ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ: ତା.୦୯.୧୧.୨୦୨୬ ରିଖ:( ମ ନି ସ) ନିକଟରେ ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା-୨୦୨୬ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ବ୍ଲକ୍ ସ୍ତରରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।ବିଚାରକ ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜକାନ୍ତ ଦାଶ ଓ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ପ୍ରତିଯୋଗୀ ମାନଙ୍କର ବକ୍ତୃତା ଉପସ୍ଥାପନା ସବୁକୁ ମୂଲ୍ୟାୟନ କରିଥିଲେ।ଏହି ପ୍ରତିଯୋଗିତାରେ “ମିତବ୍ୟୟିତା,ସଞ୍ଚୟ,ସତର୍କତା ଓ ସଚେତନତା “ବିଷୟରେ ପ୍ରତିଯୋଗୀମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଅଙ୍କରାନ୍ତିପୁରର ଦଶମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ନାୟକ ପ୍ରଥମ,ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କାଇମାଟିର ଦଶମ ଶ୍ରେଣୀର ଛାତ୍ରୀ ଶୁଭଲକ୍ଷ୍ମୀ ଷେଣ୍ଢ ଦ୍ୱିତୀୟ ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ଭାଗ୍ୟଶ୍ରୀ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ବିକାଶ ରଞ୍ଜନ ସାହୁ ସମସ୍ତ ୧୫ଜଣ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ନିମନ୍ତେ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଥମ ପୁରସ୍କାର ପାଇଁ ଏକ ହଜାର ପାଞ୍ଚଶହ,ଦ୍ୱିତୀୟ ପୁରସ୍କାର ପାଇଁ ଏକ ହଜାର ଓ ତୃତୀୟ ପୁରସ୍କାର ସ୍ୱରୂପ ପାଞ୍ଚଶହ ଟଙ୍କା ଅର୍ଥରାଶି ନିଜ ନିଜର ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।ମୁଖ୍ୟ ଅତିଥି ଓ ସମସ୍ତ ବିଚାରକବୃନ୍ଦ ଉପସ୍ଥିତ ଥିବା ଛାତ୍ରୀ,ଛାତ୍ର,ଅଧ୍ୟାପିକା,ଅଧ୍ୟାପକ,ଶିକ୍ଷୟିତ୍ରୀ, ଶିକ୍ଷକ,ମାତା,ପିତା,ଅଭି ଭାବିକା,ଅଭିଭାବକ ବୃନ୍ଦଙ୍କୁ ଆଜିର ବିତର୍କର ବିଷୟବସ୍ତୁ ନିୟମିତ ସଂଚୟର ଆବଶ୍ୟକତା, ଉପଯୋଗିତା ଓ ଅନ୍ ଲାଇନ୍ ଠକେଇ ସମ୍ପର୍କିତ ସତର୍କତାମୂଳକ ସଚେତନତା ସମ୍ପର୍କରେ ସବିଶେଷ ତଥ୍ଯଭିତ୍ତିକ ବକ୍ତବ୍ୟ ଉପସ୍ଥାପନ କରି ସଚେତନତା ସୃଷ୍ଟି କରିଥିଲେ।ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳଙ୍କ ସଫଳ ମାର୍ଗଦର୍ଶନ,ନେତୃତ୍ୱ ଓ ସଫଳ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅଭିଲିପ୍ ସା ବିଶ୍ବାଳ,ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ,ସଦର ଏବଂ ସ୍ୱର୍ଣ୍ଣପ୍ରଭା ବିରୁଆଁ,ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ କାମାକ୍ଷାନଗର ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସ୍ୱାଧୀନ ସମ୍ବାଦଦାତା ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତାରେ ସୂଚନା ପ୍ରଦାନ କରିଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଓଡିଶା ଷ୍ଟେଟ ସୁଟିଂ ଚମ୍ପିଅନ ସିପ 2023 ସିନିୟର ରେ ପ୍ରଥମ ସ୍ଥାନ ରେ ବିଜୟ ହେଲେ ଜୁନାଗଡ଼ ର ଅରବିନ୍ଦ ସାହୁ

Sunil Chandra Nayak

ଧର୍ମଗଡ଼ ର ବରିଷ୍ଠ ଆଇନଜୀବି କୁବେର ଚନ୍ଦ୍ର ସାହୁ ଙ୍କ ପରଲୋକ। ଓକିଲ ସଂଘର ଶୋକ ସଭା

Sunil Chandra Nayak

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଧାରଣା ଓ ପ୍ରତିବାଦ ସଭା

Sunil Chandra Nayak

Leave a Comment

error: Content is protected !!