ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାତୀୟ ଗୌରବ ଦିବସରେ ଉଦ୍‌ଘାଟିତ ହେଲା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ 

ଜନଜାତୀୟ ଗୌରବ ଦିବସରେ ଉଦ୍‌ଘାଟିତ ହେଲା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ 

 ଡାବୁଗାଁ:(୧୫/୧୧/୨୦୨୬)(ଧୃତି ରଞ୍ଜନ ମହାନ୍ତି)ଜନଜାତୀୟ ଗୌରବ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲାର ଝରୀଗାଁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବ୍ଲକର ସିଙ୍ଗିସାରୀଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶୁଭ ଉଦ୍‌ଘାଟନ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସକାଳ ୧୦ଟା ସମୟରେ ଏକ ସ୍ୱତନ୍ତ୍ର ଉଦ୍‌ଘାଟନୀ ସମାରୋହ ଆୟୋଜିତ ହୋଇଥିଲା। ପ୍ରଥମେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବିଦ୍ୟାଳୟର ଉଦ୍‌ଘାଟନ କରିଥିଲେ।ଏହି ନୂତନ ବିଦ୍ୟାଳୟ ଏ ଅଞ୍ଚଳର ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ସହ ସେମାନଙ୍କ ଶିକ୍ଷାଗତ ଓ ସାମଗ୍ରିକ ବିକାଶ, ଲୁକ୍କାୟିତ ପ୍ରତିଭାର ବିକାଶ ତଥା ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ ପାଇଛି ll ଜନପ୍ରିୟ ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରାଙ୍କ ତତ୍ତ୍ୱାବଧାନରେ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏଥିରେ ନବରଙ୍ଗପୁର ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ କମିଟି ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ମାଝୀ, ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅଶୋକ ପାଢ଼ୀ, ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିବେଦିତା ବିଶ୍ୱାଳ, ଉମରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଶୀଳା ମାଝୀ, ବିଡିଓ ଶ୍ରୀ ମନୋଜ ମେହେର, ଡାବୁଗାଁ ଥାନା ଅଧିକାରୀ ଶ୍ରୀମତୀ ଲଚିମି ପରଜା, ବିଇଓ ଶ୍ରୀ ଈଶ୍ୱର ମାଝୀ, ଅତିରିକ୍ତ ତହସିଲଦାର ଶ୍ରୀମତୀ ମୌସୁମୀ ସୁଜନ, ଉପାଧ୍ୟକ୍ଷ ଶ୍ରୀ ସାମଲ ସରକାର, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଡାଳିମ୍ବ ଭତ୍ରା, ସିଙ୍ଗିସାରୀ ସରପଞ୍ଚ ଶ୍ରୀମତୀ ଟଭା ଭତ୍ରା ଏବଂ ସମିତି ସଭ୍ୟ ଶ୍ରୀ ଚିନ୍ତାମଣି ଭତ୍ରାଙ୍କ ସମେତ ବହୁ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ।

ଡାବୁଗାଁ ରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

” ଓଡ଼ିଶାର ଅତ୍ୟନ୍ତ ପାରମ୍ପରିକ ଶୁଭ ପର୍ବ – ଅକ୍ଷୟ ତୃତୀୟା ” ଅକ୍ଷୟ ତୃତୀୟା ପର୍ବ ଉପଲକ୍ଷେ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା

Sunil Chandra Nayak

ବିପଦସଙ୍କୁଳ ଗୃହରେ ଚାଲିଛି ରାଇରଙ୍ଗପୁର ଉପନିୟୋଜନ କାର୍ଯ୍ୟାଳୟ

Sunil Chandra Nayak

ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 

masiha

Leave a Comment

error: Content is protected !!