ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଲସା (ଏସିଡ ଆକ୍ରମଣ ପୀଡିତାଙ୍କୁ ଆଇନ ଆଇନ ସହାୟତା) ଯୋଜନା, ୨୦୧୬ ସମ୍ପର୍କିତ ଦଣ୍ତବିଧି ଆଇନ ଓ ପୀଡିତା କ୍ଷତିପୂରଣ ଯୋଜନା ୨୦୧୬ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

ନାଲସା (ଏସିଡ ଆକ୍ରମଣ ପୀଡିତାଙ୍କୁ ଆଇନ ଆଇନ ସହାୟତା) ଯୋଜନା, ୨୦୧୬ ସମ୍ପର୍କିତ ଦଣ୍ତବିଧି ଆଇନ ଓ ପୀଡିତା କ୍ଷତିପୂରଣ ଯୋଜନା ୨୦୧୬ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ସ୍ଥିତ ଜେ,ଏମ,ଏଫ୍ ସି ସମ୍ମୁଖରେ ଜେ,ଏମ,ଏଫ, ସି ତଥା ତାଲୁକ ଆଇନ ସେବା ପ୍ରାଧିକରଣ ସମିତି ଅଧ୍ଯକ୍ଷ ଡାକ୍ତର ତାରିଣୀ ପ୍ରସାଦ ସାହୁ ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ, ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ନାଲସା (ଏସିଡ ଆକ୍ରମଣ ପୀଡିତାଙ୍କୁ ଆଇନ୍ ସହାୟତା) ଯୋଜନା ୨୦୧୬ ସମ୍ପର୍କିତ ଦଣ୍ତବିଧି ଆଇନ ଓ ପୀଡିତା କ୍ଷତିପୂରଣ ଯୋଜନା ୨୦୧୬ ଉପରେ ଏକ ସଚେତନ ପଥପ୍ରାନ୍ତ ନାଟକ “ଦାଗ ନୁହେଁ ପରିଚୟ” ବହୁତ ସୁନ୍ଦର ଭାବରେ ମହୁଲପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଚ୍ଚ ବିଭାଗ ଛାତ୍ରୀ ମାନଙ୍କ ଦ୍ବାରା ପରିବେଷଣ ହୋଇଥିଲା। ରାଷ୍ଟ୍ରୀୟ ଆଇନ୍ ସେବା ପ୍ରାଧିକରଣ (ନାଲସା) ଦ୍ବାରା ପ୍ରଣୀତ “ନାଲସା ( ଏସିଡ ଆକ୍ରମଣ ପୀଡିତାଙ୍କ ପାଇଁ ଆଇନ୍ ସେବା) ଯୋଜନା ୨୦୧୬, ଏସିଡ ଆକ୍ରମଣର ଶିକାର ହୋଇଥିବା ବ୍ଯକ୍ତିମାନଙ୍କୁ ମାଗଣା ଆଇନ୍ ସହାୟତା, ଚିକିତ୍ସା ସୁବିଧା, ଆର୍ଥିକ କ୍ଷତିପୂରଣ ଏବଂ ପୁନର୍ବାସ ଯୋଗାଇବା ପାଇଁ ଏକ ଦୃଢ ପଦକ୍ଷେପ, ଏହି ବିଷୟରେ ସଚେତନତା ସୃଷ୍ଟି କରିବାର ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ, ମାଗଣା ଓକିଲ ସେବା:ପୀଡିତାଙ୍କ ପକ୍ଷରୁ କୋର୍ଟରେ ମାମଲା ଲଢିବା ପାଇଁ ରାଜ୍ୟ କିଛି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ବାରା ମାଗଣା ଓ ଦକ୍ଷ ଓକିଲ ଯୋଗାଇ ଦିଆଯାଏ। ଏଫଆଇଆର ଏବଂ ଆଇନଗତ ପ୍ରକ୍ରିୟା: ଥାନାରେ ଅଭିଯୋଗ ଦାଖଲ କରିବା,ସାକ୍ଷ୍ଯ ପ୍ରଦାନ କରିବା ଏବଂ କୋର୍ଟ କାର୍ଯ୍ଯବାହୀ ସମୟରେ ପୀଡିତାଙ୍କୁ ସମ୍ପୂର୍ଣ୍ଣ ଆଇନଗତ ସହାୟତା ମିଳିଥାଏ। ଏହାଛଡା ମାଗଣା ଜରୁରୀକାଳୀନ ଚିକିତ୍ସା: ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେକୌଣସି ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ଏସିଡ ଆକ୍ରମଣ ପୀଡିତା ଙ୍କୁ ପ୍ରାଥମିକ ଓ ସମ୍ପୂର୍ଣ୍ଣ ଚିକିତ୍ସା ମାଗଣାରେ ଯୋଗାଇବା ପାଇଁ ବାଧ୍ୟ। ଚିକିତ୍ସା ପ୍ରକ୍ରିୟା ମଧ୍ୟରେ ଆବଶ୍ୟକୀୟ ସର୍ଜରୀ ଏବଂ ସମସ୍ତ ଔଷଧ ଖର୍ଚ୍ଚର ସହାୟତା ଏହି ଯୋଜନା ଅଧିନରେ ଉପଲବ୍ଧ କରାଯାଏ। ପୀଡିତାଙ୍କୁ ଅତିକମରେ ୩ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ରାଜ୍ୟ ସରକାରଙ୍କ ଭିକ୍ଟିମ କମ୍ପେନସେସନ ସ୍କିମ ଅଧିନରେ ପ୍ରଦାନ କରାଯାଏ। ଗୁରୁତର ଆହତ ବା ବିକୃତି କ୍ଷେତ୍ରରେ ଏହା ଅଧିକ ହୋଇପାରେ। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ତ ରୁ ୧ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ତୁରନ୍ତ ଚିକିତ୍ସା ପାଇଁ ଦିଆଯାଇଥାଏ। ଭିତର ଅଙ୍ଗରେ ଆହତ ହୋଇଥିବା ପୀଡିତା ମଧ୍ୟ ଭିନ୍ନକ୍ଷମ ଅଧିକାର ଅଧିନୀୟମ ୨୦୧୬ ର ଲାଭ ପାଇବାକୁ ଯୋଗ୍ଯ। ପୀଡିତାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଶିକ୍ଷା ସୁବିଧା, ବୃତ୍ତିଗତ ତାଲିମ ସରକାର ଚାକର କିମ୍ବା ଆତ୍ମ ନିୟୋଜିତ କ୍ଷେତ୍ରରେ ସହାୟତା ଦିଆଯାଏ। ଏହି ଦୁର୍ଘଟଣାର ମାନସିକ ଆଘାତରୁ ମୁକ୍ତି ପାଇବା ପାଇଁ ପୀଡିତାଙ୍କୁ ମନସ୍ତତ୍ତ୍ବବିତ୍ ଙ୍କ ଦ୍ବାରା ମାଗଣା କାଉନସେଲିଂ ପ୍ରଦାନ କରାଯାଏ। ଏହାର ସହାୟତା ପାଇଁ କେଉଁଠି ଓ କିପରି ଆବେଦନ କରାଯାଏ ତାହା ହେଉଛି ପ୍ରତ୍ୟେକ ଜିଲ୍ଲା କୋର୍ଟ ପରିସରରେ ଥିବା ଡିଏଲଏସଏ କାର୍ଯ୍ଯାଳୟକୁ ଯାଇ ଆବେଦନ କରିପାରିବେ। ଏତତବ୍ଯତିତ ସ୍ଥାନୀୟ ଅଞ୍ଚଳରେ ଥିବା ନାଲସା କ୍ଳିନିଙ୍ଗ କିମ୍ବା ପାରା – ଲିଗାଲ ଭଲଣ୍ଟିୟର୍ସ ଙ୍କ ସହାୟତା ନେଇପାରିବେ। ଜାତୀୟ ଆଇନ୍ ସେବା ପ୍ରାଧିକରଣର ଅଫିସିଆଲ ଓ୍ବେବସାଇଟ୍ ମାଧ୍ୟମରେ ମଧ୍ୟ ଆବେଦନ କରାଯାଇପାରିବ। ଆଇନଗତ ସଚେତନତା ହିଁ ସୁରକ୍ଷା ଓ ନ୍ଯାୟର ପ୍ରଥମ ପାହାଚ,ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରୁ ଏଭଳି ଅପରାଧକୁ ରୋକିବା ଏବଂ ପୀଡିତାଙ୍କୁ ସସମ୍ମାନ ଜୀବନ ଜିଇଁବାର ଅଧିକାର ପ୍ରଦାନ କରିବା। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସତ୍ଯନାରାୟଣ ମୁଣ୍ତଛିନା ଅଧ୍ଯକ୍ଷ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି କଲେଜ, ସ୍ଥାନୀୟ ଡାକ୍ତର ଶକ୍ତି ସାଗର, ମନୋରଞ୍ଜନ ନାଏକ ବାର ଆସୋସିଏସନ ସଭାପତି, ବାର ଆସୋସିଏସନ ସମ୍ପାଦକ ଦିଲ୍ଲୀପ ନାଏକ, ଆଇନଜୀବୀ ତଲସୀ ରାମ ମାଝି, ଥୁଆମୁଳ ରାମପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲଲୋହାରସ, ସୁଦର୍ଶନ ନାୟକ ସହୟକ ପବ୍ଳିପ୍ରସିକ୍ବ୍ଯଟର, ସୁଦର୍ଶନ ନାଏକ କର୍ତ୍ତବ୍ୟ ଅନୁଷ୍ଠାନ ବ୍ଳକ ସଂଯୋଜକ, ଅଶୋକ କୁମାର ସାହୁ କୋର୍ଟ ମୁଖ୍ୟ କ୍ଳର୍କ, ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହୁଲପାଟଣା ସମେତ୍ ଅନ୍ଯାନ୍ଯ ଶିକ୍ଷକ ଉପସ୍ଥିତ ରହିଥିବା ବେଳେ ଅଧ୍ଯାପକ ବବୃବାହନ ବୁଦ୍ଧିଆ ଆୟୋଜିତ ମଞ୍ଚକୁ ପରିଚାଳନା କରିଥିଲେ। ଜିମି ହେହେରା ଓ କୋର୍ଟର ଅନ୍ଯାନ୍ଯ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ। ଆଇନଜୀବୀ ମନୋରଞ୍ଜନ ନାଏକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଉଲ୍ଲେଖନୀୟ ସଫଳତା 

masiha

ରାୟଗଡରେ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ

masiha

ଓଡ଼ିଶା ପୁଲିସର ନିଶାମୁକ୍ତ ଓଡିଶା ଅଭିଯାନ

Leave a Comment

error: Content is protected !!