ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଉନ ଥାନା ! ଘର ପାଖ ଖାଲରେ ପଡ଼ି ଦେଢ଼ ବର୍ଷର ଶିଶୁ ମୃତ

.ରାଇରଙ୍ଗପୁର ଟାଉନ ଥାନା !

ଘର ପାଖ ଖାଲରେ ପଡ଼ି ଦେଢ଼ ବର୍ଷର ଶିଶୁ ମୃତ

ରାଇରଙ୍ଗପୁର – ୧/୦୯ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଭାଲୁଵସା ଗ୍ରାମରେ ଆଜି ପୂର୍ବାହ୍ନ ୧୧.୩୦ ଟା ପାଖାପାଖି ସମୟରେ ଘର ପାଖ ଖାଲରେ ପଡ଼ି ଦେଢ଼ ବର୍ଷରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଭାଲୁଵସା ଗ୍ରାମର ସେକ୍ ଆସିକ୍ ର ପରିବାର ଲୋକେ ଘରେ କାମ କରୁଥିବାବେଳେ ତାଙ୍କର ଦେଢ଼ ବର୍ଷରୁ ଶିଶୁ ଘର ଦାଣ୍ଡ ଦୁଆରରେ ଖେଳାଖେଳି କରୁଥିଲା ।ପରେ ଛୁଆଟି ଖେଳି ଖେଳି ଘର ପାଖ ଛୋଟ ଖାଲରେ ପଡ଼ି ଯାଇଥିଲା ।ଲଗାଣ ବର୍ଷା ଯୋଗୁଁ ଖାଲରେ ପାଣି ପୁରାଭର୍ତ୍ତି ହୋଇଥିଲା ।ଘର ଲୋକେ ପରେ ଛୁଆଟିକୁ ଖୋଜା ଖୋଜି କରି ସେହି ଖାଲରୁ ପାଇଥିଲେ ।ତାକୁ ତୁରନ୍ତ ରାଇରଙ୍ଗପୁର‌ ଡାକ୍ତରଖାନାକୁ ଆଣିଥିଲେ ।ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।ଛୋଟ ପିଲାଟିର ଅଭାବନୀୟ ଦୁଖଦ ମୃତ୍ୟୁ ନେଇ ବାପ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

୧୫ତମ ପବିତ୍ର ପଣା ସଂକ୍ରାନ୍ତି ଉତ୍ସବ ୨୦୨୬ 

Sunil Chandra Nayak

ଜୁନାଗଡ଼ରେ ମାଁ ଠାକୁରାଣୀଙ୍କ ଝାମୁ ଯାତ୍ରା ସମ୍ପନ୍ନ, ଝାଞ୍ଜି ମଡ଼ା ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

Sunil Chandra Nayak

ଜନ୍ମ ଦିନରେ ବୃକ୍ଷରୋପଣ କଲେ ବରିଷ୍ଠ ସମାଜସେବୀ 

masiha

Leave a Comment

error: Content is protected !!