ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ପରିବହନ ବିଭାଗ ର ନୂଆ ନିର୍ଦେଶନାମା

ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍….

ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଏକ କଡା ନିର୍ଦେଶନାମା ଜାରି କରାଯାଇଛି | ଏଣିକି ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ତେବେ ଏହି ନିୟମ ଉଭୟ ପୁରୁଣା ଓ ନୂଆ ଗାଡି ପାଇଁ ବାଧ୍ୟତାମୂଳକ କରାଯାଇଛି । ଏ ନେଇ ଗାଡ଼ି ମାଲିକଙ୍କୁ ଅନ୍ୟୁନ ୩ ମାସ ସମୟ ଦିଆଯିବ ।

ନିର୍ଦ୍ଧାରିତ ସମୟ ପରେ ଯେଉଁ ଗାଡ଼ିରେ ଏହି ପ୍ଲେଟ୍ ଲାଗିନଥିବ, ସେ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରିଛି ପରିବହନ ବିଭାଗ । ନୂଆ ଗାଡ଼ିରେ ଏହି ରେଜିଷ୍ଟ୍ରେସନ ପ୍ଲେଟ୍ ଲାଗୁଥିବା ବେଳେ ପୁରୁଣା ଗାଡ଼ିରେ ମଧ୍ୟ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗିବ । ଏହି ପ୍ଲେଟ କେବଳ ଗାଡ଼ି ନିର୍ମାଣକାରୀ ସଂସ୍ଥା ଓ ଅଥରାଇଜଡ ଡିଲର ଲଗାଇ ପାରିବେ । ସେଥିପାଇଁ ଅନଲାଇନରେ ଦେୟ ଦେବାକୁ ପଡିବ । ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ନଥିବ କିମ୍ବା ଫିଟନେସ ସାର୍ଟିଫିକେଟ ନଥିବ, କିମ୍ବା ଟିକସ ବାକି ଥିବ, ସେମାନଙ୍କୁ ନୂଆ ନମ୍ବର ପ୍ଲେଟ୍ ମିଳିବ ନାହିଁ । ୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ି ପାଇଁ ଟାଇମ୍ ଲାଇନ୍ ସ୍ଥିିର କରାଯାଇଛି । ଯେଉଁମାନଙ୍କର ଗାଡ଼ିର ଶେଷ ନମ୍ବର ୧ କିମ୍ବା ୨ ରହିଥିବ, ସେମାନଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଯାଏଁ ସମୟ ଦିଆଯାଇଛି ।

ଗାଡ଼ିର ଶେଷ ନମ୍ବର ୩ କିମ୍ବା ୪ ଥିଲେ, ସେପ୍ଟେମ୍ବର ୩୦ ମଧ୍ୟରେ ନୂଆ ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟ । ଗାଡ଼ିର ଶେଷ ନମ୍ବର ୫ କିମ୍ବା ୬ ଥିଲେ, ଅକ୍ଟୋବର ୩୧ ଓ ଗାଡ଼ିର ଶେଷ ନମ୍ବର ୭ କିମ୍ବା ୮ ଥିଲେ, ନଭେମ୍ବର ୩୦ ଏବଂ ଗାଡ଼ିର ଶେଷ ନମ୍ବର ୯ କିମ୍ବା ଶୂନ ଥିଲେ, ଡିସେମ୍ବର ୩୧ ତାରିଖ ହେଉଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଶେଷ ଦିନ । ତେବେ ଯଦି କେହି ଏହି ନିୟମ ରେ ଖିଲାପ କରନ୍ତି ତେବେ ତାଙ୍କୁ ପରବର୍ତୀ ସମୟରେ ତାଂଡ ଜାଣିବାକୁ ପଡିବ | ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ |

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ସାମ୍ବାଦିକ ରୁ ସରପଞ୍ଚ

Sunil Chandra Nayak

ଜଗଜ୍ଜୀବନ ସା ଙ୍କ କବିତା ସମ୍ପର୍କର ନଈ ତୀରେ 

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ଚନ୍ଦ୍ର ପ୍ରଧାନଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!