ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଓଡିଶା ଡ୍ରାଇଭର ମହାସଙ୍ଘର ରାଲି ସହ ସଚେତନତା , ୨- ବିଜେଡିର କର୍ମୀ ସମ୍ମିଳନି 

ଓଡିଶା ଡ୍ରାଇଭର ମହାସଙ୍ଘର ରାଲି ସହ ସଚେତନତା 

ବନ୍ଧୁଗାଁ ତା, ୧/୯/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକ ଠାରେ ଆଜି ଓଡିଶା ଡ୍ରାଇଭର ମହାସଙ୍ଘ ର ସଭାପତି ଲଷ୍ମୀକାନ୍ତ ମାଝୀ, ସମ୍ଫାଦକ ପ୍ରିୟରଞ୍ଜନ ରାୟ, କିଶୋର ଦେବର ପଲି,ସରତ କନ୍ଦପାନ, ରାଜେଶ କଣ୍ଡାଗୋରୀ,ଓ ଅନ୍ୟାନ୍ୟ ଗ୍ରାମରୁ ଆସିଥିବା ଡ୍ରାଇଭର ଙ୍କ ସହ ବନ୍ଧୁଗାଁ ବ୍ଲକ ଡ୍ରାଇଭର ସଙ୍ଘ ଗୃହ ଠାରେ ସର୍ବ ପ୍ରଥମେ ପତାକା ଉତ୍ତଳନ କରି ଡ୍ରାଇଭର ମାନଙ୍କ କାର୍ଯ୍ୟ ଓ ଗାଡି ଚଲେଇବା ପୂର୍ବେ ଆମକୁ ପ୍ରଥମେ ଗାଡି ଯାଞ୍ଚ କରିବା ଓ ଗାଡି ଦ୍ୱାରା ଆମେ ପରିତୃକ୍ତ ସହ ଗାଡିକୁ ଆମେ ଏକ ବିଶ୍ୱାସ ଭାବରେ ଗାଡିକୁ ନିୟୋଜିତ କରିବା ଏବଂ ଉଚିତ ଅନୁଯାଇ ଗାଡିକୁ ବେଗକୁ ବ୍ୟବହାର କରିବା ସହ ଗାଡିର ବେଗ ଅନୁଯାଇ ନିଜକୁ ଓ ଗାଡିରେ ବସିଥିବା ଯାତ୍ରୀ ଆମକୁ ବିଶ୍ୱାସ କରିଥାନ୍ତି ସେମାନଙ୍କ ଜୀବନକୁ ହାନି ନ ପହଞ୍ଚିବା ପରି ଭାରସାମ୍ୟ କୁ ନ ହରାଇବା ଓ ଡ୍ରାଇଭର ଓ କଣ କଣ ଜରୁରୀ ତାକୁ ନେଇ କିଛି ଭାଷଣ ଦେଇଥିଲେ I ଓ ଆଜି ବନ୍ଧୁଗାଁ ଥାନା ଠାରୁ ସାନ ସରପଲି ସ୍ଥିତ ଡ୍ରାଇଭର ସଙ୍ଘ ଗୃହ ପର୍ଯ୍ୟନ୍ତ ଚାଲି ଚାଲି ଗାଡି ଚାଳକଙ୍କ ପାଇଁ ଜରୁରୀ କାଳିନ ସଚେତନତା ର ବାର୍ତ୍ତା ଦେଉଥିଲେ I ବନ୍ଧୁଗାଁ ବ୍ଲକରେ ଯେତେ ଗାଡି ଗୁଡିକ ଚାଲିଚି ସେମାନଙ୍କ ପାଇଁ ଏକ ସାବଧାନ ସହ ଗାଡି ଚଲେଇବା ପାଇଁ ବାର୍ତ୍ତା,ଗାଡି ଧୀରେ ଚଳେଇବା, ମଧ୍ୟପାନ କରି ଗାଡି ଚଲେଇବା ନିଷେଧନ ଓ ଗାଡି ଚଳେଇବା ପାଇଁ ଗାଡି ଚାଳକର ପ୍ରମାଣ ପତ୍ର ସହ ଗାଡି ଚଳେଇବା ପାଇଁ ବାଧ୍ୟ୍ୟତା ମୂଳକ ନିହାତି ଜରୁରୀ ଆବଶ୍ୟକ ଓ ଅତି ଆବଶ୍ୟକ ନଥିଲେ ଗାଡିକୁ ଗାଁ ଓ ସହର ମଧ୍ୟରେ ବେଗରେ ଚଲେଇବା ମନା ଏବଂ ୧୮ ବର୍ଷରୁ କମ ବାଳକଙ୍କୁ ଗାଡି ଚଳେଇବା ନିଷେଧ ଅନ୍ୟାନ୍ୟ ବାଧ୍ୟତା ମୂଳକ ଉପରେ ଆଜି ଏକ ରାଲି ହୋଇଥିଲା I ଆଜି ସାରା ରାଜ୍ୟ ହୋଇଥିବା ବେଳେ ବନ୍ଧୁଗାଁ ବ୍ଲକରେ ମଧ୍ୟ ହଇଥିଲା ଓଡିଶା ଡ୍ରାଇଭର ମହାସଙ୍ଘ ଦ୍ୱାରା ନାଚ ଗୀତରେ କମ୍ଫେଇ ଥିଲେ I 

ବିଜେଡିର କର୍ମୀ ସମ୍ମିଳନି 

ବନ୍ଧୁଗାଁ ତା, ୧/୯/୨୨୬, ବନ୍ଧୁଗାଁ ପରିସର ଠାରେ ଆଜି ଜିଲ୍ଲା ବିଜେଡି ସଭାପତି ଙ୍କ ନିର୍ଦେଶ କ୍ରମେ ଆଜି ବନ୍ଧୁଗାଁ ବ୍ଲକ ଠାରେ ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ବ୍ଲକର ସମସ୍ତ ପଞ୍ଚୟତ ଠାରେ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତ ରୁ ଆସିଥିବା ବିଜେଡି ପ୍ରେମୀ ମାନଙ୍କ ପାଇଁ ଜିଲ୍ଲା ସଭାପତି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ କୋରାପୁଟ ଜିଲ୍ଲା ସାଂସଦ ପ୍ରାର୍ଥୀନୀ ଶ୍ରୀମତି କୌଶଲ୍ୟା ହିକକା, ବ୍ଲକ ଅଧ୍ୟକ୍ଷା, ବ୍ଲକ ସଭାପତି ଓ ଅନ୍ୟନ୍ୟ ପଦାଧି କାରୀ ଗଣ ୨୦୨୭ ରେ ହବାକୁ ଥିବା ପଞ୍ଚାୟତ ନିର୍ବାଚନ କୁ ଆମ୍ଭେ ସମସ୍ତେ ମିଳିମିଶି ଏକତ୍ରିତ ହୋଇ କେଉଁ ପ୍ରକାର ଭାବରେ ଦଳକୁ ସୁଦୃଢ କରି ପାରିବା ଓ ଆଗାମୀ ନର୍ବାଚନ ପାଇଁ ଏକତ୍ରିତ ହୋଇ ବିଜେଡି ପାଇଁ ଅତ୍ୟଧିକ ମାତ୍ରାରେ ପଞ୍ଚାୟତ ନିର୍ବାଚନକୁ ଆମ ଦଳ ପାଇଁ ଅଧିକରୁ ଅଧିଲ ଭଲ ଭାବରେ ନିର୍ବାଚନ ଫଳାଫଳକୁ ଆଗେଇ ନେଇ ପାରିବେ ତାକୁ ନେଇ ଆଜି ସମସ୍ତେ କିଛି ଉପଦେଶ ଦେଇଥିଲେ I ସମସ୍ତ ପଞ୍ଚାୟତ ର ବିଜେଡି ପ୍ରେମଙ୍କୁ ନେଇ ଉଚିତ ଅନୁଯାଇ ଦଳ ପାଇଁ ସମୟ ଦେଇ ନିଜ ନିଜ ଦାୟୀତ୍ୱ କୁ ବିନା ସ୍ୱାର୍ଥରେ ଦାୟୀତ୍ୱ ତୁଲାଇବା ପାଇଁ ଆଜିର ଆଲଚନା କର୍ମୀ ସମ୍ମିଳନି ବୈଠକରେ କୁହାଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଝିନ ହିକକା, ଓ କୋରାପୁଟ ଜିଲ୍ଲା ସାଂସଦ ପ୍ରାର୍ଥୀନୀ ଶ୍ରୀମତି କୌଶଲ୍ୟା ହିକକା,ସନ୍ନମାନୀୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ସମାଜ ସେବି ଶଙ୍କର ସାଉନ୍ତା,ଉପସ୍ଥିତ ରହିଥିବା ବେଳେ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଓ ବ୍ଲକ ମହିଳା ଉପ ସଭା ନେତ୍ରୀ ମେଲେକା ଗୌରୀ, ବ୍ଲକ ବିଜେଡି ଛାତ୍ର ଯୁବ ସଭାପତି କାନୁଚରଣ ବେବରା,ଜିଲ୍ଲା ଉପ ସମ୍ଫାଦକ ଗପୀନାଥ ବିଡ଼ିକା,ବ୍ଲକ ଉପ ସଭାପତି ଶ୍ରୀ ଟି.ଷି.ଆର.ବୁଡୁବାବୁ,ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟ ନାଗ,ପୂର୍ବତନ ସଭାପତି ବାଲା ନାଗ, ଭି. ଗଣପତି, ଙ୍କ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣେଇବା ସହ ନିଜ ନିଜ ଆସନରେ ଅଳଙ୍କୃତ ହୋଇଥିଲେ I ଏଥିସହ ବ୍ଲକର ସାରସା ଭାଦ୍ରା ନାଗା, ମିନା ବେବରା, ବିଜେଡିର ପୁରୁଖା ନେତା ମୁକୁନ୍ଦ ଵେବରା, ନିକଟ ବ୍ଲକ ନାରାୟଣ ପାଟଣା ବ୍ଲକର ବ୍ଲକ ବିଜେଡି ସଭାପତି ପ୍ରଲାଦ ଖସଲା, ଓ ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ତଥା ବିଜେଡି ଦଳର କରାପୁଟ ଜିଲ୍ଲା ବିଜେଡି ମହିଳା ସାଧାରଣ ସମ୍ଫାଦକ ଶ୍ରୀମତି ଇନ୍ଦ୍ରା ମିଣ୍ୟାକା,ଶ୍ୟାମ ସୁନ୍ଦର ସାରଥୀ,ବ୍ଲକର ସମସ୍ତ ପଞ୍ଚାୟତ ସଭାପତି ଓ ବ୍ଲକର ୧୩ ଗୋଟି ପଞ୍ଚାୟତରୁ ଆସିଥିବା ବିଜେଡି ପ୍ରେମୀ ୪୦୦ ରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ରହିଥିଲେ I ଆଜିର କର୍ମୀ ସମ୍ମିଳନି ବୈଠକ ରେ ବିଜୟ ବେହେରା ପରିଚାଳନା କରିଥିଲେ ଓ ଶାନ୍ତି ଶୃଙ୍ଖଳା ସହିତ ଆଜିର କର୍ମୀ ସମ୍ମିଳନି ବୈଠକ ହୋଇଥିଲା I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବାଦାମ ପାହାଡରେ ସାଇବର ସଚେତନତା ରଥ ଓ ସଚେତନତା ଶିବିର 

masiha

ସମସ୍ୟା ଘେରରେ କୃଷକ ପରାମର୍ଶ କେନ୍ଦ୍ର 

masiha

୭ ଜଣ ଚାଷୀ ଙ୍କ ୧୬ ଏକର ଜମିର ଧାନ ଗଦା ନିଆଁ ଲାଗି ପୋଡି ଯାଇଛି 

masiha

Leave a Comment

error: Content is protected !!