ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ସମସ୍ୟା ଦାଦନ ର ଦୁଃଖ 

ଦାଦନ ସମସ୍ୟା ଦାଦନ ର ଦୁଃଖ 

କିଛି ଦିନ ପୂର୍ବେ ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସାନଚେରଗାଁ ର ଗଣେଷ ବାଗ ବୟସ ୫୪ ବର୍ଷ,ହାଇଦ୍ରାବାଦ ଯାଇଥିଲେ । ଗତ ଜୁନ୍ ୬ ତାରିଖରୁ ସେ କୁଆଡେ଼ ଚାଲିଯାଇଥିଲେ ଏଵଂ ୧୨ ତାରିଖରେ ତାଙ୍କର ମୃତ ଦେହ ହାଇଦ୍ରାବାଦ୍ ପୋଲିସ ଠାବ କରିଥିଲା ।  କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ହସ୍ତକ୍ଷେପ ଓ ଜିଲ୍ଲା ପ୍ରଶାସନର ସହାୟତାରେ ଆଜି ତାଙ୍କର ମୃତ ଶରୀର କୁ ଗାଆଁ କୁ ଆଣି ପରିବାରବର୍ଗ କୁ ହସ୍ତାନ୍ତର କରି ଶବ ସତ୍କାର କରାଯାଇଥିଲା । ମୃତକ ଙ୍କ ପରିବାରବର୍ଗ କୁ ସମସ୍ତ ସରକାରୀ ସହାୟତା ଯୋଗାଦେବାକୁ  ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ସେଥି ମଧ୍ୟରେ ପରିବାର ଲୋକ ଙ୍କର ଆଖିର୍ ଲୁହ ବା ଦୁଃଖ କେବେ ଯିବ l ଦାଦନ ସମସ୍ୟା କଳାହାଣ୍ଡି ରେ ଦିନକୁ ଦିନ ବଢିବାରେ ଲାଗିଛି l କାମ କରିବାକୁ ଆଲଗା ରାଜ୍ୟ ବାହାରକୁ ଯାଉଛନ୍ତି ଓ ଫେରିଲା ବେଳକୁ ଶବ ଫେରୁଛି l କାହିଁକି କଳାହାଣ୍ଡି ରେ କାମ ମିଲୁ ନାହିଁ ଏହା ଏକ ପ୍ରଶ୍ନବାଚୀ l ସରକାର ଏହା ପ୍ରତି ଧ୍ୟାନ ଦେବା ଉଚିତ୍ l ପରିବାର ର ଆର୍ଥିକ ସମସ୍ୟା ଥିବାରୁ ବାଧ୍ୟ ହୋଇ କି ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛନ୍ତି l ପ୍ରଶାସନିକ ସ୍ତରରେ ଶ୍ରମିକ ମାନଙ୍କୁ ବିଶେଷ ଧ୍ୟାନ ଦେବେ ବୋଲି ଆଶା ବିଶ୍ବାସ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ବିଧବା ଵୃଦ୍ଧା ଘସିନି ସିଂ କୁ ସରକାରୀ ଯୋଜନା ଅପହଞ୍ଚ,ଗୁହାରୀ ଶୁଣିବ କିଏ?

masiha

ରାଇରଙ୍ଗପୁରରେ ବ୍ଳକ ସ୍ତରୀୟ ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ 

masiha

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ, ରାଉରକେଲାର ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ

masiha

Leave a Comment

error: Content is protected !!