ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିଦାଘ

ନିଦାଘ

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ପ୍ରଚଣ୍ଡ ତାପରେ ଥରିଲା ଧରଣୀ

ନଈ ନାଳ ସବୁ ଶୁଖିଲା,

ଅଂଶୁଘାତ ଭୟ ଚାରିଆଡ଼େ ହେଲା

ନିଦାଘର ଜ୍ଵଳା ବଢିଲା ll

 

ଥୁଣ୍ଟା ହୋଇଗଲା ଦ୍ରୁମ ତରୁ ଲତା 

ସବୁଜିମା ଉଭା ହୋଇଲା

ଶୀତଳ ପବନ ସପନ ହୋଇଲା

ଝାଞ୍ଜି ବାଆ ଖାଲି ବହିଲା ll

 

ପାଣି ପଣା ଖାଲି ଜୀବନ ରଖିଲା

ସେଥିରେ ହିଁ ମନ ରହିଲା

ଆମ୍ବିଳି ପଖାଳ ଅମ୍ବୃତ ଲାଗିଲା

ଘୃତ ଅନ୍ନ ଦୂରେ ରହିଲା ll

 

ଜଳ ଜୀବ ଯେତେ ଜୀଇଁ ଥାଉଁ ମଲେ

ଜଳ ଶୁଖି ମାଟି ହୋଇଲା

କୀଟ ତରୁଲତା ଝାଉଁଳି ପଡ଼ିଲେ

ଖରା ତାପ ଝାଞ୍ଜି ବହିଲା ll

 

ସରସ ଜୀବନ ନିରସ ହୋଇଲା

ଚାରିଆଡେ ନିଆଁ ବହିଲା

ଉତପ୍ତ ହୋଇଲା ଶୀତଳ ଧରଣୀ

ଦେଖ ଏ ନିଦାଘ ଅଇଲା ll

 

ଫୁଲବାଣୀ, କନ୍ଧମାଳ

Related posts

ଜିଲ୍ଲା ପରିଷଦ ବୈଠକ ଚାଲିଛି ହେଲେ ମୋବାଇଲ୍ ନିଶା ରେ ମଶଗୁଲ ପରଜଙ୍ଗ ବ୍ଲକ୍ ଅଧ୍ୟକ୍ଷା

Sunil Chandra Nayak

ଉମାକାନ୍ତ ଦାସଙ୍କ କବିତା ନୀଳାଚଳ ଧାମ

Sunil Chandra Nayak

ବେଙ୍ଗାଲୁର ରୁ ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ

Leave a Comment

error: Content is protected !!