ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାରେ କେବେ ହେବ ଲୋକୋମୋଟିଭ କାରଖାନା। ନର୍ଲାକୁ ଅଣଦେଖା କରୁଛନ୍ତି ଦୁଇ ସାଂସଦ:ନୀରୋଜ ଶର୍ମା

ନର୍ଲାରେ କେବେ ହେବ ଲୋକୋମୋଟିଭ କାରଖାନା। ନର୍ଲାକୁ ଅଣଦେଖା କରୁଛନ୍ତି ଦୁଇ ସାଂସଦ:ନୀରୋଜ ଶର୍ମା

ନର୍ଲା: କଳାହାଣ୍ଡି ଜିଲ୍ଲାର ଲୋକସଭା ସାଂସଦ ମାଳବିକା ଦେବୀ ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ନର୍ଲାକୁ ଅଣଦେଖା କରୁଥିବା କଂଗ୍ରେସର ଜିଲ୍ଲା ସାଧାରଣ ସମ୍ପାଦକ ନୀରଜ ଶର୍ମା ପ୍ରକାଶ କରିଛନ୍ତି। ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଓଡିଶାରେ ସବୁ ସୁବିଧା ହେବ। ଓଡିଶାକୁ ବିଜେପି ଉଦ୍ଧାରି ଦେବ। ୩୦୦ ୟୁନିଟ ବିଜୁଳି ମାଗଣା ମିଳିବ। ବାର୍ଦ୍ଧକ୍ୟ ଭତ୍ତା ୩,୫୦୦ କୁ ବୃଦ୍ଧି ପାଇବ। ଓଡିଶା ବାସୀଙ୍କୁ ଆଉ ଆର୍ଥିକ ଅନାଟନ ଦେଇ ଗତି କରିବାକୁ ପଡିବ ନାହିଁ। ହେଲେ କେନ୍ଦ୍ର ଆଉ ରାଜ୍ୟ ବିଜେପି ସରକାର ଲୋକଙ୍କୁ ଭୁଆଁ ବୁଲାଇ, ଲଲିପପ୍ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି। ଗତ ବିଜେଡି ରାଜ୍ୟ ସରକାର ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟ ସଭା ସାଂସଦ ରହିଲେ ସୁଜିତ ସେଠ। କଳାହାଣ୍ଡିର ଲୋକ ହୋଇ ସେ ସମୟରେ ମଧ୍ୟ କଳାହାଣ୍ଡି କିମ୍ବା ନର୍ଲା ପାଇଁ କିଛି କଲେନାହିଁ। ବିଜେଡି ସରକାରରେ ସୁଜିତ କୁମାର ଙ୍କ ମୁଖା ଖୋଲିଯିବା ପରେ ବିଜେପିର ଶରଣାପନ୍ନ ହୋଇ ଦଳୀୟ ମୁରବୀଙ୍କୁ ମନାଇ କରି ପୁଣି ରାଜ୍ୟ ସଭା ଗଲେ। ଏବେ ରାଜ୍ୟ ସଭା ସାଂସଦ ରହିଛନ୍ତି ହେଲେ କଳାହାଣ୍ଡିର ବିକାଶ, ନର୍ଲାର ବିକାଶ ପାଇଁ କୌଣସୀ ଆନ୍ତରିକତା ନାହିଁ। ବାରମ୍ବାର କେନ୍ଦ୍ର ସରକାର, ରେଳବାଇ ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଇ ଥକି ପଡିଥିଲେ ମଧ୍ୟ ନର୍ଲାରୋଡ ରେଳ ଷ୍ଟେସନ ଓ ରୁପ୍ରାରୋଡ ରେଳ ଷ୍ଟେସନରେ କୋଭିଡ ପୁର୍ବରୁ ଷ୍ଟପେଜ ରହିଆସିଥିବା ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ଆଉ ଦିଆଗଲା ନାହିଁ। ଏହାକୁ ନେଇ ୧୧ ଅପ୍ରେଲ ୨୦୨୨ ରେ ରୁପ୍ରାରୋଡ ରେଳ ଷ୍ଟେସନ ରେ ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସଂଘ ତରଫରୁ ରେଳରୋକ ଆନ୍ଦୋଳନ ହୋଇଥିଲା। ସେହିଭଳି ୧ ଜୁଲାଇ ୨୦୨୬ ରେ ନର୍ଲାସ୍ୱାଭିମାନ ମଞ୍ଚ ତରଫରୁ ନର୍ଲାରୋଡ ରେଳ ଷ୍ଟେସନରେ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଆନ୍ଦୋଳନ କାରୀ ଅଞ୍ଚଳବାସୀଙ୍କୁ କେବଳ ଆସ୍ୱାସନା ଦିଆଗଲା ହେଲେ ଟ୍ରେନ ଷ୍ଟପେଜ ଦିଆଗଲା ନାହିଁ। ଏହି ଆନ୍ଦୋଳନରେ କଂଗ୍ରେସର ତୁଙ୍ଗ ନେତା, କର୍ମି, ବିଜେଡିର ନେତା ଓ କର୍ମି ମାନେ ସାମିଲ ରହି ଅଞ୍ଚଳର ଜନ ସାଧାରଣଙ୍କ ପାଇଁ ଲଢେଇ କଲେ ହେଲେ ଏଥିରେ ବିଜେପିର କୌଣସୀ ନେତା କିମ୍ବା କର୍ମିଙ୍କ ଦେଖା ମିଳିଲା ନାହିଁ। ଶେଷରେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କୁ ସାକ୍ଷାତ କରି ନର୍ଲା ଅଞ୍ଚଳବାସୀଙ୍କ ପାଇଁ ଗୁହାରୀ କଲେ ଲୋକଙ୍କ ମୁଖ୍ୟ ଦାବୀ ରହିଥିବା ବିଶାଖାପାଟନମ- ନିଜାମୁଦ୍ଦୀନ ଏକ୍ସପ୍ରେସ ଟ୍ରେନର ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ରହଣୀ ନିମନ୍ତେ। ହେଲେ ପୁଣି ନିରାଶ ହେଲେ ଅଞ୍ଚଳ ବାସୀ। ରାଜ୍ୟ ଓ କେନ୍ଦ୍ର ବିଜେପିର ଏତାଦୃଶା ଆଭିମୁଖ୍ୟ ଦେଖି କଳାହାଣ୍ଡିର ଦୁଇ ସାଂସଦ ମାଳବିକା ଦେବୀ ଓ ସୁଜିତ କୁମାର ସେଠଙ୍କୁ ଆକ୍ଷେପ କରିଛନ୍ତି ଜିଲ୍ଲା କଂଗ୍ରେସର ଶ୍ରୀ ଶର୍ମା। କଲାହାଣ୍ଡି ଜିଲ୍ଲାରେ କଂଗ୍ରେସର ଜନ ସମର୍ଥନକୁ ଦେଖି ନର୍ଲା ଅଞ୍ଚଳର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ମଧ୍ୟ ଅଣଦେଖା କରୁଛନ୍ତି ଦୁଇ ସାଂସଦ। ଏହାକୁ ମଧ୍ୟ ରାଜନୀତିକରଣ କରି ସବୁ ମାଇଲେଜ କଂଗ୍ରେସ ନେଇଯିବ ବୋଲି ଭୟରେ ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଷ୍ଟପେଜ କରେଇ ଦେଉନଥିବା କହିଛନ୍ତି । କୁଆଡେ ଏବେ ଜିଲ୍ଲାରେ କଂଗ୍ରେସର ଦବଦବା ବଢି ଚାଲିଥିବା ବେଳେ କଂଗ୍ରେସ ଦଳକୁ ଚେକମେଣ୍ଟ ଦେବାପାଇଁ କଳାହାଣ୍ଡିର ଦୁଇ ସାଂସଦ ଏଭଳି ହୀନ ରାଜନୀତି କରୁଥିବା ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି। ଏହାବାଦ ନର୍ଲାରେ ଲୋକୋମୋଟିଭ କାରଖାନା ନିର୍ମାଣ ନିମନ୍ତେ ତତ୍କାଳୀନ ସାଂସଦ ବସନ୍ତ ପଣ୍ଡା ୫ ବର୍ଷ ମଧ୍ୟରେ ତିନିଥର ନଡିଆ ଭାଙ୍ଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ବର୍ତ୍ତମାନର ସାଂସଦ ମାଳବିକା ଦେବୀ ଥରେ ନଡିଆ ଭାଙ୍ଗି ସାରଲେଣି। ଏବଂ ଗତ ଦୁଇ ବର୍ଷ ତଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଭାସୀ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନା କଲେ। ଯାହାକୁ ନେଇ ନର୍ଲାରୋଡ ରେଳ ଷ୍ଟେସନରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଆରଏମ ଙ୍କ ସହ ତତ୍କାଳୀନ ସାଂସଦ ବସନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏଥିପାଇଁ ଜମି ଅଧିଗ୍ରହଣ ସରି ସାରିଥିଲେ ମଧ୍ୟ କାର୍ଯ୍ୟପନ୍ଥା ଶୂନ୍ୟ।କଳାହାଣ୍ଡିର ବିକାଶରେ ବାଧକ ସାଜିଛନ୍ତି ଦୁଇ ସାଂସଦ। କେନ୍ଦ୍ର ସରକାର ନର୍ଲାର ଲୋକୋମୋଟିଭ କାରଖାନା ଲିଜ ଆଦାନୀଙ୍କୁ ଦେଇ ଦେବାର ଯୋଜନାରେ ନାହାନ୍ତି ତ? କେବେ ହେବ ନର୍ଲାରେ ଲୋକୋମୋଟିଭ କାରଖାନା? ଓ କେବେ ନର୍ଲା ଏବଂ ରୁପ୍ରାରୋଡ ଷ୍ଟେସନ ରେ ସମତା ସୂପରଫାଷ୍ଟ ଏକ୍ସପ୍ରେସ ରହିବ? ଏହାର ଉତ୍ତର ରଖନ୍ତୁ କଳାହାଣ୍ଡିର ଦୁଇ ସାଂସଦ ବୋଲି ଶ୍ରୀ ଶର୍ମା କହିଛନ୍ତି। କଳାହାଣ୍ଡି ତଥା ନର୍ଲାର ଲୋକଙ୍କ ସ୍ୱାର୍ଥକୁ ନେଇ ଲୋକଙ୍କ ପାଇଁ କାମ କରୁଛି କଂଗ୍ରେସ। ଏଣୁ କଂଗ୍ରେସକୁ ବ୍ୟାକଫୁଟକୁ ଠେଲିବା, ନର୍ଲା ସଧାରଣ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ମଧ୍ୟ ପଛାଉ ନାହାନ୍ତି କଳାହାଣ୍ଡିର ଦୁଇ ସାଂସଦ ବୋଲି ଶ୍ରୀ ଶର୍ମା ମତପ୍ରକାଶ କରିଛନ୍ତି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

Niyamagiri Dongoria Kandha women tie rakhi to CM and seek development intervention

Sunil Chandra Nayak

ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ତରଫରୁ ପରିଚାଳନା ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!