ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମ୍ନମାନର ମେଟାଲ ମୁରୁମ ରାସ୍ତା କାଦୁଅରେ ପଚପଚ ଯାତାୟାତାରେ ବାଧାପ୍ରାପ୍ତ

ନିମ୍ନମାନର ମେଟାଲ ମୁରୁମ ରାସ୍ତା କାଦୁଅରେ ପଚପଚ ଯାତାୟାତାରେ ବାଧାପ୍ରାପ୍ତ

 ରାସ୍ତାରୁ କାଦୁଅ ହଟାଇବା ପାଇଁ ବାରମ୍ବାର ଅଞ୍ଚଳ ବାସୀଙ୍କ ଅଭିଯୋଗ ସତ୍ତ୍ୱେ ଶୁଣିଲାନି ଗ୍ରାମ ପଞ୍ଚାୟତ ପ୍ରଶାସନ
ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ କାଦୁଅ ସଫା କାର୍ଯ୍ୟରେ ଅଣ୍ଟାଭିଡ଼ିଲେ

ଥୁଆମୁଳ ରାମପୁର:୦୭/୦୯ – (ମନିସ):- ଗ୍ରାମବାସୀ ଙ୍କ ଏହିଭଳି କାର୍ଯ୍ୟକୁ ଦେଖି ଶେଷରେ ହାରମାନିଲା ଗ୍ରାମପଞ୍ଚାୟତ ପ୍ରଶାସନ। ଜେସିବି ସାହାଯ୍ୟରେ ଉକ୍ତ ରାସ୍ତାର କାଦୁଅ ସଫା କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲା ଗ୍ରାମ ପଞ୍ଚାୟତ ପ୍ରଶାସନ। ଏହି। ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡ଼େପଦର ଗ୍ରାମ ପଞ୍ଚାୟତର “ଦୁରେଶପଦର ଶିବ ମନ୍ଦିର ଠାରୁ ଡୁମୁଲି ନାଲା” ଯିବା ମୁଖ୍ୟ ରାସ୍ତା। ଗତ ୨୦୨୫/୨୫ ଆର୍ଥିକବର୍ଷ ରେ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ଅଟକଳରେ ମେଟାଲ ମୁରୁମ ରାସ୍ତା ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ରଖାଯାଇଥିଲା। ହେଲେ ଉକ୍ତ କାର୍ଯ୍ୟରେ ମେଟାଲ କିମ୍ବା ମୁରୁମ କିଛି ନପକାଯାଇ କେବଳ ଜେସିବି ମିସିନରେ ଭଲ ଥିବା ରାସ୍ତାକୁ ଖଳତାଡ଼ କରାଗଲା ବୋଲି କୁହାଯାଉଛି। ରାସ୍ତାରେ ମୁରୁମ ବଦଳରେ କାଦୁଅ ମାଟି ପକାଯାଇଥିବା ଯୋଗୁଁ ଗତ ଲଗାଣ ବର୍ଷାରେ ରାସ୍ତାଟି କାଦୁଅରେ ପଚପଚ ହେବା ଦ୍ବାରା ଅଞ୍ଚଳ ବାସୀଙ୍କ ଯାତାୟାତରେ ବାଧା ସୃଷ୍ଟି ହେଇଥିବା ଜଣାଯାଏ। ଅପରପକ୍ଷରେ ରାସ୍ତାର ଶୋଚନୀୟ ଅବସ୍ଥା ସମୟରେ ଗତ ଅଗଷ୍ଟ ମାସ ୧୧ ତାରିଖ ରାତିରେ ହାଏଦ୍ରାବାଦରେ ଦାଦନ ଖଟିବାକୁ ଯାଇଥିବା ଜଣେ ଦାଦନ ଶ୍ରମିକଙ୍କ ସେଠାରେ ମୃତ୍ୟୁ ବରଣ କରିଥିବା ଭାଟିପାସ ଗ୍ରାମର ଶିବ ମାଝିର ମୃତ ଦେହ ଆଣିଥିବା ଆମ୍ବୁଲାନ୍ସ ଟି ଏହି କାଦୁ ପଚପଚ ଡୁମୁଲିନାଲା ନିକଟ ରାସ୍ତାରେ ଆଗକୁ ଯାଇନପାରି ସେଠାରେ ଅଟକି ରହିଥିଲା। ସେହି ଜଙ୍ଗଲ ମଧ୍ୟରେ ରାତିତମାମ ଶବଟି ସେଠାରେ ରଖାଯାଇଥିଲା। ତାର ପରବର୍ତ୍ତୀ ଦିନ ସକାଳେ ମୃତଙ୍କ ପରିବାର ଓ ଗ୍ରାମବାସୀ ମିଶି ଶବକୁ କାଦୁଅ ରାସ୍ତାରେ ବହି ପାଦରେ ଚାଲି ଚାଲି ୮ କିଲୋମିଟର ନିଜ ଗ୍ରାମ ଭାଟିପାସ କୁ ବୋହିନେବା ଘାଟଣାଟିକୁ ନେଇ ବିଭିନ୍ନ ଗଣମାଧ୍ୟ୍ୟମରେ ଖବରପ୍ରସାରଣ ହୋଇଥିଲା।ତଥାପି ପଞ୍ଚାୟତ ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ରାସ୍ତାର କାଦୁଅ ସଫା କି ମରାମତି କାର୍ଯ୍ୟ କରିବାପାଇଁ କୌଣସି ପ୍ରକାରରେ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ପୁନର୍ବାର ଗତ ସେପ୍ଟେମ୍ବର ୩ ତାରିଖ ଦିନ ଖମାରପଦର ଗ୍ରାମର ମଧୁବନ ନାଏକ କୋରାପୁଟ ଜିଲ୍ଲାର ଲୋମତାପୁଟ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ଏହି କାଦୁଅ ରାସ୍ତାରେ ତାଙ୍କର ଶବ ମଧ୍ୟ ଆଣିଥିବା ଆମ୍ବୁଲାନ୍ସ ଟି ସେହି ରାସ୍ତାରେ ଯିବା ସମ୍ଭବ ନଥିବାରୁ ନବରଙ୍ଗପୁର -କଳାହାଣ୍ଡି ସୀମାନ୍ତ ଢୁଳୁଘାଟୀରାସ୍ତା ଦେଇ ଜୟପାଟଣା, ମୂଖିଗୁଡା, ମହୁଲପାଟଣା, ରାସ୍ତା ଦେଇ ପ୍ରାୟ ୮୦ କିଲମିଟର ରାସ୍ତା ବୁଲି ଶବ ନିଜ ଗ୍ରାମ ଖମାରପଦରକୁ ଆଣିବାକୁ ପଡିଥିଲା ବୋଲି ଲୋକେ କହୁଛନ୍ତି। ବିଭିନ୍ନ ସମସ୍ୟା ଜର୍ଜରିତ ଓ ଏହି ଅଭାବନୀୟ ଘଟଣାକୁ ନେଇ ପାଡେପଦର ଗ୍ରାମ ପଞ୍ଚାୟତ ଚର୍ଚ୍ଚାର ପରିସରକୁ ଆସିଛି ତଥାପି ଗ୍ରାମପଞ୍ଚାୟତ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଲା ନାହିଁ ବୋଲି ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରି ନିଜେ ରାସ୍ତାର କାଦୁଅ ସଫା କାର୍ଯ୍ୟରେ ଅଣ୍ଟା ଭିଡିଥିବା ବେଳେ ଗ୍ରାମବାସୀଙ୍କ ଏହିଭଳି ଉଦ୍ୟମକୁ ଦେଖି ବାଧ୍ୟ ହୋଇ ପଞ୍ଚାୟତ ପ୍ରଶାସନ ତରଫରୁ ଜେସିବି ସାହାଯ୍ୟରେ ରାସ୍ତା ସଫା କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସମାଜସେବୀ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ନାଏକ ଗଣମାଧ୍ୟମ କୁ ଖବର ଜଣାଇଛନ୍ତି।

ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନାରୀ ସଶକ୍ତିକରଣ ଉପରେ ତାଳୁକ ଆଇନ ସେବା ସମିତି ର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଦିନିକିଆ ଗସ୍ତରେ ବାଣିଜ୍ୟ ପରିବହନ, ଇସ୍ତାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦାନ

masiha

NAC ତାଲିକାରୁ ଖଇରା ବାଦ୍, ଦୃଢ ନିନ୍ଦା କଲେ ଯୁବନେତା ଇଂ. ରାଜେଶ ମୋହକୁଡ 

masiha

Leave a Comment

error: Content is protected !!