ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରା ରେ ଆଧ୍ୟାତ୍ମିକ ପରିବେଶ : ମହାଷ୍ଟମୀରୁ ବିଜୟାଦଶମୀ ଯାଏଁ ଜମିବ ପୂଜା ମହୋତ୍ସବ, ନୃତ୍ୟ ଓ ସଙ୍ଗୀତରେ ଝୁମିବେ ଶ୍ରଦ୍ଧାଳୁ

ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରା ରେ ଆଧ୍ୟାତ୍ମିକ ପରିବେଶ : ମହାଷ୍ଟମୀରୁ ବିଜୟାଦଶମୀ ଯାଏଁ ଜମିବ ପୂଜା ମହୋତ୍ସବ, ନୃତ୍ୟ ଓ ସଙ୍ଗୀତରେ ଝୁମିବେ ଶ୍ରଦ୍ଧାଳୁ

ବାଲିଗୁଡ଼ା, ତା, ୧୭/୧୦: (ମନିସ): ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ା ସହରର ନୁଆସାହି ଅଞ୍ଚଳ ଏବେ ଚଳଚଞ୍ଚଳ। ମା’ ଦୁର୍ଗାଙ୍କ ଆଗମନରେ ଅଞ୍ଚଳରେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୀଠରେ ସପ୍ତମୀ ପୂଜା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ଅବସରରେ ନୁଆସାହିସ୍ଥିତ ମା’ ଦୁର୍ଗାଙ୍କ ପୀଠରୁ ଶତାଧିକ ମହିଳାଙ୍କୁ ନେଇ ଏକ ଭବ୍ୟ କଳସ ଶୋଭାଯାତ୍ରା ବାହାରିଥିଲା। ମହିଳାମାନେ ମୁଣ୍ଡରେ କଳସ ଧାରଣ କରି ଭକ୍ତିପୂର୍ଣ୍ଣ ପରିବେଶରେ ନିକଟସ୍ଥ ଖଡ଼ଗ ନଦୀକୁ ଯାଇ ପବିତ୍ର ଜଳ ସଂଗ୍ରହ କରିଥିଲେ। ଏହି ଧାର୍ମିକ ଶୋଭାଯାତ୍ରା ଅଞ୍ଚଳରେ ଭକ୍ତି ଓ ଉତ୍ସବର ମାହୋଲକୁ ଅଧିକ ଉତ୍ସବମୁଖର କରିଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନୁଆସାହି ଗ୍ରାମ୍ୟ କମିଟି ପକ୍ଷରୁ ମା’ଙ୍କ ପୂଜା ମହୋତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୂଜାର୍ଚ୍ଚନା ସହ ନୃତ୍ୟ ଓ ସଙ୍ଗୀତଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସବର ମାହୋଲ ଜୋର୍‌ ଧରିଛି। କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୮ ତାରିଖ ରବିବାର ମହାଷ୍ଟମୀ ପୂଜା ସହ ଭୋଗ ଓ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ୧୯ ତାରିଖ ସୋମବାର ମହାନବମୀ ପୂଜା ସହ ରାତିରେ ସନ୍ଧିପୂଜା ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ବିଜୟାଦଶମୀ ଓ ଅପରାଜିତା ପୂଜା ପରେ ପାରମ୍ପରିକ ରୀତିନୀତିରେ ମା’ଙ୍କ ପ୍ରତିମା ବିସର୍ଜନ କରାଯିବ। ପୂଜା ମହୋତ୍ସବକୁ ସୁରୁଖୁରୁ ରେ ସମ୍ପନ୍ନ କରିବା ପାଇଁ ନୁଆସାହି ଗ୍ରାମ୍ୟ କମିଟିର ସଦସ୍ୟମାନେ ଏକଜୁଟ ହୋଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିରେ କମିଟିର ଉପଦେଷ୍ଟା ବିରୁପାକ୍ଷ ଦାଶ ଓ ମୁକୁନ୍ଦ ପାତ୍ର, ସଭାପତି ଜଳେନ୍ଦ୍ର ପାତ୍ର, ଉପସଭାପତି ଗୋପବନ୍ଧୁ ବିଷୋୟୀ, ସମ୍ପାଦକ ସୁବ୍ରତ ପ୍ରଧାନୀ ଓ ମନ୍ଦିର ପୂଜକ ବିଭୀଷଣ ପାତ୍ରଙ୍କ ସମେତ ସଞ୍ଜୟ ପାତ୍ର, ଜଗନ୍ନାଥ ପାତ୍ର, ଉପେନ୍ଦ୍ର ବିଷୋୟୀ, ଗଙ୍ଗାଧର ଭୋଇ, ଅଶୋକ ସାହୁ, ଧର୍ମେନ୍ଦ୍ର ପାତ୍ର, ବୁଲୁ ଡାକୁଆ ଏବଂ ଗ୍ରାମ୍ୟ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପୂଜା ଆୟୋଜନରେ ସହଯୋଗ କରିଥିଲେ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

କନକପୁରରେ ବିରାଟ କଳସ ଶୋଭାଯାତ୍ରା

Sunil Chandra Nayak

୫୬ ବର୍ଷ ର ପରମ୍ପରା: କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା

Sunil Chandra Nayak

ଡକ୍ଟର ଚିନ୍ମୟ ପାଣ୍ତ୍ଯାଙ୍କ ସିନାପାଲି ଜଗନ୍ନାଥ ମନ୍ଦିର ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!