରୀଡ଼ା ଦିବସ ଉତ୍ସାହ ଓ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କୁ ସ୍ମରଣ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ଓ କ୍ରୀଡ଼ା ମନୋଭାବ ସୃଷ୍ଟି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହାପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ଉପସ୍ଥିତ ଅତିଥିମାନେ ପତ୍ରିକା ଉନ୍ମୋଚନ ସହ କ୍ରୀଡ଼ା ଉତ୍ସବର ଶୁଭାରମ୍ଭ କରିଥିଲେ।ଦୁଇଦିନିଆ ଉତ୍ସବରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପାରମ୍ପରିକ ଓ ଆଧୁନିକ କ୍ରୀଡ଼ାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଫୁଟବଲ, ହକି, ଦୌଡ଼, ଟଗ୍ ଅଫ୍ ୱାର୍ ସମେତ ବକ୍ତୃତା ଓ ଚିତ୍ରାଙ୍କନ ଭଳି ପ୍ରତିଯୋଗିତାରେ ପିଲାମାନେ ବେଶ୍ ଉତ୍ସାହର ସହ ଭାଗ ନେଇଥିଲେ। କ୍ରୀଡ଼ା ଶିକ୍ଷକ ଓ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରତିଯୋଗିତା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।ଉଦ୍ଯାପନୀ ସଭାରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଭାରପ୍ରାପ୍ତ ଥାନା ଅଧିକାରୀ ଯୁଗଳ ଶବର, ଉମରକୋଟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଇଣ୍ଡୋର୍ ଷ୍ଟାଡିୟମ୍ର ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ସାହୁ ଓ ପ୍ରଫେସର ଡଃ. ଏମ୍. ରୋହିଣୀ ରାଣୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବର ବିକାଶ, ଶୃଙ୍ଖଳା ଓ ଶାରୀରିକ ସୁସ୍ଥତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମେଡାଲ୍ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଦୁଇଦିନିଆ ଏହି କ୍ରୀଡ଼ା ଉତ୍ସବକୁ ଏମ୍ପିଏସ୍ ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ଏମ୍. ବିଜୟ କୁମାର ଏବଂ ଜିଲ୍ଲା କ୍ରୀଡ଼ା ସଂଘର ମହିଳା କ୍ରୀଡ଼ା ସଂଯୋଜିକା ଇଂ. ଚନ୍ଦନା ମଲ୍ଲିକ ପରିଚାଳନା କରିଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

