ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିଦାଘ

ନିଦାଘ

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ପ୍ରଚଣ୍ଡ ତାପରେ ଥରିଲା ଧରଣୀ

ନଈ ନାଳ ସବୁ ଶୁଖିଲା,

ଅଂଶୁଘାତ ଭୟ ଚାରିଆଡ଼େ ହେଲା

ନିଦାଘର ଜ୍ଵଳା ବଢିଲା ll

 

ଥୁଣ୍ଟା ହୋଇଗଲା ଦ୍ରୁମ ତରୁ ଲତା 

ସବୁଜିମା ଉଭା ହୋଇଲା

ଶୀତଳ ପବନ ସପନ ହୋଇଲା

ଝାଞ୍ଜି ବାଆ ଖାଲି ବହିଲା ll

 

ପାଣି ପଣା ଖାଲି ଜୀବନ ରଖିଲା

ସେଥିରେ ହିଁ ମନ ରହିଲା

ଆମ୍ବିଳି ପଖାଳ ଅମ୍ବୃତ ଲାଗିଲା

ଘୃତ ଅନ୍ନ ଦୂରେ ରହିଲା ll

 

ଜଳ ଜୀବ ଯେତେ ଜୀଇଁ ଥାଉଁ ମଲେ

ଜଳ ଶୁଖି ମାଟି ହୋଇଲା

କୀଟ ତରୁଲତା ଝାଉଁଳି ପଡ଼ିଲେ

ଖରା ତାପ ଝାଞ୍ଜି ବହିଲା ll

 

ସରସ ଜୀବନ ନିରସ ହୋଇଲା

ଚାରିଆଡେ ନିଆଁ ବହିଲା

ଉତପ୍ତ ହୋଇଲା ଶୀତଳ ଧରଣୀ

ଦେଖ ଏ ନିଦାଘ ଅଇଲା ll

 

ଫୁଲବାଣୀ, କନ୍ଧମାଳ

Related posts

ଦଶ ଦଫା ଦାବୀ ନେଇ ଡ୍ରାଇଭର ମହାସଂଘ ର ବିଧାୟକ ଙ୍କୁ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ଆଉ ଚାଲିବନି ତିନି ଯୋଡ଼ା ଏକ୍ସପ୍ରେସ ଟ୍ରେନ୍

Sunil Chandra Nayak

ଶ୍ରୀମଦ୍ ଗୀତାର ନବମ ଅଧ୍ଯାୟର ସାରକଥା-୯

Leave a Comment

error: Content is protected !!