ବିଶିଷ୍ଟ ପରିବେଶବିତ୍ ଓ ଶିକ୍ଷାବିତ୍ ହରିହର ସାହୁ ଙ୍କୁ ଡଃ ଏ. ପି. ଜେ . ଅବଦୁଲ କଲାମ ଜାତୀୟ ଉତ୍କର୍ଷ ସମ୍ମାନ ୨୦୨୬
ଢେଙ୍କାନାଳ – ସମାଜ ସେବା ଉତ୍କୃଷ୍ଟ ଶିକ୍ଷାଦାନ ପରିବେଶ ସୁରକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ର ସେବା ନିବୃତ ରାଜ୍ୟ , ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କୁ ନିଷ୍ଠା , ସଫଳତା, ସମାଜ ପ୍ରତି ଅବଦାନ ପାଇଁ ତ୍ରେତାଯୁଗ ଫାଉଣ୍ଡେସନ ଅକ୍ଟୋବର ମାସ ଷୋହଳ ତାରିଖ ରେ ଇ ପ୍ରମାଣପତ୍ର ପ୍ରଦାନ କରି ଶ୍ରୀ ସାହୁ ଙ୍କୁ ସମ୍ମାନିତ କରିଛନ୍ତି। ପ୍ରକୃତି ବନ୍ଧୁ ଶ୍ରୀ ସାହୁ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ର ଝାରଦା ଗ୍ରାମ ର ସ୍ବର୍ଗତ ଗିରିଧାରୀ ସାହୁ ଓ ଶ୍ରୀମତୀ ଯଶୋଦା ସାହୁ ଙ୍କ ମଧ୍ୟମ ପୁତ୍ର ଅଟନ୍ତି। ପରିବେଶ ସୁରକ୍ଷା ଓ ମାଗଣା ଶିକ୍ଷା ଦାନ ସହିତ ଓଡ଼ିଆ ସଂସ୍କୃତି ଓଡ଼ିଆ ସାହିତ୍ୟ ର ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ଅଟନ୍ତି। ଏହି ମର୍ଯ୍ୟାଦା ଜନକ ସମ୍ମାନ ପାଇଁ ପ୍ରାକ୍ତନ ସିବିଆଇ ବିଚାରପତି ତଥା ବିଶିଷ୍ଟ ସାହିତ୍ୟିକ କବି ଲେଖକ ଓ ପ୍ରାବନ୍ଧିକ ଭିକାରୀ ଚରଣ ରାଉତ, ବିଶିଷ୍ଟ ସାହିତ୍ୟିକ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷାବିତ୍ ଡଃ ଦେବୀ ପ୍ରସାଦ ମିଶ୍ର, ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ସମୀର କୁମାର ସାହୁ, ପ୍ରାକ୍ତନ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ରବିନାରାୟଣ ମହାନ୍ତି , ଅବସର ପ୍ରାପ୍ତ ଶିକ୍ଷକନେତା ଭଗବାନ ସାହୁ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା ଅଭିନନ୍ଦନ ତଥା ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ପୁଲିସ୍ ପ୍ରଶାସନ ପକ୍ଷରୁ ଲକ୍ଷ୍ମୀପୂଜା ସଂପର୍କିତ ପ୍ରସ୍ତୁତି ବୈଠକ
ଢେଙ୍କାନାଳ- ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନରେ ଲକ୍ଷ୍ମୀପୂଜାରେ ଶାନ୍ତିଶୃଙ୍ଖଳା ପ୍ରସ୍ତୁତି ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତର କେନ୍ଦ୍ରାଂଚଳ ଡିଆଇଜି ଆଶିଷ କୁମାର ସିଂ ଯୋଗଦେଇ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅବସରରେ ପ୍ରତ୍ୟେକ ପୂଜା ମଣ୍ଡପରେ ଜଣେ ଭଲାଂଟିୟରଙ୍କୁ ଦାୟିତ୍ୱ ଦିଆଯିବା, ସେମାନଙ୍କୁ ଚିହ୍ନଟ ଲାଗି ଡ୍ରେସ୍ କୋର୍ଡ ବ୍ୟବସ୍ଥା କରାଯିବା, ପାଣିପାଗ ଉପରେ ଭରଷା ନାହିଁ, ଏଣୁ ପୂଜାକୁ ସଠିକ ପରିଚାଳନା କରାଯିବା, ପୂଜା କମିଟି ପକ୍ଷରୁ ସିସିଟିଭି ଲଗାଯିବା, ଭଷାଣୀ ସମୟରେ ଡିଜେକୁ ସଂପୂର୍ଣ୍ଣ ନିଷେଧ କରାଯିବା ଲାଗି ପ୍ରତ୍ୟେକ ପୂଜା କମିଟି ସହଯୋଗ କରିବାକୁ କହିଥିଲେ । ସେହିପରି ପ୍ରସେସନ ନିର୍ଦ୍ଧାରିତ ସମୟରେ ଆରମ୍ଭ କରାଯାଇ ଶେଷ କରାଯିବା ଉପରେ ଗୁରୁତ୍ୱ ରୋପ କରିଥିଲେ ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜିଙ୍କ୍ୟ ବି ମାନେ ଯୋଗଦେଇ ଡିଆଇଜିଙ୍କ ଗାଇଡାନ୍ସରେ ଆଇନ ଶୃଙ୍ଖଳା ରକ୍ଷା ସଂପର୍କିତ ପ୍ରସ୍ତୁତି ହୋଇଛି । ଚଳିତବର୍ଷ ୪୧ଟି ପୂଜା ମଣ୍ଡପରେ ପୂଜା ହେଉଥିବା ବେଳେ ଭିଡକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହର ମଧ୍ୟରେ ଅପରାହ୍ନ ୩ଟାରୁ ରାତି ୧୨ ଟା ମଧ୍ୟରେ କୌଣସି ବଡଗାଡି ଚଳାଚଳ କରିପାରିବ ନାହିଁ । ବାହାରୁ ଆସୁଥିବା ଗାଡିଗୁଡିକ ପାର୍କିଂ ଲାଗି ବ୍ୟବସ୍ଥା କରାଯାଇଛି । ବଞ୍ଜାରମାନେ ପୂଜା ସମୟରେ ଅଧିକ ସଂଖ୍ୟାରେ ଆସି ରହୁଥିବା ବେଳେ ବିଭିନ୍ନ ଚେରୀରେ ସଂପୃକ୍ତ ରହୁଛନ୍ତି । ଏଥିପାଇଁ ପୁଲିସ୍ ସାଧାପୋଷାକରେ ରହି ସେମାନଙ୍କ ଉପରେ ନଜର ରଖିବ । ଆଇନଶୃଙ୍ଖଳା ଲାଗି ବିିଭନ୍ନ ସ୍ଥାନରେ ଆଉଟପୋଷ୍ଟ କରାଯିବ ବୋଲି ସୂଚନା ଦେଇଥିଲେ । ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ସଭାପତି ରାମଚନ୍ଦ୍ର ପାତ୍ର, ପୂଜା ସମୟରେ ପୁଲିସର ସହଯୋଗ ଲୋଡିବା ସହ ବିଭିନ୍ନ ଅପରାଧୀମାନଙ୍କୁ ପୂର୍ବରୁ ଧରିବା, ମଦ ସହ ବିିଭନ୍ନ ନିଶାଡି ଉପରେ ଲଗାମ ପକାଇବା, ପୂଜା ସମୟରେ ବିିଭିନ୍ନ ରୁଟ୍ ଗୁଡିକ ନାକାବନ୍ଦି କରିବା ଲାଗି କହିଥିଲେ ।
ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟ ଧନ୍ୟବାଦ ଦେଇଥିଲେ ।
ରାଇତଳା ପଞ୍ଚାୟତରେ କଥିତ ଅନିୟମିତତାର ଅଭିଯୋଗ, ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଢେଙ୍କାନାଳ – ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ କୋହ୍ଲୁଆ ଆଦିବାସୀ ଗ୍ରାମରେ ସରକାରୀ ଯୋଜନାର ସ୍ୱଚ୍ଛ ଓ ସଠିକ୍ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ଆଜି ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ପଞ୍ଚାୟତରେ କଥିତ ଦୁର୍ନୀତି ଓ ଅନିୟମିତତା ସମ୍ପର୍କରେ ଅଭିଯୋଗ ଆଣି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପ୍ରକାଶ ଥାଉକି, କିଛି ଦିନ ତଳେ ଜଳ ବିଭାଜିକା ବିଭାଗ ପକ୍ଷରୁ ଏନଆରଜିଏସ ଜରିଆରେ ମାଟି, ଟ୍ରେଂଚ କାମ ହୋଇଥିଲା। ପୁନର୍ବାର ବିନା ସୂଚନା ଫଳକରେ ଏବଂ ବିନା ପଲ୍ଲୀ ସଭାରେ ପଂଚାୟତ ତରଫରୁ ସେହି ଆଦିବାସୀ ଗ୍ରାମରେ ଟ୍ରେଂଚ ଗୁଡିକ ଅଧିକ ଗଭୀର କରାଯାଉଛି। ଫଳରେ ଗାଈଗୋରୁ ସେହି ଟ୍ରେଂଚରେ ପଡ଼ି ମୃତ୍ୟୁ ବରଣ କରୁଛନ୍ତି ଏବଂ ଯେହେତୁ ଆମ୍ଭ ଗ୍ରାମରେ ହାତୀ ଉପଦ୍ରଵ ବେଶୀ, ହାତୀମାନେ ବିଲ ପଡ଼ିଆ ପଟେ ନଯାଇ ଗ୍ରାମ ଭିତର ଦେଇ ଯାତାୟାତ କରୁଛନ୍ତି। ସନ୍ଧ୍ୟା ନହେଉଣୁ ହାତୀ ଗାଁ ଭିତରେ ପ୍ରବେଶ କରୁଛନ୍ତି। ତାଛଡା ସେହି ଟ୍ରେଂଚ ଗୁଡିକର ଗଭୀର କରିବା ଆବଶ୍ୟକତା ନାହିଁ। କେବଳ ପଂଚାୟତର ଅର୍ଥ ତୋସାରପାତ କରିବାପାଇଁ ଏହି କାମ କରାଯାଉଛି। ସରକାରୀ ଅର୍ଥର ବିନିଯୋଗ, ଉନ୍ନୟନମୂଳକ କାର୍ଯ୍ୟର ସ୍ୱଚ୍ଛତା ଏବଂ ସାଧାରଣ ଲୋକଙ୍କ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଅଭିଯୋଗର ଉଚିତ ତଦନ୍ତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦାବି ରଖାଯାଇଛି। ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାପାଇଁ ଗ୍ରାମର ଜଗବନ୍ଧୁ ବେହେରା, ଶ୍ୟାମ ବେହେରା, ସୀତା ସାମଲ, ରୁପାଲୀ ବେହେରା, ବୀଣା ଖଟୁଆ, ହରିହର ବେହେରା, ସରୁଆ ଦେହୁରୀ, ପ୍ରତିମା ବେହେରା ପ୍ରମୁଖ ୩୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଦାବି କରିଛନ୍ତି।
ବାଳିକୁମା ପଞ୍ଚାୟତରେ ଶିଶୁ ଶ୍ରମ ଓ ବାଲ୍ୟ ବିବାହ ବିରୋଧରେ ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ – ଶିଶୁ ଶ୍ରମ ଓ ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ନିରାକରଣ ଉଦ୍ଦେଶ୍ୟରେ ବାଳିକୁମା ପଞ୍ଚାୟତରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମ ଏବଂ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମରେ ଶ୍ରମ ବିଭାଗ ପକ୍ଷରୁ ବୈଜୟନ୍ତୀ ମ୍ୟାଡାମ ଯୋଗଦେଇ ଶିଶୁ ଶ୍ରମର କୁପରିଣାମ ଓ ଶିଶୁମାନଙ୍କ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ବିଶ୍ୱ ଯୁବ କେନ୍ଦ୍ରର ପ୍ରତିନିଧି ତପନ ପାତ୍ର ଓ ସୁମିତ୍ରା ଦେହୁରୀ ଯୋଗଦେଇ ବାଲ୍ୟ ବିବାହର କୁପରିଣାମ, ଏହାର ଆଇନଗତ ଦିଗ ଏବଂ ଶିଶୁମାନଙ୍କ ଶିକ୍ଷା ଓ ସୁରକ୍ଷାର ଗୁରୁତ୍ୱ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ।
ଏହି ଅବସରରେ ଶିଶୁମାନଙ୍କୁ ଶ୍ରମରେ ନିୟୋଜିତ ନକରି ସେମାନଙ୍କୁ ଶିକ୍ଷାର ସୁଯୋଗ ଦେବା ସହ ବାଲ୍ୟ ବିବାହ ଭଳି ପ୍ରଥାକୁ ରୋକିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା।
ଶିଶୁ ଶ୍ରମ ଓ ବାଲ୍ୟ ବିବାହମୁକ୍ତ ସମାଜ ଗଠନ ପାଇଁ ଜନସଚେତନତା ସହ ସମସ୍ତଙ୍କର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।
କାମାକ୍ଷାନଗର ମହାବିଦ୍ୟାଳୟ ନିର୍ବାଚନ , କିରଣ ସଭାପତି ଧନଞ୍ଜୟ ସଂପାଦକ
କାମାକ୍ଷାନଗର- କାମାକ୍ଷାନଗର ମହାବିଦ୍ୟାଳୟର ନିର୍ବାଚନରେ କିରଣ କୁମାର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଧନଞ୍ଜୟ ସାହୁ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି l ଏହି ନିର୍ବାଚନରେ ସୋମ୍ୟରଞ୍ଜନ ମଲ୍ଲିକ ଉପସଭାପତି, ଭକ୍ତି ସୌରଭ ରାଉତ ଯୁଗ୍ମ ସାଧାରଣ ସଂପାଦକ, ପ୍ରିତମ ନାୟକ କ୍ରୀଡା ସଂପାଦକ, ସୁରେନ୍ଦ୍ର ପରିଡା କ୍ରୀଡା ଯୁଗ୍ମ ସଂପାଦକ, ଭୂମିକା ନାଥ ନାଟ୍ୟ ସଂପାଦକ, ସୁମନ ତ୍ରିପାଠୀ ନାଟ୍ୟ ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି l ଏହି ନିର୍ବାଚନ ପ୍ରକ୍ରିୟାରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର, ଅଧ୍ୟାପକ ପ୍ରମୋଦ କୁମାର ସ୍ୱାଇଁ, ଅଧ୍ୟାପକ ରଶ୍ମିରଂଜନ ସେନାପତି ପ୍ରମୁଖ ପରିଚାଳନା କରିଥିଲେ l
ଅଢେଇ ଏକରରେ ୫୦୦ କାଜୁ ଗଛ ଲଗାଇ ଉଦାହରଣ ସାଜିଲେ କ୍ଷୁଦ୍ର ଚାଷୀ ନୀଳମଣି
ଢେଙ୍କାନାଳ – ୭ଟି ପାହାଡକୁ ନେଇ ସପ୍ତଶଯ୍ୟା ପାହାଡ। ଏହାର ପାଦ ଦେଶରେ ସୁନ୍ଦର ମାଣ୍ଟୁ ପାହାଡ ଓ ଜଙ୍ଗଲର ସବୁଜିମା ପରିବେଶ ଭିତରେ କୁଳୁକୁଳୁ ଶବ୍ଦ କରି ବହି ଯାଇଛି ଏକ ଝରଣା। ଏହି ପାହାଡରେ ଆବାହନ କାଳରୁ ମୁନି ଋଷିମାନେ ତପସ୍ୟା କରୁଥିଲେ। ପରବର୍ତୀଆ ଗ୍ରାମର କ୍ଷୁଦ୍ର ଚାଷୀ ନୀଳମଣି ରାଉତ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ପରବର୍ତୀଆ ଗ୍ରାମର କ୍ଷୁଦ୍ର ଚାଷୀ ତଥା ସମିତି ସଭ୍ୟ ନୀଳମଣି ରାଉତ ନିଜ ଅଢେଇ ଏକର ଫାର୍ମ ହାଉସରେ ୫୦୦ କାଜୁ ଗଛ ଲଗାଇ ସଫଳ ଚାଷୀ ଭାବେ ଉଦାହରଣ ସାଜିଛନ୍ତି। ଜମି ପ୍ରସ୍ତୁତିଠାରୁ ଗଛର ଯତ୍ନ ପର୍ଯ୍ୟନ୍ତ ସବୁ କାମ ନିଜେ କରି ସେ ଅଭିଜ୍ଞତା ହାସଲ କରିଛନ୍ତି। ପୂର୍ବରୁ ପନିପରିବା ଚାଷ କରି ଭଲ ଲାଭ ପାଇଥିବାରୁ ତାଙ୍କ ଆତ୍ମବିଶ୍ୱାସ ବଢିଥିଲା। କୃଷି ହେଉଛି ତାଙ୍କ ପରିବାରର ମୁଖ୍ୟ ଜୀବିକା। ପନିପରିବା ଚାଷରୁ ଭଲ ଆୟ ହେବାରୁ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହୋଇଛି। ସେ ରାସାୟନିକ ସାର ଉପରେ ନିର୍ଭର ନକରି ଜୈବ ସାର ପ୍ରୟୋଗ କରି ମାଟିର ଉର୍ବରତା ବଜାୟ ରଖିଛନ୍ତି। ତାଙ୍କ ସଫଳତା ଦେଖି ଏବେ ଗାଁର ଅନ୍ୟ ଚାଷୀମାନେ ପନିପରିବା ଚାଷ କରୁଛନ୍ତି। ସଫଳ ପନିପରିବା ଚାଷୀ ଭାବେ ଶ୍ରୀ ରାଉତ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର
କାମାକ୍ଷାନଗର- କାମାକ୍ଷାନଗର ବିଜୁ ଜନତାଦଳ ପକ୍ଷରୁ ବାଲିଗୋରଡ଼ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଶିବିରରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ନୃସିଂହ ଚରଣ ସାହୁ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଯୁବ ଗୋଷ୍ଠୀ ତାଙ୍କ ଜନ୍ମଦିନରେ ରକ୍ତଦାନ କରିବାକୁ ପରାମର୍ଶ ଦେଇଥିଲେ l ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଯୁବାବର୍ଗ ରକ୍ତଦାନ କରି ଗୁରୁତର ରୋଗୀଙ୍କ ଚିକିତ୍ସାରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ l ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ତଥା ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ଆଦିତ୍ୟ ଆଚାର୍ଯ୍ୟ, ପ୍ରଭାସ ମିଶ୍ର ପ୍ରମୁଖ ଊପସ୍ଥିତ ଥିଲେ l ଏଥିରେ ଜିଲ୍ଲା ରକ୍ତ ଭଣ୍ଡାର ର ଲବ୍ରୋଟୋରି ଟେକମିସିଆନ ପରମାନନ୍ଦ ପଣ୍ଡା, ରୋହିତ ଦାସ, ଅଜୟ ସ୍ୱାଇଁ, ତପନ ଜେନା ପ୍ରମୁଖ ଶିବିରରୁ ୨୬ ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ପରେ ଦଳ ପକ୍ଷରୁ ବାଲିଗୋରଡ଼ ଗ୍ରାମରେ ପଦଯାତ୍ରା କରାଯାଇଥିଲା l ଅପରାହ୍ନରେ ଆଳତୁମା ଗ୍ରାମରେ ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡାଙ୍କ ନେତୃତ୍ୱ ରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

