ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୪୦ ହିତାଧିକାରୀଙ୍କ ପାଇଁ ମଧୁବାବୁ ଭତ୍ତା ମଞ୍ଜୁର ପ୍ରଥମ ପର୍ଯ୍ୟାୟରେ ଚାରୋଟି ପଞ୍ଚାୟତର ୧୬୯ ଜଣଙ୍କୁ ମିଳିଲା ଭତ୍ତାକାର୍ଡ , ୨- ଲାଞ୍ଜିଗଡ ବ୍ଲକରେ *ବ୍ଲକ ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀସମ୍ପଦ ମେଳା ୨୦୨୬* ଅନୁଷ୍ଠିତ ହୋଇଯାଇଛି 

୮୪୦ ହିତାଧିକାରୀଙ୍କ ପାଇଁ ମଧୁବାବୁ ଭତ୍ତା ମଞ୍ଜୁର ପ୍ରଥମ ପର୍ଯ୍ୟାୟରେ ଚାରୋଟି ପଞ୍ଚାୟତର ୧୬୯ ଜଣଙ୍କୁ ମିଳିଲା ଭତ୍ତାକାର୍ଡ 

 କଳାହାଣ୍ଡି,୧୩/୧୧ କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକର ୨୬ ଟି ଗ୍ରାମ ପଞ୍ଚାୟତର ୮୪୦ ଜଣ ହିତାଧିକାରୀଙ୍କ ପାଇଁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ମଞ୍ଜୁର ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ବ୍ଲକସ୍ତରୀୟ ସମାରୋହରେ ୪ଟି ପଞ୍ଚାୟତର ୧୬୯ ଜଣ ହିତାଧିକାରୀଙ୍କୁ ଭତ୍ତାକାର୍ଡ ବଣ୍ଟନ କରାଯାଇଛି । ବ୍ଲକର ବିଶ୍ୱନାଥପୁର, ଚମ୍ପାଦେଇପୁର,ପୋଖରୀବନ୍ଧ ଓ ଛତ୍ରପୁର ପଞ୍ଚାୟତର ହିତାଧିକାରୀମାନେ ଏହି ପର୍ଯ୍ୟାୟରେ ଭତ୍ତାକାର୍ଡ ବଣ୍ଟନ କରାଯାଇଛି । ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନ କରିଥିବାବେଳେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ,ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ସମାଜସେବୀ ତୁଳସୀ ମାଝୀ ଓ ନରେନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ବିଡିଓ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ସେ ପ୍ରାରମ୍ଭିକ ସୂଚନା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ଓ ସାମ୍ବାଦିକ ଗୋପାଳଦାସ ମହାନନ୍ଦ ସଭା ପରିଚାଳନା କରିଥିବାବେଳେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ଚମ୍ପାଦେଇପୁର ନାଏବ ସରପଞ୍ଚ ଭାନୁମତି ଦୋରା, ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀଙ୍କ ସମେତ ସମ୍ପୃକ୍ତ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ । ଭଟାଙ୍ଗପଦର ସମିତିସଦସ୍ୟ ରୂପେନ୍ଦ୍ର ଛତ୍ରିଆଙ୍କ ସମେତ ପୀତବାସ ସାହୁ,କୁଳମଣି ବେହେରା ଓ ମିଥୁନ ମହାଙ୍କୁଡ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

ଲାଞ୍ଜିଗଡ ବ୍ଲକରେ *ବ୍ଲକ ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀସମ୍ପଦ ମେଳା ୨୦୨୬* ଅନୁଷ୍ଠିତ ହୋଇଯାଇଛି 

 କଳାହାଣ୍ଡି,୧୨/୧୧ (ଉ.ଯା.ବା.ନି) କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ପୁର ଠାରେ ଆଜି ବୁଧୁବାର ବ୍ଲକ ସ୍ତରୀୟ *ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୬* ଅନୁଷ୍ଠିତ ହୋଇଯାଇଛି I ଏହି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ,ସରକାରୀ ଯୋଜନା ଓ ଆତ୍ମନିଯୁକ୍ତିର ସୁଯୋଗ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ଲାଞ୍ଜିଗଡ଼ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆଜି ବୁଧବାର ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଦୁଇଶହରୁ ଊର୍ଦ୍ଧ୍ୱ ଚାଷୀ ଓ ଜନସାଧାରଣ ଯୋଗଦେଇଥିଲେ ।ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମେଳାର ଉଦ୍‌ଘାଟନ କରିଥିବାବେଳେ ବିଶିଷ୍ଟ ଅତିଥି ଭାବେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ଓ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ଼ଃ.ସୁନୀତି ମୁଣ୍ଡ ଏବଂ ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼ଃ.ଦୀପକ ବେହେରା ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ.ନୀରଦ ଚନ୍ଦ୍ର କହଁର ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀପାଳନକୁ ଆୟବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସହକାରୀ ମତ୍ସ୍ୟ ଅଧିକାରୀ ଭବାନୀଶଙ୍କର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ,ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ,ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ,ବିଶ୍ଵନାଥପୁର ବିଜେପି ମଣ୍ଡଳ ସଭାପତି ତୁଳସୀ ମାଝୀ, ଲାଞ୍ଜିଗଡ ବିଜେପି ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ ଓ ସମାଜସେବୀ ହରିହର କୁମାର ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ.ସୁଜିତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକୁ ସାମ୍ବାଦିକ ଗୋପାଳଦାସ ମହାନନ୍ଦ ପରିଚାଳନା କରିଥିଲେ । ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୧୪ଟି ଷ୍ଟଲ୍ ଖୋଲାଯାଇଥିବା ବେଳେ ୬୦୦ ରୁ ଉର୍ଦ୍ଧ ମତ୍ସ୍ୟଚାଷ, ପ୍ରାଣୀପାଳନ,କୃଷି ଓ ଉଦ୍ୟାନ କୃଷି ଚାଷୀ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଗୋପବନ୍ଧୁ ବିଦ୍ୟାଳୟର ଛାତ୍ରଛାତ୍ରୀମନେ ମଧ୍ୟ ମେଳାରେ ସାମିଲ ହୋଇ ପଶୁପାଳନ ମତ୍ସ୍ଯଚାଷୀ ସମ୍ପର୍କିତ ସୂଚନା ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା Iସହକାରୀ ମତ୍ସ୍ୟ ଅଧିକାରୀ ଅଜିତ ଜାନୀ,ପ୍ରାଣୀ ସମ୍ପଦ ଅଧିକାରୀ ନର୍ମଦା ଦାସଙ୍କ ସମେତ କୃଷି, ଉଦ୍ୟାନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ମେଳାର ସଫଳ ଆୟୋଜନରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନର୍ମଦା ଦାସ ସମସ୍ତ ଅତିଥି ଓ ଆସିଥିବା ଚାଷୀଙ୍କୁ ଧନ୍ୟବାଦ ଦେଇଥିଲେ I

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

 

Related posts

ନେତୃତ୍ଵ ଉପରେ ତାଲିମ 

Sunil Chandra Nayak

ପଥର ଖଣି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି

ରାଜ ଚlଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!