ବୁଢ଼ାରଜା କ୍ରିକେଟ କପ୍ ସିଜନ୍-୮ ପାଇଁ ପ୍ରସ୍ତୁତି ବୈଠକ
ଡିସେମ୍ବର ୧୨ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ, ବିଜେତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର
ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ଠାରେ ଅଞ୍ଚଳର ଲୋକପ୍ରିୟ କ୍ରୀଡ଼ା ଆୟୋଜନ ବୁଢ଼ାରଜା କ୍ରିକେଟ କପ୍ ସିଜନ୍-୮ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାବଣ୍ୟ ବୈଠାରୁ,ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଆଗାମୀ କ୍ରିକେଟ ପ୍ରତିଯୋଗିତାକୁ ସଫଳ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା।
ବୈଠକରେ ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ଗୌରୀଶଙ୍କର ମାଝୀ, ଉପସଭାପତି ରାମ ବିଶି, ସମ୍ପାଦକ ପ୍ରେମଚାନ୍ଦ ବୈଠାରୁ,, ସହସମ୍ପାଦକ ଅନନ୍ତରାମ ମାଝୀ ଓ କୋଷାଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ବୈଠାରୁ, ଙ୍କ ସମେତ ସଞ୍ଜୟ କୁମାର ବୈଠାରୁ,ଏବଂ ଜୟ ଶ୍ରୀ ବୀଣାପାଣି ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏହାସହ କ୍ରୀଡ଼ାପ୍ରେମୀ ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ରମେଶ ଚନ୍ଦ୍ର ଅଗ୍ରୱାଲ, ବ୍ରଜମୋହନ ଧାକଡ଼, ଧରଣୀଧର ମାଝୀ, ଭୁବନ ବୈଠାରୁ ଖୁଦିରାମ ବୈଠାରୁ , ଭୂତେଶ୍ୱର ନାୟକ, କେଶବ ନାୟକ, ଦେବେନ୍ଦ୍ର ନାୟକ, ସୁରେଶ କୁମାର ମାଝୀ, ନରେନ୍ଦ୍ର ନାୟକ, ବିନୋଦ ସହିସ, ଟୁନା ମାଝୀ, ଦେବଦତ୍ତ ପ୍ରଧାନ, ପ୍ରେମସିଂ ମାଝୀ, ଚନ୍ଦ୍ରଧ୍ୱଜ ମାଝୀ, ବୈକୁଣ୍ଠ କଶ୍ୟପ, ଯଜ୍ଞେଶ ନାୟକ, କେଦାରନାଥ ମାଝୀ, ପ୍ରବୀଣ ଚନ୍ଦ୍ର ମାଝୀ, ଭବିଷ ବୈଠାରୁ,ଦିନ ବାଗ, ଚନ୍ଦ୍ରଭାନ ବାଗ, ବୈକୁଣ୍ଠ ମାଝୀ, ଚନ୍ଦ୍ର ମାଝୀ, କମଳାକାନ୍ତ ସେଠୀ, ତନୟ ବୈଠାରୁ , ଦେବବ୍ରତ ମାଝୀ, ନରେନ୍ଦ୍ର ବୈଠାରୁ , ଭୂତେଶ୍ୱର ବୈଠାରୁ,ଚିନ୍ମୟ ନାୟକ, ମାନସ ଦାସ, ଜଗନ୍ନାଥ ନାୟକ, ବଳରାମ ମାଝୀ, ଲଳିତ ମାଝୀ, ରାଜକୁମାର ମାଝୀ, ପୟୋଜ କଶ୍ୟପ, ସୁବାଷ ବୈଠାରୁ,ଚନ୍ଦନ ବୈଠାରୁ,ପୁନିତ ବୈଠାରୁ ଓ ଗୌତମ ବୈଠାରୁ ଙ୍କ ସମେତ ସିଙ୍ଗଝର ଗ୍ରାମପଞ୍ଚାୟତର ପ୍ରତିନିଧି, ଗ୍ରାମବାସୀ ଓ ଅଞ୍ଚଳର ବହୁ କ୍ରୀଡ଼ାପ୍ରେମୀ ଯୋଗଦେଇଥିଲେ।
ପ୍ରକାଶ ଥାଉକି, ବୁଢ଼ାରଜା କ୍ରିକେଟ କପ୍ ସିଙ୍ଗଝର ଅଞ୍ଚଳର ଏକ ପ୍ରମୁଖ କ୍ରୀଡ଼ା ମହୋତ୍ସବ ଭାବେ ପରିଚିତ। ପ୍ରତିବର୍ଷ ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳର କ୍ରିକେଟ ଦଳ ଭାଗ ନେଇ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥାନ୍ତି। ଚଳିତ ବର୍ଷ ମଧ୍ୟ ଏହାକୁ ଆହୁରି ଆକର୍ଷଣୀୟ ଓ ଉତ୍ସାହଜନକ କରିବା ପାଇଁ କମିଟି ପକ୍ଷରୁ ବିଶେଷ ପ୍ରସ୍ତୁତି ହାତକୁ ନିଆଯାଇଛି।
ବୈଠକରେ ନିଷ୍ପତ୍ତି ଅନୁସାରେ, ଆଗାମୀ ଡିସେମ୍ବର ୧୨ ତାରିଖରୁ ବୁଢ଼ାରଜା ମିନି ଷ୍ଟାଡିୟମ ପରିସରରେ ସିଜନ୍-୮ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିରେ ପ୍ରଥମ ପୁରସ୍କାର ଭାବେ ବିଜେତା ଦଳକୁ ୧ ଲକ୍ଷ ଟଙ୍କା ସହ ଆକର୍ଷଣୀୟ ଟ୍ରଫି ଏବଂ ରନର୍ସଅପ୍ ଦଳକୁ ୬୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଏହି କ୍ରୀଡ଼ା ମହୋତ୍ସବକୁ ସଫଳ କରିବା ସହ ଅଞ୍ଚଳରେ କ୍ରୀଡ଼ା ଓ ଭାଇଚାରାର ଭାବନାକୁ ଆହୁରି ମଜଭୁତ କରିବା ପାଇଁ କମିଟି ପକ୍ଷରୁ ସମସ୍ତ କ୍ରୀଡ଼ାପ୍ରେମୀ ଓ ଅଞ୍ଚଳବାସୀଙ୍କ ସହଯୋଗ କାମନା କରାଯାଇଛି।

