ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳଷଣ୍ଢପୁର ଗ୍ରାମ ରେ ଦୁର୍ଗା ପୂଜା ପାଳିତ

କାଳଷଣ୍ଢପୁର ଗ୍ରାମ ରେ ଦୁର୍ଗା ପୂଜା ପାଳିତ

ଆସିକା, ୧୮/୧୦/୨୬ (ଶିବ ଶଙ୍କର ମିଶ୍ର ) ଶାରଦିୟ ଦୁର୍ଗାପୂଜାର ସପ୍ତମୀତଥି ଠାରୁ ଦଶମୀ ତିଥି ପଯ୍ୟନ୍ତ ଧରାପୃଷ୍ଠକୁ ଅବତରଣ କରି ମଣ୍ଡପରେ ପୂଜା ପାଉଛନ୍ତି ଜଗତଜନନୀ ମା’ଦୁର୍ଗା । ଏଥି ପାଇଁ ଆସିକା ବ୍ଲକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଂଚାୟତରେ ଦେଖୁବାକୁ ମିଳିଛି ଭକ୍ତଙ୍କ ଭିଡ଼ | ଐତିହ୍ୟ ତଥା ସଂସ୍କୃତି ସମ୍ପନ୍ନ କାଳଷଣ୍ଡପୁର ଅଂଚଳ ର ଶାରଦୀୟ ଦୂର୍ଗାପୂଜା ପାଇଁ ଉତ୍ସବମୁଖର ହୋଇପଡିଛି | ଘରେ ଘରେ ଅତିଥ୍‌ଙ୍କୁ ଦେଖ‌ିବାକୁ ମିଳୁଥିବା ବେଳେ ଦୋକାନ ବଜାରରେ ଭିଡ ଲାଗିରହୁଛି। ଶାଢୀ ଓ ପୋଷାକ ଦୋକାନ ଠାରୁ ରୁ ଆରମ୍ଭ କରି ଫୁଲ ଓ ଫଳ ଦୋକାନରେ ଭିଡ ପରିଲକ୍ଷିତ ହେଉଛି। ରବିବାର ଅଷ୍ଟମୀ ତିଥ୍ ହୋଇଥିବାରୁ ପୂଜାମଣ୍ଡପ ଅଞ୍ଚଳରେ ଦୁର୍ଗତୀନାଶୀନୀ ମା’ଦୁର୍ଗାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା ଲାଗି ଭକ୍ତଙ୍କ ଭିଡ ଦେଖ‌ିବାକୁ ମିଳୁଛି I ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ପାଇଁ ପଣ୍ଡିତ ଅକ୍ଷୟ କୁମାର କର ତାଙ୍କ ସହଯୋଗୀ ଶିବ ପ୍ରସାଦ ଷଢଙ୍ଗୀ, ଦୁର୍ଗା ପ୍ରସାଦ ନନ୍ଦଙ୍କ ମନ୍ତ୍ର ଚାରଣରେ ସ୍ଥାନୀୟ ଅଂଚଳ ପ୍ରକମ୍ପିତ ହୋଇ ପଡୁଛି l ପୂଜା ମଣ୍ଡପ ସୁନ୍ଦର ତଥା ଆଲୋକ ମାଳା ରେ ଝଲସି ଉଠୁଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ କର୍ତ୍ତା ଚନ୍ଦନ ସ୍ୱାଇଁ ଓ ତାଙ୍କ ସହଧର୍ମଣୀ ମଧୁସ୍ମିତା ସ୍ୱାଇଁ ନିଷ୍ଠାର ସହ ଦାୟିତ୍ୱ ଗ୍ରହଣ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଶିବରାମ ପ୍ରଧାନ, ସନ୍ତୋଷ ନାହାକ, ଲମ୍ବୋଦର ବିଶ୍ୱାଳ, ଭଗବାନ ରାଉତ, ଯୋଗୀଳ ନାହାକ, ମଙ୍ଗୁଳୁ ଲେଙ୍କା, ଭାସ୍କର ବିଶ୍ୱାଳ, ପ୍ରଦୀପ କୁମାର ପଣ୍ଡା, ଉପେନ୍ଦ୍ର ଭଞ୍ଜ, ଗୋବିନ୍ଦ ନାଥ ସ୍ୱାଇଁ, ଟୁକୁନା ନାହାକ, ଗଦାଧର ସ୍ୱାଇଁ, ସୁନିଲ କୁମାର ସ୍ୱାଇଁ ଙ୍କ ସମେତ କାଳଷଣ୍ଢପୁର ଗ୍ରାମବାସୀବୃନ୍ଦ ସହ ଯୋଗ କରିଛନ୍ତି l

Related posts

ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର 

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ,ଯୀଶୁ ଙ୍କ କୃଶ ବିଧ ଦିବସ ପାଳିତ

Sunil Chandra Nayak

ସାନମସିଗାଁରେ ନବନିର୍ମିତ ସିଏଚ୍‌ସି ଭବନ ଉଦ୍‌ଘାଟିତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ନୂଆ ପଦକ୍ଷେପ ଆଶାକର୍ମୀଙ୍କୁ ଆଶା କିଟ୍‌ ବଣ୍ଟନ କଲେ ମାନ୍ୟବର ମନ୍ତ୍ରୀ 

Sunil Chandra Nayak

Leave a Comment

error: Content is protected !!