ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ ଗତକାଲି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

ଗତକାଲି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ

ନବରଙ୍ଗପୁର:(୧୮ ଅକ୍ଟୋବର ୨୦୨୬:)(ରବି ନାରାୟଣ ମହାନ୍ତି) ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଏସଏନସିୟୁ ପରିଦର୍ଶନ କରି ଗତକାଲି ନବରଙ୍ଗପୁରର ହିର୍ଲି ଛକ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ପାଖ ବୁଦା ମଧ୍ୟରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହ ତାକୁ ଦିଆଯାଉଥିବା ଚିକିତ୍ସା, ଯତ୍ନ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ପଚାରି ବୁଝି ଶିଶୁକନ୍ୟାକୁ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଯୋଗାଇଦେବା ପାଇଁ ନିର୍ଦେଶ ଦେଇଛନ୍ତି। ଏହି ଅବସରରେ ଜିଲ୍ଲପାଳ ଏସଏନସିୟୁର ଭିତ୍ତିଭୂମି ଓ ଅନୁସାଙ୍ଗିକ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିବା ପରେ ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ କେନ୍ଦ୍ରର କାର୍ଯ୍ୟପ୍ରଣାଳୀ ଏବଂ ଅସହାୟ ଓ ସଙ୍କଟାପନ୍ନ ମହିଳାମାନଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା, ଯତ୍ନ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଆବଶ୍ୟକତା ଥିବା ମହିଳାମାନଙ୍କୁ ସୁରକ୍ଷିତ ଓ ସହଯୋଗପୂର୍ଣ୍ଣ ପରିବେଶରେ ଆବଶ୍ୟକୀୟ ସେବା ଓ ସହାୟତା ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଂସ୍କାର ପବ୍ଲିକ ସ୍କୁଲରେ ସମ୍ମାନ ସମାରୋହ

Sunil Chandra Nayak

କରଚଲା ବ୍ରିଜ କାମ ର ଅସ୍ଥାୟୀ ବାଇପାସ ରାସ୍ତା କାଟିବାରୁ ଯାନବାହନ ଚଳାଚଳ ଠପ 

masiha

ଜାତୀୟ ଡାକ୍ତର ଦିବସ ପାଳନ ଓ ରକ୍ତଦାନ ଶିବିର ଆୟୋଜିତ

Leave a Comment

error: Content is protected !!