ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୱାଇଏମଏଫଆଇ ଓ ‘ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସ୍ମୃତିରେ ସ୍ମୃତିରେ’ କାର୍ଯ୍ୟକ୍ରମ 21ରେ 

ରାଉରକେଲା/ ରାଉରକେଲା ତଥା ଓଡିଶାର ଜଣାଶୁଣା ଉଦଘୋଷିକା, କଣ୍ଠଶିଳ୍ପୀ,ସଂଗଠିକା ତଥା ସମାଜସେବୀ ସ୍ବର୍ଗତା ମିନାକ୍ଷୀ ଧର ଙ୍କ ପ୍ରଥମ ତିରୋଧନ ଦିବସ ଉପଲକ୍ଷେ ଆସନ୍ତା ୨୧ ତାରିଖ ଦିନ ସଂଧ୍ୟା ୬ଘଟିକା ସମୟରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ସଭା ‘ ସ୍ମୃତିରେ ସ୍ମୃତିରେ’ ମିନାକ୍ଷୀ ଧର ଫାଉଣ୍ଡେସନ ଓ ୱାଇଏମଏଫଆଇ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଆୟୋଜନ ହେବ। ଏନେଇ ଆଜି ସେକ୍ଟର ୨ ସେହେନାଇ ମଣ୍ଡପଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ଆବାହକ ନଳିନୀକାନ୍ତ ଧର ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି କାର୍ଯ୍ୟକ୍ରମ ରେ ଖଣ୍ତପଡା ବିଧାୟକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବେ । ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ଇସ୍ପାତ କାରଖାନା ର କାର୍ଯ୍ୟ ନିର୍ବାହି ନିର୍ଦ୍ଦେଶକ, (ପି ଆଣ୍ଡ ଏ ) ପ୍ରମୋଦ କୁମାର ଶତପଥୀ ଓ ବିଶିଷ୍ଟ ନାଟ୍ଯକାର,ଗବେଷକ ତଥା ଶିକ୍ଷାବିତ୍ ଡଃ ଦ୍ବାରିକାପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।ଏହି ଅବସରରେ କଳା ସଂସ୍କୃତି ପାଇଁ ଅଳକା ଚାନ୍ଦ, ସାହିତ୍ୟ ପାଇଁ ଜୋସ୍ନା କୁମାରୀ ନାଏକ ଓ ସମାଜସେବା ପାଇଁ ଗୁରୁଜିନ୍ଦର ସିଂହ ଙ୍କୁ ମିନାକ୍ଷୀ ଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ। ଏହି କାର୍ଯ୍ୟକ୍ରମ ରେ ସହରର କେତେକ ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଓଡିଶାର ବାଲେଶ୍ବରର ବିଶିଷ୍ଟ କଣ୍ଠଶିଳ୍ପୀ ଶଙ୍କର ଦାନ ସ୍ବର୍ଗତା ଧରଙ୍କ ଉଦ୍ଦେଶ୍ୟରେ ସଂଗୀତ ପରିବେଷଣ କରିବେ। ସହରର ବିଭିନ୍ନ ସାମାଜିକ, ସାହିତ୍ୟିକ, ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ତଥା ରାଉରକେଲା ଜନସାଧାରଣ ସ୍ବର୍ଗତା ଧରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପ୍ରାରମ୍ଭରେ ବ୍ରଜେନ୍ଦ୍ର ଦାଶ କାର୍ଯ୍ୟକ୍ରମ ସଂପର୍କରେ ପ୍ରାକ୍ ସୂଚନା ପ୍ରଦାନ କରିଥିବାବେଳେ ଶେଷରେ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡଃ ସୁମନ ଦତ୍ତ,ଶୈଳେନ୍ଦ୍ର ମହାନ୍ତି,ଶଙ୍କର ଜେନା,ଚନ୍ଦ୍ରଶେଖର ଶତପଥୀ,ସୂର୍ଯ୍ୟ ନାରାୟଣ ପାଢୀ, ସୁବ୍ରତ ଭୁୟାଁ,ଅଶୋକ କୁମାର ପଟ୍ଟନାୟକ,ସିଲି ମହାନ୍ତି,ଝୁନୁ ନାୟକ,ନିରୁପମା ପତି, ଶାନ୍ତିଲତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଆଗ୍ରହୀ ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମଧ୍ୟ ନିବେଦନ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଘର କାନ୍ଥ ଭୁସୁଡିଲା , ଅଳ୍ପକେ ବର୍ତିଲେ ମା ସହ ତିନି ପୁଅ ଝିଅ 

Sunil Chandra Nayak

ଲିଙ୍ଗରାଜ ବାବାଙ୍କ ସେବାରେ ସମାଜସେବୀ

Sunil Chandra Nayak

ମା ପେନ୍ଦ୍ରାଣୀ ଦେବୀଙ୍କ ଦଶହରା ପର୍ବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!