ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ୱେଷା ର ୧୩୦ ତମ ସାମୁହିକ ଜନ୍ମଦିନ ପାଳନ

ଅନ୍ୱେଷା ର ୧୩୦ ତମ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା: ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ ୧୩୦ ତମ ସାମୁହିକ ଜନ୍ମଦିନ ସେକ୍ଟର ୮ ସ୍ଥିତ ବୃଦ୍ଧାଶ୍ରମ ଠାରେ ପାଳନ କରାଯାଇଥିଲା। ଅନୁଷ୍ଠାନର ସହଯୋଗୀ ଧନଞ୍ଜୟ ଚୈ।ଧୁରୀ, ସ୍ବର୍ଗତ ଶକ୍ତିସାଧନ ସାହା,ମଧ୍ୟମ ପାତ୍ର, ଅନୁଷ୍ଠାନର ସମ୍ପାଦିକା ରଶ୍ମିତା ପଣ୍ଡା ଙ୍କ ଚଳିତ ମାସରେ ଜନ୍ମଦିନ ପଡୁଥିବାରୁ ସହରର ବିଭିନ୍ନ ଆଶ୍ରମରେ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହାସହ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମଧ୍ୟରୁ ଚଳିତ ମାସରେ ଜନ୍ମ ଗ୍ରହଣ କରିଥିବା ଓ ଉପରୋକ୍ତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କେକ୍ କଟାଯାଇଥିଲା। ଅନ୍ୱେଷା ର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଧବୀ ଚୈ।ଧୁରୀ, ବିଭୁତି ଭୁଷଣ ସାହୁ,ମାନସୀ ଘୋଷ,ଦେବୀକା ଘୋଷ ପ୍ରମୁଖ ଙ୍କ ସମେତ ବୃଦ୍ଧାଶ୍ରମର ସୁରେଶ ମହାକୁଡ,ଶିବୁ ରାୟ, ସୁଜାତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳ ଋପାୟନ ନେଇ ପ୍ରତିଷ୍ଠାତା ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ଝଙ୍କଡ଼ ପାଇକ ସମାଜର କର୍ମକର୍ତ୍ତା ମନୋନୀତ

Sunil Chandra Nayak

ତେନ୍ତୁଳିଖୁଣ୍ଟି:ଓଲମା ଠାରେ ବ୍ଲକ ସ୍ତରୀୟ କୃଷକ ଦିବସ ଓ ଆଖିମୁଠି ଅନୁକୂଳ

Sunil Chandra Nayak

ସିନାପାଲି ଶିଶୁ ବିଦ୍ଯାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

Sunil Chandra Nayak

Leave a Comment

error: Content is protected !!