ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ

ରାୟଗଡ ତା ୧୪.୧୦.୨୦୨୬ ରାୟଗଡ ବ୍ଲକ ସଦଭାବନା ଗୃହରେ ଦୁଇଦିନ ଧରି ବୁଥ ସ୍ତରୀୟ ଅଧିକାରୀ, ଗ୍ରାମ ପଞ୍ଚାୟତ ସ୍ତରୀୟ ସୂପରଭାଇଜର ଏବଂ ସର୍ଭେ ଦଳଙ୍କ ତାଲିମ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ୱାର୍ଡ ୱାରି ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାୟଗଡ ଜିଲ୍ଲାରେ ଏହି ପ୍ରକ୍ରିୟା ଅକ୍ଟୋବର ଛବିଶି ତାରିଖରୁ ଆରମ୍ଭ ହେବ । ସର୍ଭେ ଦଳ ଘରକୁ ଘର ବୁଲି ଏହା ପ୍ରସ୍ତୁତ କରିବେ । ପ୍ରତି ୱାର୍ଡର ଭୋଟର ଗୋଟିଏ ଘର ନମ୍ୱରରେ ଯୋଡ଼ିହେବା ସହ ନୂତନ ଓ ବାଦ ପଡ଼ିଥିବା ଭୋଟର ଚିହ୍ନଟ ହେବେ । ଫଳରେ ସମସ୍ତ ଯୋଗ୍ୟ ଭୋଟର ସ୍ଥାନିତ ହେବା ସହ ଅଯୋଗ୍ୟ ଭୋଟର ବାଦ୍ ପଡ଼ିବେ । ଜିଲ୍ଲା ସ୍ତରରେ ଏଥିପାଇଁ ଅକ୍ଟୋବର ସାତ ତାରିଖରେ ତାଲିମ ପ୍ରଦାନ କରାଯାଇଥିଲା । 

 ବିଡ଼ିଓ ସୁଜିତ କୁମାର ମିଶ୍ର, ଏ ବିଡ଼ିଓ କାଳୁ ଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ, ପିଇଓ ସୁନୀଲ ବ୍ରହ୍ମା ଓ ପ୍ରଧାନ ଶିକ୍ଷକ ନିଳାଞ୍ଚଳ ମିଶ୍ର ସମ୍ବଳ ବ୍ୟକ୍ତି ଭାବରେ ତାଲିମ ପ୍ରଦାନ କରିଥିଲେ ।

 ରାୟଗଡ ବ୍ଲକର ମୋଟ ଏକ ଶହ ଅନତିରିଶି ଗୋଟି ବିଧାନସଭା ବୁଥ ନିମନ୍ତେ ପ୍ରତି ବୁଥ ପାଇଁ ଗୋଟିଏ ଲେଖାଏଁ ସର୍ଭେ ଦଳ ଗଠନ କରାଯାଇ ତାଲିମ ପ୍ରଦାନ କରାଯାଇଥିଲା । ଦୁଇଦିନ ଧରି ଚାରୋଟି ପର୍ଯ୍ୟାୟରେ ଏହି ତାଲିମ ପ୍ରଦାନ କରାଯାଇଥିଲା । ଏହି ସର୍ଭେ ଦଳ ରାୟଗଡ ବ୍ଲକର ମୋଟ ତିନି ଶହ ସତେଇଶି ଗୋଟି ୱାର୍ଡ ନିମନ୍ତେ ୱାର୍ଡ ସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତ କରିବେ ବୋଲି ବିଡ଼ିଓ ସୁଜିତ କୁମାର ମିଶ୍ର ପ୍ରକାଶ କରିଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟରେ ଅନୁଷ୍ଠିତ ହେଲା ବିଜ୍ଞାନ ମେଳା 

Sunil Chandra Nayak

ରାଜ୍ୟପାଳଙ୍କୁ ଭେଟିଲେ ପ୍ରକୃତି ପ୍ରେମୀ ସୁମନ୍ତ କୁମାର ଜେନା

masiha

ଅବ୍ୟବସ୍ଥା ରେ ସରିଲା ବ୍ଳକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା 

masiha

Leave a Comment

error: Content is protected !!