ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟା ମଞ୍ଚସ୍ଥ ହେଲା ଭୁବନେଶ୍ୱରର ନାଟକ “ଚେୟାର୍ସ ” ଓ କୋଲକାତାର “ଏକ୍ସପ୍ଲୋରେସନ “

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟା
ମଞ୍ଚସ୍ଥ ହେଲା ଭୁବନେଶ୍ୱରର ନାଟକ “ଚେୟାର୍ସ ” ଓ କୋଲକାତାର “ଏକ୍ସପ୍ଲୋରେସନ “

ରାଇରଙ୍ଗପୁର- ତା :-୨୬/୦୯/୨୬ ରିଖ ବାରିପଦାର ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟାରେ ୧ମ ନାଟକ ସ୍ପେସ ଏକାଡେମୀ, ଭୁବନେଶ୍ୱର ପ୍ରଯୋଜିତ ନାଟକ “ଚେୟାର୍ସ” ମଞ୍ଚସ୍ଥ ହୋଇଥିଲା I ସତ୍ୟବ୍ରତ ରାଉତଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସତ୍ୟବ୍ରତ ରାଉତ, କଳ୍ପନା ରାଉତ ଓ ଗୌରବ ପାଣିଗ୍ରାହୀ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ I ଦମଦମ ଏମ୍ବଡି, କୋଲକାତା ପ୍ରଯୋଜିତ ୨ୟ ନାଟକ “ଏକ୍ସପ୍ଲୋରେସନ” ରେ ଦେବ କୁମାର ପାଲ, ଦେବାଶିଷ ଚକ୍ରବର୍ତ୍ତୀ ଓ ସୁବ୍ରତା ଘୋଷ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ବେଳେ ପଲି ପାଲ, ସ୍ୱାତୀ ଦାସ ଓ ତୀୟାସୀ ପାଲ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ I ଆୟୋଜନ କମିଟିର ସଭାପତି ଡ଼ା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅତିଥି ଭାବେ କରଞ୍ଜିଆ ଉପ ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି, ଓଡିଶା ନାଟ୍ୟ ସଂଘର ପୂର୍ବତନ ସମ୍ପାଦକ ଶୁଭକାନ୍ତ ପାଢ଼ୀ, ସମାଜସେବୀକା ସୁଧାମାୟୀ ଦାସ ଓ ପ୍ରଣତି ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I ଏହି ଅବସରରେ ଅଭିନେତା ଜ୍ଞାନରଞ୍ଜନ ପଣ୍ଡାଙ୍କୁ ମୟୁରଭଞ୍ଜ ମହା ସମ୍ମାନରେ ଓ ଓଡିଶାର ପ୍ରତିଷ୍ଠିତ ଅଭିନେତା ଓ ନିର୍ଦ୍ଦେଶକ ସତ୍ୟବ୍ରତ ରାଉତଙ୍କୁ ଗିରିଶ କନ୍ନଡ଼ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା I ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ, ନୃତ୍ୟ, ମ୍ୟୁଜିକ ଚେୟାର, ଏଙ୍କରିଙ୍ଗ, ଏକକ ଅଭିନୟ, ମୁକ ଅଭିନୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୪୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ତଥା କମିଟିର ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ I ରବିବାର ଦିନ କ ଖ ଗ, ସମ୍ବଲପୁରର “ଅନନ୍ୟ” ଓ ସରଭୁଜ, ମିଦିନାପୁରର “ଓରେ ବିହଙ୍ଗ” ପରିବେଷିତ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବରିଷ୍ଠ ନାଗରିକ ସଂଘ ନବରଙ୍ଗପୁରର ସପ୍ତମ ବାର୍ଷିକୀ ବୈଠକ

masiha

କଳିଙ୍ଗ ସେନା ର 25ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ କସ୍ତୁରବା ନାରୀ ମହଲ ୟୁନିଟ -1 ଭୁବନେଶ୍ୱର ରେ ଅନୁଷ୍ଠିତ,ଦଳକୁ ମଜଭୁତ କରିବାକୁ କର୍ମକର୍ତ୍ତାଙ୍କ ଶପଥ

Sunil Chandra Nayak

ଲଡୁଗାଁରେ ବ୍ଲକ ସ୍ତରୀୟ ପର୍ଶୁରାମ ଜନ୍ମୋତ୍ସଵ, ଜୟ ପର୍ଶୁରାମରେ ପ୍ରକମ୍ପିତ ହେଲା ସହର

Sunil Chandra Nayak

Leave a Comment

error: Content is protected !!