ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ କୁଡୁମି ସେନା ତରଫରୁ ବିଭିନ୍ନ ଦାବି ନେଇ ଵିଶାଳ ମଶାଲ ଶୋଭାଯାତ୍ରା

ରାଇରଙ୍ଗପୁରରେ କୁଡୁମି ସେନା ତରଫରୁ ବିଭିନ୍ନ ଦାବି ନେଇ ଵିଶାଳ ମଶାଲ ଶୋଭାଯାତ୍ରା

ରାଇରଙ୍ଗପୁର – ୨/୦୯ ରାଜ୍ୟ କୁଡୁମି ସେନା ଅଧ୍ୟକ୍ଷ ଜୟମୁନି ମହାନ୍ତଙ୍କ ନେତୃତ୍ଵରେ ରାଇରଙ୍ଗପୁରରେ କୁଡୁମି ସେନା ତରଫରୁ ବିଭିନ୍ନ‌ ଦାଵି ନେଇ ଏକ ଵିଶାଳ ସଚେତନତା ମଶାଲ ଶୋଭାଯାତ୍ରା ଆଜି ବୁଧବାର ସଂନ୍ଧ୍ଯାରେ ଅନୁଷ୍ଠିତ ହୋଇଯାଇଛି ।ସୂଚନା ଯୋଗ୍ୟ ୧୯୫୦ ମସିହା ସେପ୍ଟେମ୍ବର ୫ ତାରିଖ ଦିନ ଚକ୍ରାନ୍ତ କାରୀଙ୍କ ଦ୍ବାରା କୁଡୁମି ସଂପ୍ରଦାୟକୁ ସମ୍ବିଧାନରେ ଅନୁସୂଚିତ ଜନଜାତି ତାଲିକାରୁ ବାଦ୍ କରାଯାଇଥିଲା ।ଯାହାଫଳରେ ସେମାନେ ତାଙ୍କ ସାମ୍ବିଧାନିକ ଅଧିକାରରୁ ସେବେଠାରୁ ଆଜି ଯାଏଁ ବଞ୍ଚିତ ହେଉଛନ୍ତି ।ତେଣୁ ଓଡ଼ିଶା,ବେଙ୍ଗଲ,ଝାଡ଼ଖଣ୍ଡ ,ବିହାର ଆସାମ,ପଶ୍ଚିମବଙ୍ଗ,ଛତିଶଗଡ଼ ରାଜ୍ୟରେ ରହୁଥିବା କୁଡୁମି ସମାଜର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଦିର୍ଘ କିଛିବର୍ଷ ହେଲା ପଲ୍ଲୀ ରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଜାରି ରଖିଛନ୍ତି ।ସେମାନଙ୍କରର ମୁଖ୍ୟ ଦାବି କୁଡୁମି ସମ୍ପ୍ରଦାୟକୁ ପୁନଃ ସମ୍ବିଧାନରେ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ଏବଂ ତାଙ୍କର ଭାଷା ” କୁଡୁମାଲି” କୁ ଅଷ୍ଟମ ଅନୁଛେଦରେ‌ ଅନ୍ତର୍ଭୁକ୍ତ କରାଯାଉ ।ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହର‌ର ଅଁଳାଡୁବା ଗ୍ରାମର‌ ରଘୁନାଥ ଜୀଉ ମଠ ପାଖରୁ କୁଡୁମି ସେନାର ବହୁ ସଂଖ୍ଯାରେ ପୁରୁଷ,ମହିଳା,ଯୁବ,ଛାତ୍ର ହାତରେ ମଶାଲ ଧରି ରାଇରଙ୍ଗପୁର‌ ସହର ଦିର୍ଘ ୫ କିମି ରୁ ଉର୍ଦ୍ଧ୍ବ ରାସ୍ତା ପରିକ୍ରମା କରି ବ୍ଳକ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ରାସ୍ତାରେ ହାତକୁ ହାତ ଛନ୍ଦି ନୃତ୍ୟଗୀତ ପରିବେଷଣ କରିଥିଲେ ।ସରକାର‌ ସେମାନଙ୍କ ଦାବି ତୁରନ୍ତ ମାରନ୍ତୁ ପ୍ରତିବର୍ଷ ଭଳି ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀର‌ଯନ୍ଥର ମନ୍ତ୍ରରେ ଏବଂ ବାରିପଦାରେ କୁଡୁମି ସେନାର‌ ଏକ ବିଶାଳ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ରାଜ୍ୟ ଅଧ୍ୟକ୍ଷ ଜୟମୁନି ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ମହିଳାଙ୍କର ସୁଜାତା ମହାନ୍ତ ଏଵଂ ଯୁବ ଛାତ୍ରଙ୍କର ବରୁଣ ମହାନ୍ତ ନେତୃତ୍ବ ନେଇଥିଲେ ।ରାସ୍ତାରେ କୁଡୁମି ସେନା ଜିନ୍ଦାବାଦ,କୁଡୁମି ଏକତା ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ ।

ରାଇରଙ୍ଗପୁର ସହରରୁ ଅକ୍ଷୟ ବିଶ୍ବାଳ 

Related posts

ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସଂଗ୍ରାମୀ ସ୍ମାରକୀ ପୀଠର ସାଧାରଣ ବୈଠକ

masiha

ଜାତୀୟ ଆଇନ ସେବା ଦିବସ ପାଳିତ

Sunil Chandra Nayak

ହୋଲି ପାଳନ ନେଇ ଆମ ପୁଲିସ ର ବୈଠକ 

masiha

Leave a Comment

error: Content is protected !!