ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଉରକେଲାରେ ଏଆଇ ଫଟୋ ଅପବ୍ୟବହାର ମାମଲାରେ ୨ ଗିରଫ

ରାଉରକେଲାରେ ଏଆଇ ଫଟୋ ଅପବ୍ୟବହାର ମାମଲାରେ ୨ ଗିରଫ

ରାଉରକେଲା : ସେକ୍ଟର-୧୯ ଥାନା ପୁଲିସ ଜଣେ ଯୁବତୀଙ୍କ ଫଟୋକୁ ଏଆଇ ଦ୍ୱାରା ଏଡିଟ୍ କରି ଅଶ୍ଳୀଳ ଫଟୋ ବନାଇ ସୋସିଆଲ୍ ମିଡିଆରେ ପ୍ରଚାର କରିବା ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ଅଭିଯୋଗକାରିଣୀ ଜାସିକା ଦୀପ୍ (୨୧) ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ବିନା ଅନୁମତିରେ ତାଙ୍କ ଫଟୋକୁ ବ୍ୟବହାର କରି ନକଲି ଏଆଇ ଅଶ୍ଳୀଳ ଫଟୋ ତିଆରି କରାଯାଇଛି। ସେହି ଫଟୋକୁ ବିକିନି ଭଳି ଡ୍ରେସ୍ ପିନ୍ଧା ଅବସ୍ଥାରେ ଦେଖାଇ ନକଲି ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଏବଂ ଫେସ୍‌ବୁକ୍ ଆକାଉଣ୍ଟ ରେ ପ୍ରଚାର କରାଯାଉଥିଲା। ଏଥିପାଇଁ ସେ କେବେ ଅନୁମତି ଦେଇ ନଥିଲେ ବୋଲି ସେ କହିଛନ୍ତି।

       ଏହି ଅଭିଯୋଗ ଆଧାରରେ ସେକ୍ଟର-୧୯ ଥାନାରେ କେସ୍ ନଂ-୨୧୦, ତା ୦୩.୧୦.୨୦୨୬ ରୁଜୁ ହୋଇଥିଲା। ମାମଲାରେ ବିଏନ୍‌ଏସ୍ ଧାରା ୭୭ / ୭୯ / ୩୩୬(୪) / ୩୪୦(୨) / ୩(୫) ସହ ଆଇଟି ଆକ୍ଟ ଧାରା ୬୬(ଇ)/୬୭ ଲାଗିଛି। 

ତଦନ୍ତ ପରେ ପୁଲିସ ଗଙ୍ଗାଧରପଲ୍ଲୀ, ଲକ୍ଷ୍ମୀ ମାର୍କେଟ୍, ଆର୍.ଏନ୍ ପଲ୍ଲୀ, ରାଉରକେଲାର ବାବୁ ଖାଁ (୩୭) ଏବଂ ସାହିଦ୍ ଖାଁ (୧୯) ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୨ଟି ଓପୋ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ରାଉରକେଲା ଏସପି ନିତେଶ ୱ।ଧୱ।ନୀ ଙ୍କ ନିର୍ଦ୍ଦେଶ ଓ ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଏସଆଇ ମନୋରଞ୍ଜନ ପରିଡା ଓ କମ୍ପ୍ୟୁଟର ଚାଳକ ରୁଦ୍ରାଦିତ୍ୟ ପାଢ଼ୀ ଙ୍କ ସହାୟତା ରେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ଇତିହାସ ଯାଞ୍ଚ କରାଯାଉଛି ବୋଲି ପୁଲିସ କହିଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ୨୨୦ ନମ୍ବର ଜାତୀୟ ରାଜପଥ ( ଯଶିପୁର- ରାଇରଙ୍ଗପୁୟ) ମରଣଯନ୍ତା;ବାଇକ୍ ଆସନା ସାମ୍ନା; ଜଣେ ମୃତ ଦୁଇ ଗୁରୁତର

masiha

ଜଙ୍ଗଲ ରେ ନିଆ ଲଗେଇବା ଅଭିଯୋଗ ରେ ଜଣେ ଗିରଫ

Sunil Chandra Nayak

ଅଭିଯୁକ୍ତ ଶିକ୍ଷକ ଅରୁଣ ନାଏକ ଗିରଫ୍ ହୋଇ ଜେଲ ଗଲେ

Sunil Chandra Nayak

Leave a Comment

error: Content is protected !!