ଏଲ୍.ପି.ଏସ୍. ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୬
ତା୧୬/୧୦/୨୦୨୬ ରିଖ ଶୁକ୍ରବାର ଦିନ ରାୟଗଡ଼ା ଜିଲ୍ଲାର ଜେ.କେ. ପୁର ସ୍ଥିତ ଲକ୍ଷ୍ମୀପତ ସିଙ୍ଘାନିଆ ପବ୍ଲିକ୍ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ “ଆଥଲେଟିକ୍ ଏକ୍ସଟ୍ରାଭାଗାଞ୍ଜା” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷା ଡ. ରୁବି କୁଣ୍ଡୁଙ୍କ ପୌରୋହିତ୍ୟରେ ଏବଂ ଜେ.କେ. ପେପର ମିଲ୍ର ଉପସଭାପତି (ବାଣିଜ୍ୟ) ତଥା ବିଦ୍ୟାଳୟ ସଂଯୋଜକ ଶ୍ରୀ ବିଶ୍ୱଜିତ ଦ୍ୱିବେଦୀଙ୍କ ମାର୍ଗଦର୍ଶନରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।ଏହି ଉତ୍ସବରେ ପି.ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ(ରାୟଗଡ଼ା)ର ଅଧ୍ୟକ୍ଷ ଶ୍ରୀ ରାଜାରାମ ଜାଟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କ୍ରୀଡ଼ା ପ୍ରତିଯୋଗିତାରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିଥିଲେ। ଉକ୍ତ କ୍ରୀଡା ଉତ୍ସବ ରେ ବରିଷ୍ଠ ବର୍ଗରୁ ଯୁବରାଜ ମାଝୀ ଏବଂ କନିଷ୍ଠ ବର୍ଗରୁ ଜ୍ଞାନପ୍ରଭା ସେନାପତି ଚାମ୍ପିୟନ ହୋଇଥିଲେ |
ଏହି ଅବସରରେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ଏବଂ ଏହାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ନୁହେଁ ବରଂ ଶୃଙ୍ଖଳା, ଦଳଗତ ମନୋଭାବ, ଆତ୍ମବିଶ୍ୱାସ ଓ ନେତୃତ୍ୱ ଗୁଣର ବିକାଶରେ ସହାୟକ ହୁଏ ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଧୀରେନ୍ଦ୍ର ଖୋସଲା ଏବଂ ଶ୍ରୀମତୀ ଆଶା ମହାରଣା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ଉତ୍ସବର ସଫଳ ଆୟୋଜନରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ହର ଶଙ୍କର ପାତ୍ର ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ, କ୍ରୀଡ଼ା ମନୋଭାବ ଓ ଉତ୍ସାହ ଏହି ବାର୍ଷିକ କ୍ରୀଡ଼ା ଉତ୍ସବକୁ ସ୍ମରଣୀୟ କରିଥିଲା।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

