ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡ଼ା – ପୁସ୍ତକ ଲୋକାର୍ପଣ ସମାରୋହ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜ ଦରବାର ହଲ ପରିସରରେ ” ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ ” ଆନୁକୂଲ୍ୟରେ ପୁସ୍ତକ ଲୋକାର୍ପଣ ସମାରୋହ ଗବେଷଣା ପ୍ରତିଷ୍ଠାନ ର ଅଧ୍ୟକ୍ଷା ଅଧ୍ୟାପିକା ସଞ୍ଜିବନୀ ସୁଧା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ଓ ପ୍ରତ୍ନତତ୍ତ୍ଵବିତ୍ ଡଃ ଜିତାମିତ୍ର ପ୍ରସାଦ ସିଂହ ଦେବ ଙ୍କ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଲବ୍ଧ ପ୍ରତିଷ୍ଠ ସାହିତ୍ୟିକ ଶ୍ରୀ ରାସବିହାରୀ ବେହେରା, ଭବାନୀପାଟଣା, ବିଶିଷ୍ଟ ଅତିଥି ଭାବରେ ଡଃ ଜିତାମିତ୍ର ପ୍ରସାଦ ସିଂହ ଦେବ, ସମ୍ମାନନୀୟ ଅତିଥି ଶ୍ରୀମତୀ ରାଜଶ୍ରୀ ଦେବୀ, ରାଣୀ ସାହେବା, ଖଡ଼ିଆଳ, ଡଃ ଫଣିନ୍ଦମ ଦେଓ, ପ୍ରାକ୍ତନ ଅଧ୍ୟକ୍ଷ ସ୍ବୟଂ ଶାସିତ ମହାବିଦ୍ୟାଳୟ ଖଡ଼ିଆଳ, ଶ୍ରୀକାନ୍ତ ଚଟର୍ଜୀ, ଅବସରପ୍ରାପ୍ତ ଆୟକର କମିଶନର ପ୍ରମୁଖ ସଦୟ ଯୋଗଦାନ କରିଥିଲେ ।ଏ ଅବସରରେ ଡଃ ଜିତାମିତ୍ର ଙ୍କ ଉଦ୍ଦେଶ୍ୟରେ ନିବେଦିତ ଅଭିନନ୍ଦନିକା ” ମାରାଗୁଡାରୁ ମହାନଦୀ ” ମୁଖ୍ୟ ଅତିଥି ଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । ଅଭିନନ୍ଦନିକାରେ ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତର ରୁ ମୋଟ ୪୭ଜଣ ଲେଖକ ଓ କବି ଙ୍କ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଲେଖା ସ୍ଥାନିତ ହୋଇଅଛି । ଅଭିନନ୍ଦନିକା ଟି ଜିତାମିତ୍ର ଙ୍କ ଜୀବନାୟନ, ବ୍ୟକ୍ତିତ୍ଵ, ସାଧନା ଓ ସିଦ୍ଧି ଉପରେ ଅସ୍ମିତା ର ଏକ କାଳଜୟୀ ଶିଳ୍ପ ସ୍ଥାପତ୍ୟ ଅଟେ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଗବେଷଣା ପ୍ରତିଷ୍ଠାନ ର ବରିଷ୍ଠ ସଦସ୍ୟ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ନୀଳିମାରାଣୀ ସାଗର ସଂପାଦକୀୟ ବିବରଣୀ ପଠନ କରିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ନନ୍ଦ ଲାଲ ବାରିକ ଓ ସାଥି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ପ୍ରାଧ୍ୟାପକ ସାମୁଏଲ ଦାନୀ ମାରାଗୁଡାରୁ ମହାନଦୀ ପୁସ୍ତକ ଉପରେ ସଂପାଦକୀୟ ଅନୁଭୂତି ଅଭିବ୍ୟକ୍ତ କରି ଥିଲେ । ଡଃ ସୁଶାନ୍ତ କୁମାର ବିଶି ଙ୍କ ପରିଚାଳନା ରେ ବରେଣ୍ୟ ଲେଖକ ମାନଙ୍କୁ ଅଭିନନ୍ଦନିକା ପ୍ରଦାନ କରାଯାଇଥିଲା । ଏହି ଶିଳ୍ପ ସ୍ଥାପତ୍ୟ ଉପରେ ଡା.ଅଜିତ ସିଂ, ଡଃ ଗୋବର୍ଦ୍ଧନ ନାୟକ, ଅଧ୍ୟାପକ ପରମେଶ୍ବର ମୁଣ୍ଡ, ଶିକ୍ଷାବିତ କ୍ଷୀରୋଦ ନିବାସ ପଣ୍ଡା,ପଟ୍ଟାୟତ ନୀଳଲୋହିତ ସିଂହ ଦେବ ପ୍ରମୁଖ ସ୍ବୀୟ ମତବ୍ୟକ୍ତ କରିଥିଲେ । ଗବେଷଣା ପ୍ରତିଷ୍ଠାନ ତରଫରୁ ଡଃ ଜିତାମିତ୍ର ପ୍ରସାଦ ସିଂହ ଦେବ ଓ ରାଣୀ ସାହେବା ଲେଖିକା ଶ୍ରୀମତୀ ରାଜଶ୍ରୀ ଦେବୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ସହିତ ରାଜ ଜ୍ୟୋତିଷ ପ୍ରଫୁଲ୍ଲ ରଥ ଓ ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତି ଉପଢୌକନ ପ୍ରଦାନ କରିଥିଲେ । ସମାରୋହରେ ଡା.ପୁଷ୍ପା ସିଂ, କୈଳାସ ଅଗ୍ରୱାଲ, ଶଶିକାନ୍ତ ଖମାରୀ, ତାରିଣୀ ଚରଣ ପାଣିଗ୍ରାହୀ,ପଟ୍ଟାୟତ ନୀଳଲୋହିତ ସିଂହ ଦେବ,ରାମକିଙ୍କର ଦେଓ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଚିତ୍ର ଭାନୁ ସିଂ ଦେଓ, ଡୋଳା ମୋହନ ସିଂ ବାବୁ, ଡଃ ହରେନ୍ଦ୍ର ପଣ୍ଡା, ଡଃ ଶରତ ଚନ୍ଦ୍ର ଚଲାନ, ଡଃ ରଣବୀର ସିଂ, ଅଧ୍ୟାପିକା ମିନା ସା, ଅଧ୍ୟାପକ ଆଲୋକ ରଥ, କିଶୋର ଅଗସ୍ତି, ପବିତ୍ର ମୋହନ ପ୍ରଧାନ, ପ୍ରତାପ କେଶରୀ ପଟ୍ଟନାୟକ, ଶିରୀଶଙ୍କର ବାରିକ, ନୁର୍ ମହମ୍ମଦ, ଗୋପାଳ ଦାସ,ବିଶୋପ ସି.କେ.ଦାସ, ଡଃ ପଦ୍ମ ଲୋଚନ ବର୍ମା, ଦେବ ଦେବ ସିଂହ ଦେବ, ମନୋରଞ୍ଜନ ମହାପାତ୍ର,ବିଜୟ କୁମାର ସହିସ,କୁନାଳ ଚରଣ ବେହେରା,ସତିଶ କୁମାର ପଟ୍ଟନାୟକ,ସଞ୍ଜିବ ପାଢ଼ୀ, ଉପେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ଶତାଧିକ ଗବେଷକ ଗବେଷିକା,ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଗବେଷଣା ପ୍ରତିଷ୍ଠାନ ର କୋଷାଧ୍ୟକ୍ଷ ଜୟଶ୍ରୀ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।

Related posts

ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଜୟ ମାଁ ବିଜୟା

Sunil Chandra Nayak

ବ୍ରହ୍ମ କୁମାର ସାରଙ୍ଗ ଧର ନାୟକ ଙ୍କ ‘ଅମରଗାଥା’ ପୁସ୍ତକ ଉନ୍ମୋଚନ

Sunil Chandra Nayak

ରଖେ ହରି ତ ମାରେ କିଏ ? ଅଳ୍ପକେ ବଞ୍ଚିଗଲା ଚାରି ଜୀବନ

Sunil Chandra Nayak

Leave a Comment

error: Content is protected !!