ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ

ରାଉରକେଲା,ସ୍ଥାନୀୟ ସେକ୍ଟର-୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିଷ୍ଠାନର ଆବାହକ ଭଗବତୀ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗାନ୍ଧୀବାଦୀ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।ସକାଳୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରୀ ଅନୁଷ୍ଠିତ ହୋଇଥିଲା। ପିଲାମାନେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ “ରଘୁପତି ରାଘବ ରାଜାରାମ” ଗାନ କରି ସହର ପରିକ୍ରମା କରିଥିଲେ। ପରେ ପ୍ରତିଷ୍ଠାନ ପରିସରରେ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ ଓ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସମାରୋହରେ ଅତିଥି ଭାବେ ପ୍ରଫେସର ରଘୁନାଥ ଦାଶ, ଡ. ସୁମନ ଦତ୍ତ, ବ୍ରଜେନ୍ଦ୍ର ଦାଶ, ନିରଞ୍ଜନ ପଟେଲ, ନିରୂପମ ପତି, ମଧୁସ୍ମିତା କେରକେଟ୍ଟା, ଗାନ୍ଧୀବାଦୀ ଡ. ସସ୍ମିତା ପ୍ରଧାନ ଓ ସୌମିତ୍ର ମୁଦୁଲି ପ୍ରମୁଖ ମଞ୍ଚାସୀନ ଥିଲେ।

ବକ୍ତାମାନେ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟାଗ୍ରହ ଓ ସ୍ୱଚ୍ଛତାର ଆଦର୍ଶ ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ମତ ଦେଇଥିଲେ। ପ୍ରଫେସର ରଘୁନାଥ ଦାଶ କହିଥିଲେ, ଗାନ୍ଧୀଙ୍କ ବିଚାର କେବଳ ଇତିହାସ ନୁହେଁ, ବରଂ ଭବିଷ୍ୟତ ପାଇଁ ମାର୍ଗଦର୍ଶନ। ଯୁବପିଢ଼ି ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ଆପଣାଇଲେ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ଡ. ସୁମନ ଦତ୍ତ ଗାନ୍ଧୀଜୀଙ୍କ ଶିକ୍ଷା ଦର୍ଶନ ଉପରେ ଆଲୋକପାତ କରିଥିଲେ। ଡ. ସସ୍ମିତା ପ୍ରଧାନ ଗାନ୍ଧୀବାଦୀ ଆନ୍ଦୋଳନରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ସଫଳ ହୋଇଥିବା ୧୮ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଆର, ଇ, ସି କ୍ୟାମ୍ପସ୍ ସ୍କୁଲ, ପ୍ରଗତି ସ୍କୁଲ, ଝିରପାଣି ହାଇସ୍କୁଲ, କୋଏଲ ବିଦ୍ୟାପୀଠ ଆଦି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଗାନ୍ଧୀଜୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଗ୍ରହ ବୃଦ୍ଧି ପାଇଥିବା ଆୟୋଜକମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ହୃଷିକେଶ ନାୟକ, ବୈକୁଣ୍ଠ ମୋହନ ସାହୁ,ପ୍ରଭାବତୀ ପ୍ରଧାନ, ସନ୍ଧ୍ୟାରାଣୀ ପଣ୍ଡା, ସ୍ବର୍ଣ୍ଣଲତା ପଣ୍ଡା, ସୁକାନ୍ତି ତନ୍ତୀ, ଅରବିନ୍ଦ ପାତ୍ର, ତିଳୋତ୍ତମା, ବୀଣା ମାହେଶ୍ୱରୀ, ସ୍ମିତାଞ୍ଜଳୀ ରଣା, ରଞ୍ଜନ କୁମାର ରାଉତରାୟ, ଅବିନାଶ ଡାଙ୍ଗ, ଝିରପାଣି ର ପ୍ରଧାନ ଶିକ୍ଷୟିତ୍ରୀ ଉର୍ସିଲା ତିର୍କି, ସୁନନ୍ଦିନୀ ସାହୁ,ମୈଥଳୀ ପଣ୍ଡା, ଗୀତା ସିଂ,ଦିବ୍ୟା କିଣ୍ଡୋ, ମୀନାକ୍ଷୀ ମୋହିନୀ ମହନ୍ତ, ପ୍ରିୟଙ୍କା କର, ପ୍ରଜ୍ଞା ପରମିତା ସ୍ବାଇଁ, ରେଖା ସେଠ୍ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ରାଜ୍ୟ ସଭାପତି ଭାବେ ଦ୍ଵିତୀୟ ଥର ନିର୍ବାଚିତ ହେଲେ ତ୍ରିପତି ବାଲାଜୀ ସାହୁ

Sunil Chandra Nayak

ଖରିଫ୍ ବର୍ଷ ୨୦୨୫-୨୬(ଖରିଫ) ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!