ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ
ସୁନ୍ଦରଗଡ଼, ୧୮/୦୯/୨୬: ଆଜି ହେମଗିରି ତହସିଲ ଅନ୍ତର୍ଗତ ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କ କନଫରେନ୍ସ ହଲ୍ରେ ଆୟୋଜିତ ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା, ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧୀରେନ୍ଦ୍ର କୁମାର ସେଠୀ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଜଙ୍ଗଲ ଜମି ପଟ୍ଟା ପାଇବା ପରେ ହିତାଧିକାରୀମାନେ ନିଜ ଜମି ଉପରେ ଅଧିକାର ପାଇବା ସହ ସୁବିଧାରେ ଜୀବନ ଜୀବିକା ନିର୍ବାହ କରିପାରିବେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

