ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ଏନଏସି ପକ୍ଷରୁ ୱେବସାଇଡ ଲୋକାର୍ପିତ

ରାଜ୍ୟ ସରକାରଙ୍କ ନଗର ଗୃହ ଓ ଉନ୍ନୟନ ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ଜନହିତକର ଯୋଜନା କୁ ସିଧାସଳଖ ଲୋକ ମାନଙ୍କ ପହଞ୍ଚାଇବା ଆଭିମୁଖ୍ୟ ନେଇ ଆଜି ଧର୍ମଗଡ଼ ଏନଏସି ର ସ୍ୱତନ୍ତ୍ର ୱେବ ସାଇଡ nacdharamgarh.in କୁ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି ଉନ୍ମୋଚନ କରିଛନ୍ତି।ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସଚିନ ପାୱାର ପ୍ରକାଶ, ଆଇଏଏସଙ୍କ ନିର୍ଦେଶ କ୍ରମେ ସଫ୍ଟଓୟାର ଇଂଜିନିୟରି ଘନଶ୍ୟାମ ଅଗ୍ରୱାଲ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ୱେବ ସାଇଡ ଦ୍ୱାରା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବହୁବିଧ ସମସ୍ୟା ର ସମାଧାନ ହୋଇପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏନଏସି ବାସିନ୍ଦା ଏଥର କାର୍ଯ୍ୟାଳୟ କୁ ଆସି ଏହି ୱେବ ସାଇଡ ଦ୍ୱାରା ମୋବାଇଲ,ଲେପଟପ କିମ୍ବା କଂପ୍ୟୁଟର ଯୋଗେ ଯେ କୌଣସି ଆପତ୍ତି ଅଭିଯୋଗ ଓ ବିଭିନ୍ନ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ।ଏହାଛଡା ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କିତ ସୂଚନା ଏହି ୱେବ ସାଇଡ ରେ ଉପଲବ୍ଧ ହେବ। ଧର୍ମଗଡ଼ ଏନଏସି ଦ୍ୱାରା ପ୍ରସ୍ତୁତ ଏହି ୱେବ ସାଇଡ ଦ୍ୱାରା ଧର୍ମଗଡ଼ ବାସିନ୍ଦା ଙ୍କ ବହୁବିଧ ସମସ୍ୟା ର ସମାଧାନ ଘରେ ବସି ହୋଇପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ଼ ଏନଏସି ର ରବୀନ୍ଦ୍ର ନାଥ ପରିଡା ଉପସ୍ଥିତ ଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କାଶିବାହଲରେ ମହା ସମାରୋହରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

Sunil Chandra Nayak

ଡକ୍ଟର୍ସ ଡେ ରେ ଡକ୍ଟରଙ୍କୁ ସମ୍ବର୍ଦ୍ଧିତ କଲେ ଖଇରା ବାସୀ

ଅପର୍ତ୍ତି ସେଠୀ ଙ୍କ କବିତା ପାର୍ବଣ ଆସୁଛି ବୋଲି

Sunil Chandra Nayak

Leave a Comment

error: Content is protected !!