ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ତାରିଣୀ କ୍ରିକେଟ , ଚାନ୍ଦଗିରୀ ଚାମ୍ପିୟନ

ଚନ୍ଦାହାଣ୍ଡି (ମ ନି ସ ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମରେ ମା ତାରିଣୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ମା ତାରିଣୀ ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ରେ ଚାନ୍ଦଗିରୀ ଦଳ ଚମ୍ପିୟାନ ହୋଇଛି | ଫାଇନାଲ ମ୍ୟାଚ ଚନ୍ଦାହାଣ୍ଡି ଓ ଚାନ୍ଦଗିରୀ ମଧ୍ୟରେ ଖେଳାଯାଇଥିବା ବେଳେ ଚାନ୍ଦଗିରୀ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୭୬ ରନ ସଂଗ୍ରହ କରିଥିଲା | ୧୭୭ ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ଚନ୍ଦାହାଣ୍ଡି ଦଳ ମାତ୍ର ୧୪୫ ରନ କରି ହାରି ଯାଇଥିଲା । ଲକ୍ଷ୍ମୀ ନାରାୟଣ ପୁଜାରୀଙ୍କ ସଭାପତିତ୍ବ ରେ ଆୟୋଜିତ ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ବିଜେଡି ଉପସଭାପତି ପ୍ରଶାନ୍ତ ପାରୀ, ସମ୍ମାନିତ ଅତିଥି ରୁଷୁ ବାଘ, ନାଏବ ସରପଞ୍ଚ କୃଷ୍ଣ ପୁଜାରୀ, ବଳଭଦ୍ର ମୁଣ୍ଡ,କପୁରଚନ ପୁଜାରୀ, ଜୀବଧର ସୁନା ଯୋଗଦେଇଥିଲେ | ବିଜେତା ଦଳକୁ ୫ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୩ ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା । ସେହିପରି ଫାଇନାଲ ମ୍ୟାଚରେ ସର୍ବଶ୍ରେଷ୍ଟ  ଅବଦାନ  ପାଇଁ ଚାନ୍ଦଗିରୀ ଦଳର ହେମନ୍ତ ସିହ୍ନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ପ୍ରତିଯୋଗିତରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦିବ୍ୟ ରାଉତ ଙ୍କୁ ମ୍ୟାନ ଅଫ ଦି ସିରିଜ ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚରେ ଲାବାନ୍ୟ ନାୟକ ଓ କନା ଅମ୍ପୟାର ,ଚନ୍ଦନ ଖମାରୀ ସ୍କୋରର ଓ ଜୟଦେବ ବାଘ ଭାଷ୍ୟକାର ଭାବେ ଦାୟିତ୍ଵ ତୁଲାଇଥିଲେ | ମହନ ପୁଜାରୀ, ଗିରୀ ପଟେଲ,ମନମୋହନ ପାରୀ,ଖଗେ ପୁଜାରୀ ସହଯୋଗ କରିଥିଲେ।

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପୁରୁଷ ପାରା ବ୍ୟାଡମିଣ୍ଟନ ଇଣ୍ଡୋନେସିଆରେ କଳାହାଣ୍ଡିର ଆକାଶ ମୁଣ୍ଡ

masiha

ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଦାମନ ଯୋଡି ବିଜୟୀ 

masiha

୧୫ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଖେଳାଳୀ ଙ୍କ କୋଚିଂ କେମ୍ପ ଆରମ୍ଭ 

masiha

Leave a Comment

error: Content is protected !!