ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି.ଏମ୍. ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୬–୨୭ ଅନୁଷ୍ଠିତ

ପି.ଏମ୍. ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୬–୨୭ ଅନୁଷ୍ଠିତ

ଢେଙ୍କାନାଳ : ତା.୧୫.୧୧.୨୦୨୬ ରିଖ 🙁 ମ ନି ସ):ଶତାୟୁ, ପି.ଏମ୍.ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ନଭେମ୍ବର ୧୩ ତାରିଖ ଦିନ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୬–୨୭ ସଫଳତାର ସହ ଆୟୋଜିତ ହୋଇଯାଇଛି।ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ରଞ୍ଜନ ଦଳେଇ, ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟା, ସଦସ୍ୟ,ପୁରାତନ ଛାତ୍ର ସଂସଦ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ଉଦ୍ୟମ ଓ ମାର୍ଗଦର୍ଶନରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀମାନଙ୍କୁ ନିଜର ବୈଜ୍ଞାନିକ ଜ୍ଞାନ,ସୃଜନଶୀଳତା, ନୂତନ ଚିନ୍ତାଧାରା ଓ ସମସ୍ୟା ସମାଧାନ କୌଶଳ ପ୍ରଦର୍ଶନ କରିବା ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିଥିଲା।ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବିଭାଗ ଏବଂ ନବମ ଓ ଦଶମ ଶ୍ରେଣୀର ବରିଷ୍ଠ ବିଭାଗରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ପାଇଁ ବିଚାରକ ଭାବେ ବିଦ୍ୟାଳୟର ପ୍ରାକ୍ତନ ଗଣିତ ଓ ବିଜ୍ଞାନ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ଏବଂ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଅଧିକାରୀ ଶଙ୍କର ଗୁରୁଙ୍ଗ ଓ ଜନସମ୍ପର୍କ କାର୍ଯ୍ୟନିର୍ବାହୀ ଅବିନାଶ ସାହୁ ଯୋଗଦେଇ ସ୍ଵୀୟ ବକ୍ତବ୍ୟରେ ଛାତ୍ରୀ,ଛାତ୍ର ଓ ବିଜ୍ଞାନ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କୁ ବିଜ୍ଞାନ ମନସ୍କ ହୋଇ ସୁନ୍ଦର ସମାଜ ଉପଯୋଗୀ ପ୍ରକଳ୍ପ ପ୍ରସ୍ତୁତି ଓ ପ୍ରଦର୍ଶନ ପାଇଁ ସୁପରାମର୍ଶ ପ୍ରଦାନ କରିଥିଲେ।ଦୀପ୍ତିଶ କୁମାର ଶତପଥୀଙ୍କ ଉଦ୍‌ଘାଟନୀ ଅଭିଭାଷଣ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ବିଜ୍ଞାନ ଶିକ୍ଷୟିତ୍ରୀ ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଜ୍ୟୋତିରଞ୍ଜନ ନାୟକ,କିରଣମୟୀ ମହାଳିକ,ଶୁଭସୁନ୍ଦର ବେହେରା,ରାକେଶ କୁମାର ସାହୁ, ଅପରାଜିତା ସାମଲ ଏବଂ ସୁଚିସ୍ମିତା ମହାନ୍ତି ଛାତ୍ରୀ,ଛାତ୍ର ମାନଙ୍କୁ ବହୁ ସଂଖ୍ୟାରେ ଭାଗ ନେବା ସହ ନୂତନ ଓ ଅଭିନବ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପ୍ରେରଣା ଓ ଉତ୍ସାହ ଯୋଗାଇଥିଲେ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ଦୀପ୍ତିଶ ଶତପଥୀ,ନଳିନୀ ବେହେରା,ସୁଚିତ୍ରା ସାହୁ,କ୍ଷୀରାବ୍ଧି ତନୟା ମହାପାତ୍ର,ଡ.ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ, ସୁଶ୍ରୀ କଲ୍ୟାଣୀ ବଡ଼ଜେନା,ସ୍ମୃତିସୁଧା ଜେନା,ସୁଶ୍ରୀ ରାଜଶ୍ରୀ ପାତ୍ର,ଯୋଗ ପ୍ରଶିକ୍ଷିକା ମନସ୍ଵିନୀ ମିଶ୍ର ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀବୃନ୍ଦ ମୂଲ୍ୟବାନ ସହଯୋଗ ପ୍ରଦାନ କରିଥିଲେ।ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦର ସହଯୋଗ ମଧ୍ୟ ଏହି ଆୟୋଜନକୁ ସଫଳ କରିବାରେ ବିଶେଷ ସହାୟକ ହୋଇଥିଲା।ବରିଷ୍ଠ ବିଭାଗରେ ଦଶମ ଶ୍ରେଣୀର ଆୟୁଷ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ଦ୍ୱିତୀୟ,ଇପ୍ସିତା ପ୍ରିୟଦର୍ଶିନୀ ତୃତୀୟ,ପ୍ରଣବ ପ୍ରଧାନ ଓ ଆଶିଷ ଦାସ ଯୁଗ୍ମ ଭାବେ ଚତୁର୍ଥ ଏବଂ ଅଂଶୁମାନ ଦାସ ପଞ୍ଚମ ସ୍ଥାନ ହାସଲ କରିଥିଲେ।ସେହିପରି କନିଷ୍ଠ ବିଭାଗରେ ଷଷ୍ଠ ଶ୍ରେଣୀର ଓମ୍ ପ୍ରକାଶ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅଷ୍ଟମ ଶ୍ରେଣୀର ଶୁଭ୍ରଜିତ୍ ରାୟ ଦ୍ୱିତୀୟ,ସପ୍ତମ ଶ୍ରେଣୀର ଦେବୀ ପ୍ରସାଦ ପଣ୍ଡା ତୃତୀୟ,ଷଷ୍ଠ ଶ୍ରେଣୀର ସାଇ ପ୍ରସାଦ ଦେବତା ଚତୁର୍ଥ ଏବଂ ସ୍ୱୟଂଶ୍ରୀ ବିଶ୍ୱାଳ ଓ ସ୍ନେହା ସ୍ନିଗ୍ଧା ସାହୁ ଯୁଗ୍ମ ଭାବେ ପଞ୍ଚମ ସ୍ଥାନ ହାସଲ କରିଥିଲେ।ଶିଶୁ ଦିବସ ପାଳନ ଅବସରରେ ନଭେମ୍ବର ୧୪ ତାରିଖ ଦିନ ଉଭୟ ବିଭାଗର ପାଞ୍ଚଟି ଶ୍ରେଷ୍ଠ ପ୍ରକଳ୍ପକୁ ଚୟନ କରାଯାଇ ସେଗୁଡ଼ିକର ପ୍ରସ୍ତୁତକାରୀ ଛାତ୍ରୀ,ଛାତ୍ରମାନଙ୍କୁ ପ୍ରମାଣପତ୍ର ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟର ପ୍ରାକ୍ତନ ଗଣିତ ଓ ବିଜ୍ଞାନ ଶିକ୍ଷକ ଡା.ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି, ଏବଂ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଅଧିକାରୀ ଶଙ୍କର ଗୁରୁଙ୍ଗ ଓ ଜନସମ୍ପର୍କ କାର୍ଯ୍ୟନିର୍ବାହୀ ଅବିନାଶ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଜିଜ୍ଞାସା,ଯୁକ୍ତିସଙ୍ଗତ ଚିନ୍ତନ ଓ ସମାଜର ଉନ୍ନତି ପାଇଁ ବିଜ୍ଞାନର ପ୍ରୟୋଗ ଭଳି ଗୁଣର ବିକାଶ ନିମନ୍ତେ ପ୍ରେରଣାଦାୟକ ଅଭିଭାଷଣ ଦିଆଯାଇଥିଲା।ଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ସୁଚିସ୍ମିତା ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ ମାଧ୍ୟମରେ ବିଚାରକମଣ୍ଡଳୀ,ଅତିଥିବୃନ୍ଦ,ଶିକ୍ଷକ,ଛାତ୍ରଛାତ୍ରୀ ଓ କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ବୋଲି ସ୍ୱାଧୀନ ସମ୍ବାଦ ଦାତା ଡା. ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

୧- ବିଶ୍ୱ ଜଳାନ୍ତକ ଦିବସ ରେ ସଚେତନତା କାର୍ଯ୍ୟକ୍ରମ,୨- ଧରାକୋଟ ରେ ଆଙ୍ଗନ କା ଉତ୍ସଵ ପାଳନ

Sunil Chandra Nayak

ବିଷ୍ଣୁ ମହାନ୍ତି ଙ୍କ ବିୟୋଗ ରେ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଶୋକସଭା   

ଗୋଳାମୁଣ୍ଡାଠାରେ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ପ୍ରେସ ଦିବସ ପାଳିତ

masiha

Leave a Comment

error: Content is protected !!